ବଜେଟ ୨୦୨୦: ଦିନ ୧୧ଟାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ

ଏହା ନିର୍ମଳା ସୀତାରମଣଙ୍କ ଦ୍ବିତୀୟ କେନ୍ଦ୍ରୀୟ ବଜେଟ ଭାଷଣ ହେବ । ସେ ପ୍ରଥମ ଥର ପାଇଁ ୨୦୧୯ ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ବଜେଟ ଭାଷଣ ଦେଇଥିଲେ ।

ବଜେଟ ୨୦୨୦: ଦିନ ୧୧ଟାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି ।
  • News18 Odia
  • Last Updated: February 1, 2020, 10:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜି (ଫେବୃ୍ୟାରୀ ୧) ମୋଦି ସରକାର ସଂସଦରେ କେନ୍ଦ୍ର ବଜେଟ-୨୦୨୦ ଉପସ୍ଥାପନ କରିବେ । ଦିନ ଏଗାରଟା ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ବଜେଟ ଭାଷଣ ଦେବେ । ଏହା ସୀତାରମଣଙ୍କ ଦ୍ବିତୀୟ କେନ୍ଦ୍ରୀୟ ବଜେଟ ଭାଷଣ ହେବ । ସେ ପ୍ରଥମ ଥର ପାଇଁ ୨୦୧୯ ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ବଜେଟ ଭାଷଣ ଦେଇଥିଲେ ।

ପ୍ରତ୍ୟେକ ବର୍ଷ ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଆଗତ ହୋଇଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ବଜେଟ ଭାଷଣ ଦିଅନ୍ତି  । ବଜେଟ ଭାଷଣରେ ଚ଼ଳିତ ବର୍ଷର ସରକାରୀ ଖର୍ଚ୍ଚ, ଆୟ, ରାଜସ୍ବ ହ୍ରାସ ଆଦି ବିଷୟରେ ତଥ୍ୟ ରଖାଯାଇଥାଏ । କେନ୍ଦ୍ରୀୟ ବଜେଟ ଭାଷଣରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷରେ କେଉଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ କରିବେ, ସରକାରଙ୍କ ଲକ୍ଷ୍ୟ, ନୂତନ ପଦକ୍ଷେପ ଓ ପରୋକ୍ଷ କର ପ୍ରସ୍ତାବ ଆଦି ବିଷୟରେ ତଥ୍ୟ ଦେଶ ସାମ୍ନାରେ ରଖିଥାନ୍ତି  । ଏପରିକି ବଜେଟ ଭାଷଣରେ ଶାଏରୀ ଶୁଣିବାକୁ ମିଳିବା ସହ କିଛି ବ୍ୟଙ୍ଗାତ୍ମକ ଢ଼ଙ୍ଗ ମଧ୍ୟ ଦେଖିବାକୁ ମିଳିଥାଏ  ।

୨୦୧୬ ମସିହା ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରୀମାନେ ଫେବୃୟାରୀ ମାସର ଶେଷ କାର୍ଯ୍ୟ ଦିବସରେ ବଜେଟ ଉପସ୍ଥାପନ କରୁଥିଲେ । ୨୦୧୬ ମସିହାରେ ପ୍ରଥମ ଥର ପାଇଁ ମୋଦି ସରକାର ବଜେଟ ଭାଷଣ ଫେବୃୟାରୀ ମାସର ପ୍ରଥମ କାର୍ଯ୍ୟ ଦିବସରେ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ୨୦୨୦ ବଜେଟ ଅର୍ଥ ମନ୍ତ୍ରୀ ସୀତାରମଣଙ୍କ ଦ୍ବାରା ଫେବୃୟାରୀ ୧ ତାରିଖରେ ଉପସ୍ଥାପନା କରାଯିବ ।

୨୦୧୯ ବଜେଟ ଭାଷଣରେ ନିର୍ମଳା କ କହିଥିଲେ

ଜୁଲାଇ ୫, ୨୦୧୯ ରେ ଅଥ ର୍ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ମଧ୍ୟବର୍ତ୍ତୀକାଳୀନ ବଜେଟ ଭାଷଣରେ ଦେଶ ଓ ଦେଶର ଅର୍ଥନୀତି ପାଇଁ ମୋଦି ସରକାରଙ୍କ କ’ଣ  ଲକ୍ଷ୍ୟ  ରହିଛି ତାହା ଉପସ୍ଥାପନା କରିଥିଲେ । ସେ ତାଙ୍କର ଭାଷଣରେ ଆସନ୍ତା ଦଶନ୍ଧି ପାଇଁ ମୋଦି ସରକାରଙ୍କ ଲକ୍ଷ୍ୟ, ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ, ପୁଞ୍ଜି ନିବେଶର ଅର୍ଥନୀତି, ଗ୍ରାମ୍ୟ ଜୀବନରେ ସୁଧାର, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ସମାଜ ସଂସ୍କାର ପାଇଁ ଗାନ୍ଧୀପେଡ଼ିଆ, ବୈଷୟିକ ଜ୍ଞାନର ଶକ୍ତି ଓ ଭାରତର ଅନ୍ତରୀକ୍ଷ କ୍ଷମତାର ଉପଯୋଗ ଆଦି ବିଷୟରେ ବକ୍ତବ୍ୟ ରଖିଥିଲେ ।
First published: February 1, 2020, 10:01 AM IST