News18 Odia Digital
Nirmala Sitharaman: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଆଜି ଆମେରିକାର (America) ନ୍ୟୁୟର୍କ (Newyork) ସହରରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ବିଶ୍ୱ ବ୍ୟାଙ୍କ ଗ୍ରୁପ୍ (World Bank) ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ୨୦୨୩ ସ୍ପ୍ରିଂଗ୍ ମିଟିଂରେ ଯୋଗଦେବେ।
ସେ ଏପ୍ରିଲ ୧୦ ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା G20 ବୈଠକ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବୈଠକରେ ମଧ୍ୟ ଯୋଗଦେବେ। ଡବ୍ଲୁବିଜି ଏବଂ ୱାଶିଂଟନ୍ ଡିସିରେ ଥିବା ଆଇଏମ୍ଏଫ୍ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ।
ସମଗ୍ର ବିଶ୍ୱରୁ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର୍ସମାନେ ସ୍ପ୍ରିଂଗ୍ ମିଟିଂରେ ଅଂଶଗ୍ରହଣ କରିବେ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ନ୍ୟୁୟର୍କ ବିମାନବନ୍ଦରରେ ଆମେରିକାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ସ୍ବାଗତ କରିଥିଲେ।
ଜି -୨୦ ଅର୍ଥମନ୍ତ୍ରୀଙ୍କ ବୈଠକରେ ଅଧ୍ୟକ୍ଷତା କରିବେଭାରତୀୟ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧି ଦଳ ସୀତାରମଣ ଏବଂ ମନ୍ତ୍ରଣାଳୟ ଏବଂ ଆରବିଆଇର ଅଧିକାରୀମାନେ ନେତୃତ୍ୱ ନେବେ। ଆମେରିକାରେ ଆଇଏମ୍ଏଫ୍ ଏବଂ ବିଶ୍ୱ ବ୍ୟାଙ୍କ ଗ୍ରୁପ୍ ବୈଠକ ବ୍ୟତୀତ ଅର୍ଥମନ୍ତ୍ରୀ ଜି -୨୦ ଏବଂ ବ୍ୟାଙ୍କ ଗଭର୍ଣ୍ଣରସ୍ ଆୟୋଜିତ ବୈଠକ, ବିଶ୍ୱ ବ୍ୟାଙ୍କ ବିକାଶ କମିଟି ବୈଠକରେ ମଧ୍ୟ ଯୋଗଦେବେ।
ପଢ଼ନ୍ତୁ ଏହି ଖବର: ଶସ୍ତାରେ କିଣନ୍ତୁ 7GB RAM ଫୋନ୍; ଆଶ୍ଚର୍ଯ୍ୟଜନକ ଫିଚର୍ ସହ ହେଲା ଲଞ୍ଚଏପ୍ରିଲ ୧୨-୧୩ରେ ଦ୍ୱିତୀୟ ଥର ପାଇଁ MCBG ବୈଠକରେ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ଏହି ଗସ୍ତ ସମୟରେ ସେ ବିଶ୍ବର ଅର୍ଥନୀତିଜ୍ଞ, ଉଦ୍ୟୋଗୀ, ଥିଙ୍କ ଟ୍ୟାଙ୍କ ଏବଂ ନିବେଶକଙ୍କୁ ମଧ୍ୟ ଭେଟିବେ। ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।