News18 Odia Digital
ଫିନଲ୍ୟାଣ୍ଡ: ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମରୀନ ପାର୍ଟି କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମରୀନ ସାଙ୍ଗମାନଙ୍କ ସହିତ ନାଚିବା ଓ ଗୀତ ଗାଇଥିବାର ନଜର ଆସୁଛନ୍ତି। ଏହି ଭିଡିଓ ପାଇଁ ସେ ସମାଲୋଚନାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ ବିରୋଧୀ ଦଳ ତାଙ୍କୁ ଡ୍ରଗ୍ସ ଟେଷ୍ଟ ଦେବାକୁ କହିଛନ୍ତି। ଭିଡିଓଟି ତାଙ୍କ ପଦ ପାଇଁ ଠିକ ନୁହେଁ ବୋଲି ବିରୋଧୀ କହୁଛନ୍ତି।
ଏହାର ଉତ୍ତରରେ ସନା କହିଛନ୍ତି, "ମୋର ଲୁଚାଇବାକୁ କିଛି ନାହିଁ। ମୁଁ ଡ୍ରଗ୍ସ ବ୍ୟବହାର କରି ନାହିଁ ଓ ଟେଷ୍ଟ କରିବାରେ ମୋର କୌଣସି ଅସୁବିଧା ନାହିଁ।"
ଲୋକ ସୋସିଆଲ ମିଡ଼ିଆରେ ସମର୍ଥନ କରୁଛନ୍ତି ଲୋକତେବେ ସୋସିଆଲ ମିଡ଼ିଆରେ ଲୋକ ମଧ୍ୟ ତାଙ୍କ ଏହି ଭିଡିଓରେ ତାଙ୍କୁ ରକ୍ଷା କରୁଛନ୍ତି। ଲୋକଙ୍କ କହିବାନୁସାରେ, ସେ ମଧ୍ୟ ଜଣେ ନାଗରିକ ଓ ତାଙ୍କ ଗୋପନୀୟତାରେ ରହିବା ସମୟରେ ସାଙ୍ଗମାନଙ୍କ ସହିତ ଏକ ପାର୍ଟିରେ ନାଚିବାରେ କୌଣସି କ୍ଷତି ହୁଏ ନାହିଁ।
ସାଙ୍ଗମାନଙ୍କ ସହିତ ଏକ ସନ୍ଧ୍ୟା ବିତାଇଥିଲେପ୍ରକାଶ ଥାଉକି ୩୬ ବର୍ଷୀୟା ପ୍ରଧାନମନ୍ତ୍ରୀ ସନା କହିଛନ୍ତି, ‘ମୁଁ ନିଜ ସାଙ୍ଗମାନଙ୍କ ସହ ଏକ ସନ୍ଧ୍ୟା ବିତାଇଥିଲି। ଏହି ଭିଡିଓ କୌଣସି ପବ୍ ନୁହେଁ ବରଂ ମୋ ଘରର।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।