ରିଲିଜ ହେଲା ‘ଶେରଶାହ’ର ନୂଆ ପୋଷ୍ଟର; ହାତରେ ବନ୍ଧୁକ ଧରି ଯୁଦ୍ଧକ୍ଷେତ୍ରରେ ନଜର ଆସିଲେ ସିଦ୍ଧାର୍ଥ

ପ୍ରଥମଥର ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡର ନୂଆ ଲଭବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀ । ‘ଶେରଶାହ’ରେ ଅଭିନୟ କରୁଛନ୍ତି ଏହି ଯୋଡ଼ି । ଅଗଷ୍ଟ ୧୨ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ନିର୍ମାତା ।

ରିଲିଜ ହେଲା ‘ଶେରଶାହ’ର ନୂଆ ପୋଷ୍ଟର; ହାତରେ ବନ୍ଧୁକ ଧରି ଯୁଦ୍ଧକ୍ଷେତ୍ରରେ ନଜର ଆସିଲେ ସିଦ୍ଧାର୍ଥ
ଶେରଶାହ ଫିଲ୍ମର ଦୁଇଟି ଭିନ୍ନ ଭିନ୍ନ ପୋଷ୍ଟର(ଫଟୋ-କରନ ଜୋହର ଇନଷ୍ଟାଗ୍ରାମ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦୀର୍ଘ ସମୟରୁ ହ୍ୟାଣ୍ଡସମ୍ ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରା(Siddharth Malhotra) ଓ କିୟାରା ଆଡଭାନୀ(Kiara Advani)ଙ୍କ ଆଗାମୀ ୱାର୍ ଡ୍ରାମା ଫିଲ୍ମ ‘ଶେରଶାହ’ (Shershaah) କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳୁଛି। ଇତିମଧ୍ୟରେ ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢ଼ାଇ ଦେଇଛି ଫିଲ୍ମର ନୂଆ ପୋଷ୍ଟର । ରିଲିଜ ହୋଇଯାଇଛି ଫିଲ୍ମର ନୂଆ ପୋଷ୍ଟର । ଆର୍ମି ଅଫିସର କ୍ୟାପଟେନ୍ ବିକ୍ରମ ବାତ୍ରା (Captain Vikram Batra)ଙ୍କ ଭୂମିକାରେ ଅଭିନୟ କରୁଛନ୍ତି ସିଦ୍ଧାର୍ଥ। ଯିଏ ୧୯୯୯ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ।

ନିକଟରେ ସିଦ୍ଧାର୍ଥ ଓ କିୟାରାଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହୋଇଥିଲା। ଯେଉଁଥିରେ ପୂରା ସାଧାରଣ ଲୁକରେ ନଜର ଆସିଥିଲେ ଏହି ଦୁଇ ଷ୍ଟାର । ଦୁହେଁଙ୍କ ଏହି ପୋଷ୍ଟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏବେ ଫିଲ୍ମର ନୂଆ ପୋଷ୍ଟରକୁ ନେଇ ଚର୍ଚ୍ଚା। ଏଥର ପୋଷ୍ଟରରେ ଅଭିନେତା ହାତରେ ବନ୍ଧୁକ ଧରି ୟୁନିଫର୍ମରେ ଯୁଦ୍ଧକ୍ଷେତ୍ରରେ ନଜର ଆସିଛନ୍ତି। ‘ଶେରଶାହ’ରେ କିୟାରା ନିଜ ଅଭିନୀତ ସୁପରହିଟ୍ ଫିଲ୍ମ ‘କବୀର ସିଂ’ର ପ୍ରୀତି ଲୁକ ଆପଣାଇଛନ୍ତି ।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଭାଶାଳୀ ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନ ଦୀର୍ଘ ସମୟ ପରେ ପୁଣି ଥରେ ନିର୍ଦ୍ଦେଶନା ଜଗତକୁ କମବ୍ୟାକ କରୁଛନ୍ତି । ସେ ପାଖାପାଖି ପଞ୍ଚ ବର୍ଷ ପରେ ଏହି ବଲିଉଡ ଫିଲ୍ମ ଜରିଆରେ ନିର୍ଦ୍ଦେଶନ ଦୁନିଆକୁ ଫେରିବାକୁ ଯାଉଛନ୍ତି । ‘ଶେରଶାହ’ ଜରିଆରେ ବିଷ୍ଣୁ ବଲିଉଡ ଫିଲ୍ମରେ ନିର୍ଦ୍ଦେଶରେ ଡେବ୍ୟୁ କରିବେ।

ଦେଶଭକ୍ତି କାହାଣୀକୁ ନେଇ ଆଧାରିତ ‘ଶେରଶାହ’ ଫିଲ୍ମ ଦେଖିବାକୁ ଅପେକ୍ଷା କରି ବସିଛନ୍ତି ଦର୍ଶକ । ଫିଲ୍ମର କାହାଣୀକୁ ଦୃଷ୍ଟିରେ ରଖି ନିର୍ମାତା ଏହି ଫିଲ୍ମକୁ ଏବର୍ଷ ସ୍ବାଧୀନତା ଦିବସ ଅବସର ତଥା ଅଗଷ୍ଟ ୧୨ରେ ରିଲିଜ କରିବାକୁ ଯୋଜନା କରିଛନ୍ତି । ‘ଶେରଶାହରେ’ ଦେଖିବାକୁ ମିଳିବ ସିଦ୍ଧାର୍ଥଙ୍କ ଆକ୍ସନ ଅନ୍ଦାଜ ।

ଫିଲ୍ମ ବ୍ୟତୀତ କିୟାରା ଓ ସିଦ୍ଧାର୍ଥଙ୍କୁ ନେଇ ଅନେକ ଦିନରୁ ଏହି ଚର୍ଚ୍ଚା ହେଉଛି ଯେ ଏହି ଯୋଡି ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି । ଅନେକ ଥର କିୟାରା ଓ ସିଦ୍ଧାର୍ଥଙ୍କୁ ଏକାଠି ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିସାରିଛି । ଏଥି ପାଇଁ ଏହି ଯୋଡ଼ିଙ୍କୁ ବଲିଉଡର ନୂଆ ଲଭବାର୍ଡ଼ କୁହାଯାଉଛି ।

‘ଶେରଶାହ’ ଫିଲ୍ମ ବ୍ୟତୀତ ସିଦ୍ଧାର୍ଥ ସାଉଥର ଫେମସ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ଆଗାମୀ ଫିଲ୍ମ ‘ମିଶନ ମଜୁନ’ରେ ନଜର ଆସିବେ । ଏବର୍ଷ ମାର୍ଚ୍ଚ ମାସରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ଏହି ଯୋଡ଼ି । ଫିଲ୍ମ ୧୯୭୦ ଦଶକର ପ୍ରକୃତ ଘଟଣାକୁ ନେଇ ଆଧାରିତ । ଯାହା ପାକିସ୍ତାନରରେ ଏକ ଭାରତୀୟ ମିଶନର କାହାଣୀ। ଏହି ଫିଲ୍ମଟି ପରଭେଜ୍ ଶେଖଙ୍କ ଦ୍ବାରା ଲିଖିତ ଏବଂ ଏବର୍ଷ ଶେଷରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି ନିର୍ମାତା ।
Published by: Lipina Das
First published: July 19, 2021, 4:59 PM IST