News18 Odia Digital
ଭୁବନେଶ୍ୱର: ଅର୍ଥମନ୍ତ୍ରୀ(Nirmala Sitharaman)ଙ୍କ ମୁହଁରେ ସମ୍ବଲପୁରୀ ଶାଢ଼ୀ(Sambalpuri Saree)ର ପ୍ରଶଂସା। ସମ୍ବଲପୁରୀ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଅର୍ଥମନ୍ତ୍ରୀଙ୍କ କହିବାନୁସାରେ, ସମ୍ବଲପୁରୀ ଶାଢ଼ୀକୁ ସେ ବହୁତ ଭଲ ପାଆନ୍ତି। ପୂର୍ବରୁ ତାଙ୍କ ପାଖରେ ସମ୍ବଲପୁରୀ ଶାଢ଼ୀ ଥିଲେ ବି ସେ ଆହୁରି କିଣୁଛନ୍ତି। ତାଙ୍କ ପାଖରେ ସମ୍ବଲପୁରୀ ଶାଢ଼ୀ ବହୁତ ଅଛି। ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ଶାଢ଼ୀ ବି ପସନ୍ଦ କରନ୍ତି ଅର୍ଥ ମନ୍ତ୍ରୀ। ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ବୁଣାକାର, ପଟ୍ଟଚିତ୍ର କାରିଗର, ଭାସ୍କର୍ଯ୍ୟ ଶିଳ୍ପୀଙ୍କ କିଭଳି ବିକାଶ ହେବ ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ।
ରାତିରେ ୧୦ ପେଗ ମଦ ପିଇ, ସକାଳେ ଶତକ ମାରିଥିଲେ ଏହି କ୍ରିକେଟର
ଚଳିତବର୍ଷ ବଜେଟ ଉପସ୍ଥାପନ ସମୟରେ ନିର୍ମଳା ସୀତାରମଣ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ। ଦୁଇ ପ୍ରମୁଖ ମହିଳାଙ୍କ ସମ୍ବଲପୁରୀ ଶାଢୀ ପ୍ରତି ପ୍ରେମ ଦେଖି ସମସ୍ତେ ବେଶ ପ୍ରଶଂସା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ହ୍ୟାଣ୍ଡଲୁମ୍ ପ୍ରତି ପ୍ରେମ ଓ ସେ ସେସବୁକୁ ଉତ୍ସାହିତ କରିଆସୁଛନ୍ତି।
୨୦୨୨ କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଏକ ହ୍ୟାଣ୍ଡଲୁମ୍ ଶାଢ଼ୀ ପିନ୍ଧିଥିଲେ। ଗତ ବର୍ଷ ୟୁନିୟନ ବଜେଟ୍ ଉପସ୍ଥାପନ କରିବା ପାଇଁ ନିର୍ମଳା ସୀତାରମଣ ଲାଲ୍ ରଙ୍ଗର ପଞ୍ଚମ ପଲ୍ଲୀ ଶାଢ଼ୀ ପିନ୍ଧିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।