ମାଗଣା ସାନିଟାରୀ ପ୍ୟାଡ଼ ମାଗୁଛ, କାଲି ଗର୍ଭ ନିରୋଧକ ବି ମାଗିବ; ଛାତ୍ରୀଙ୍କୁ ଏପରି କହିଲେ WDC ଏମଡ଼ି

କାଲି କହିବ ସରକାର ମାଗଣା ଜିନ୍ସ ଓ ସୁନ୍ଦର ଜୋତା ଦିଅନ୍ତୁ। ଶେଷରେ ଗର୍ଭ ନିରୋଧକ ବି ମାଗଣାରେ ଦେବାକୁ ପଡିବ। ମାଗଣା ସାନିଟାରୀ ପ୍ୟାଡ଼ ଦାବି କରିବାରୁ ଛାତ୍ରୀଙ୍କୁ ଏପରି ଉତ୍ତର ଦେଲେ ମହିଳା ବିକାଶ ନିଗମ ଏମଡ଼ି।

ୟୁନିସେଫ ଓ ରାଜ୍ୟ ସରକାର ମିଳିତ ଭାବେ ଆୟୋଜିତ ଏକ କର୍ମଶାଳା

ୟୁନିସେଫ ଓ ରାଜ୍ୟ ସରକାର ମିଳିତ ଭାବେ ଆୟୋଜିତ ଏକ କର୍ମଶାଳା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା: ବିହାର ମହିଳା ବିକାଶ ନିଗମ ପରିଚାଳନା ନିର୍ଦ୍ଦେଶିକା ହରଜୋତ କୌର ବାମହରାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଆଜି ସାନିଟାରୀ ପ୍ୟାଡ଼ ମାଗୁଛ, କାଲି କଣ୍ଡୋମ ବି ମାଗିବ। ଏକ କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ମାଗଣା ସାନିଟାରୀ ପ୍ୟାଡ଼ ଯୋଗାଇବାକୁ ଅନୁରୋଧ କରିବାରୁ ଏପରି କହିଥିଲେ ଏହି ବରିଷ୍ଠ ଅଧିକାରୀ।

ମଙ୍ଗଳବାର ଦିନ ପାଟନାରେ ୟୁନିସେଫ ଓ ରାଜ୍ୟ ସରକାର ମିଳିତ ଭାବେ ଆୟୋଜିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। WDC ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗ ଅଧୀନରେ ଆସିଛି ଓ ମହିଳାମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନୋଡାଲ୍ ଏଜେନ୍ସି ଅଟେ। କର୍ମଶାଳା ସମୟରେ ଜଣେ ଛାତ୍ରୀ ପଚାରିଥିଲେ “ଯେତେବେଳେ ସରକାର ଆମ ପାଇଁ ୟୁନିଫର୍ମ ଓ ଛାତ୍ରବୃତ୍ତି ପ୍ରଦାନ କରିବା ସହିତ ଅନେକ କାର୍ଯ୍ୟ କରୁଛନ୍ତି, ସେତେବେଳେ ଏହା ସାନିଟାରୀ ପ୍ୟାଡ୍ ଯୋଗାଇ ପାରିବ ନାହିଁ, ଯାହାର ମୂଲ୍ୟ ମାତ୍ର ୨୦-୩୦ ଟଙ୍କା ହେବ?”

ଆଇଏଏସ୍ ଅଧିକାରୀ ହରଜୋତ କୌର ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଏହି ଦାବିଗୁଡ଼ିକର କୌଣସି ଅନ୍ତ ଅଛି କି?  ଆସନ୍ତାକାଲି ଆପଣ କହିବେ ଯେ ସରକାର ଜିନ୍ସ ଓ ସୁନ୍ଦର ଜୋତା ଦିଅନ୍ତୁ। ଶେଷରେ ତମକୁ ଗର୍ଭ ନିରୋଧକ ବି ମାଗଣାରେ ଦେବାକୁ ପଡିବ। ଏହା ହେଉଛି ମୂର୍ଖତା। ପାକିସ୍ତାନ ପଳାଅ।

ବିହାର ଶିକ୍ଷକ ପରୀକ୍ଷା ଆସୋସିଏସନର ସଭାପତି ଅମିତ ବିକ୍ରମ କହିଛନ୍ତି, “WDC ର MD ଝିଅର ପ୍ରଶ୍ନ ବୁଝିବାକୁ ଚେଷ୍ଟା କଲେ ନାହିଁ। ସେ ବୋଧହୁଏ ବିଦ୍ୟାଳୟରେ ସାନିଟାରୀ ପ୍ୟାଡ୍ ଯୋଗାଇବାକୁ ଦାବି କରୁଥିଲେ। ଯଦିଓ ସରକାର ୬ ରୁ ୧୨ ଶ୍ରେଣୀର ପ୍ରତ୍ୟେକ ଛାତରୁଙ୍କୁ ୩୦୦ ଟଙ୍କା ଦେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟକୁ ସାନିଟାରୀ ପ୍ୟାଡ୍ ନେଇ ଯାଆନ୍ତି ନାହିଁ।  ଆଇଏଏସ୍ ଅଧିକାରୀଙ୍କୁ ଭିନ୍ନ ଢ଼ଙ୍ଗରେ  ଉତ୍ତର ଦେବା ଉଚିତ୍ ଥିଲା, କିନ୍ତୁ ସେ ଛାତ୍ରୀଙ୍କୁ ଅପମାନିତ କରିଥିଲେ।
Published by:Soumya Das
First published: