ରିୟା ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ ଓ ଧମକଭରା ମେସେଜ ପଠାଇଥିବା ୨ ଜଣଙ୍କ ବିରୋଧରେ FIR ହେଲା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠାରୁ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କୁ ମିଳୁଥିବା ମେସେଜଗୁଡ଼ିକର ସ୍କ୍ରିନସଟ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ସୁଶାନ୍ତଙ୍କ ଦେହାନ୍ତ ପରେ ରିୟା ମାସେ ଧରି ସୋସିଆଲ ମିଡ଼ିଆ ଠାରୁ ଦୂରରେ ରହିଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ ଓ ଧମକଭରା ମେସେଜ ପଠାଇଥିବା ୨ ଜଣଙ୍କ ବିରୋଧରେ FIR ହେଲା
ରିୟା ଚକ୍ରବର୍ତ୍ତୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ଧମକ ଦେଇଥିବା ଅଭିଯୋଗରେ ଦୁଇ ଜଣ ଇନଷ୍ଟାଗ୍ରାମ ଆକାଉଣ୍ଟଧାରୀଙ୍କ ବିରୋଧରେ FIR ପଞ୍ଜିକୃତ ହୋଇଛି ବୋଲି ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି। ଦୁଇ ଅଭିଯୁକ୍ତଙ୍କ ସ୍ଥାନ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ଏହି ଘଟଣାର ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି ବୋଲି ଅଧିକାରୀ କହିଛନ୍ତି ।

‘‘ସାନ୍ତାକୃଜ୍ ପୋଲିସ୍ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୭ (criminal intimidation by an anonymous communication), ୫୦୯ (intending to insult modesty of any woman) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ପ୍ରଯୁଜ୍ୟ ଧାରା ଅନୁଯାୟୀ ପ୍ରଥମ ସୂଚନା ରିପୋର୍ଟ (FIR) ରେଜିଷ୍ଟ୍ରେସନ୍ କରିଛୁ,’’ କହିଛନ୍ତି ବରିଷ୍ଠ ଇନ୍ସପେକ୍ଟର ଶ୍ରୀରାମ କୋରେଗାଓଁକାର କହିଛନ୍ତି। ‘‘ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ। ଆମେ ଏହି ମାମଲାର ତଦନ୍ତ କରୁଛୁ,’’ ସେ କହିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ପର ଠାରୁ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କୁ ମିଳୁଥିବା ମେସେଜଗୁଡ଼ିକର ସ୍କ୍ରିନସଟ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଜୁନ୍ ୧୪ରେ ସୁଶାନ୍ତଙ୍କ ଦେହାନ୍ତ ହେବା ପରେ ରିୟା ମାସେ ଧରି ସୋସିଆଲ ମିଡିଆ ଠାରୁ ଦୂରରେ ରହିଥିଲେ ଓ ନିଜ ପ୍ରୋଫାଇଲରେ କମେଣ୍ଟ୍ସ ସେଟିଂକୁ ପରିବର୍ତ୍ତନ କରିଥିଲେ।




ସୋସିଆଲ ମିଡିଆରେ ତାଙ୍କୁ ମିଳୁଥିବା ବଳାତ୍କାର ଓ ହତ୍ୟା ଧମକର ସ୍କ୍ରିନସଟ ସେୟାର କରି ରିୟା ସାଇବର କ୍ରାଇମ ସେଲକୁ ଏହି ଘଟଣାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ରିୟା


‘‘ମୋତେ ସୁନା ଖୋଳି ପାଉଥିବା (ସୁନା ଖୋଦନକାରୀ) କୁହାଗଲା... ମୁଁ ଚୁପ୍ ରହିଲି। ମୋତେ ହତ୍ୟାକାରୀ କୁହାଗଲା .... ମୁଁ ଚୁପ୍ ରହିଲି। ମୋ’ ସହ ହୀନ ନାରୀ ପରି ବ୍ୟବହାର ହେଲା (slut shamed).... ମୁଁ ଚୁପ୍ ରହିଲି। କିନ୍ତୁ ମୋ’ ନୀରବତା କଣ ଆପଣଙ୍କୁ ଏହା କହିବାର ଅଧିକାର ଦେଉଛି ଯେ ଯଦି ମୁଁ ଆତ୍ମହତ୍ୟା ନ କରେ, ତେବେ ମୋ’ର ବଳାତ୍କାର ଓ ହତ୍ୟା ହେବ @mannu_raaut? ଆପଣ ଯାହା କହିଛନ୍ତି ତା’ର ଗମ୍ଭୀରତା ବୁଝିପାରୁଛନ୍ତି ତ? ଏ ସବୁ ହେଉଛି ଅପରାଧ, ଆଉ ଆଇନ ଅନୁଯାୟୀ କେହି ବି, ମୁଁ ଆଉ ଥରେ କହୁଛି, କେହି ବି, ଏହି ପ୍ରକାରର ବିଷାକ୍ତତା ଓ ନିର୍ଯ୍ୟାତନାର ଶିକାର ହେବା ଉଚିତ୍ ନୁହେଁ । ଦୟାକରି ଆବଶ୍ୟକ ପଦକ୍ଷେପ ନେବାକୁ ମୁଁ @cyber_crime_helpline @cybercrimeindia କୁ ଅନୁରୋଧ କରୁଛି | ENOUGH IS ENOUGH (sic),’’ ରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ ।

ଏହା ବି ପଢ଼ନ୍ତୁ: ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲା

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ନିକଟ ଅତୀତରେ ଶାହିନ୍ ଭଟ୍ଟ (Shahin Bhat) ଏବଂ ସୋନମ କପୁରଙ୍କ (Sonam Kapoor) ପରି କିଛି ସେଲିବ୍ରିଟି ସାଇବର ବୁଲିଂକୁ (cyber bulling) ଗୁରୁତ୍ୱହୀନ ବୋଲି ଅଭିହିତ କରିଥିଲେ ।
Published by: Anand Shankar Thankur Das
First published: July 19, 2020, 7:34 PM IST
corona virus btn
corona virus btn
Loading