ଆୟକର ଚ଼ୋରି: କରନ ଜୋହର ଓ ଏକତା କପୁରଙ୍କ ଫିଲ୍ମ ସଂସ୍ଥା ଉପରେ ଆୟକର ବିଭାଗର ନଜର

କରନ ଜୋହରଙ୍କ ଧର୍ମା ପ୍ରଡ଼କ୍ସନ, ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମସ୍, ଫରାନ ଅଖତର ଓ ରିତେଶ ସିଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ସମେତ ସାତଟି ବଲିଉଡ୍ ଫିଲ୍ମ ପ୍ରଡ଼କସନ ହାଉସ୍ ଏବେ ଆୟକର ବିଭାଗର କଡ଼ା ନଜରରେ ଅଛନ୍ତି ।

ଆୟକର ଚ଼ୋରି: କରନ ଜୋହର ଓ ଏକତା କପୁରଙ୍କ ଫିଲ୍ମ ସଂସ୍ଥା ଉପରେ ଆୟକର ବିଭାଗର ନଜର
କରନ ଜୋହର ଓ ଏକତା କପୁର
  • News18 Odia
  • Last Updated: February 25, 2020, 6:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡ଼କ୍ସନ, ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମସ୍, ଫରାନ ଅଖତର ଓ ରିତେଶ ସିଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ସମେତ ସାତଟି ବଲିଉଡ୍‌ ଫିଲ୍ମ ପ୍ରଡ଼କସନ ହାଉସ୍‌ ଏବେ ଆୟକର ବିଭାଗର କଡ଼ା ନଜରରେ ଅଛନ୍ତି । ଅଭିଯୋଗ ଅନୁସାରେ ସେମାନେ ଏକ୍ସଟ୍ରା ଅଭିନେତାମାନଙ୍କୁ ପାଉଣା ଦେବା ପୂର୍ବରୁ ଯେତିକି ଟ୍ୟାକ୍ସ କାଟିବା ଉଚ଼ିତ ତା’ ଠାରୁ କମ୍‌ କାଟୁଥିଲେ ।

ଆୟକର ବିଭାଗ ପକ୍ଷରୁ ଏଭଳି ସାତଟି ପ୍ରଡ଼କ୍ସନ ହାଉସ୍ ଉପରେ ନିକଟରେ ଏକ ସର୍ବେକ୍ଷଣ କରାଯାଇଥିଲା ।

ଇକାନୋମିକ ଟାଇମ୍ସ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏକ୍ସଟ୍ରାମାନଙ୍କୁ ସେମାନଙ୍କ ପାଉଣା ଦେବା ପୂର୍ବରୁ ଏ ସବୁ ଫିଲ୍ମ ପ୍ରଡକ୍ସନ୍‌ ସଂସ୍ଥାମାନେ ୧୦ ପ୍ରତିଶତ ଟି.ଡି.ଏସ୍‌. (TDS) କାଟିବା ପରିବର୍ତ୍ତେ ଦୁଇ ପ୍ରତିଶତ TDS କାଟୁଥିଲେ ।

ଆୟକର ବିଭାଗର ନଜରରେ ରହିଥିବା ପ୍ରଡ଼କ୍ସନ ହାଉସଗୁଡ଼ିକ ହେଉଛି କରନ ଜୋହରଙ୍କ ଧର୍ମା ପ୍ରଡ଼କ୍ସନ, ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମସ୍, ଫରାନ ଅଖତର ଓ ରିତେଶ ସିଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ, ବାଶୁ ଭଗନାନୀଙ୍କ ପୁଜା ଏଣ୍ଟରଟେନମେଣ୍ଟ ଆଣ୍ଡ୍ ଫିଲ୍ମସ୍, ଦିନେଶ ବିଜାନଙ୍କ ମଡ୍ଡୋକ ଫିଲ୍ମସ୍, ଲବ ରଞ୍ଜନ ଓ ଅଙ୍କୁର ଗର୍ଗଙ୍କ ଲଭ ଫିଲ୍ମସ୍ ଓ ଅଜୟ ରାୟଙ୍କ ଜାର ପିକ୍ଚର୍ସ ।

ଆଇଟି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏକ ସର୍ବେକ୍ଷଣ ବାସ୍ତବରେ କରାଯାଇଥିଲା, କିନ୍ତୁ ତା’ ପର ପଦକ୍ଷେପ ବିଷୟରେ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆଯାଇନାହିଁ । ଏବେ ପର୍ଯ୍ୟନ୍ତ ଏହି ସବୁ ପ୍ରଡ଼କ୍ସନ ହାଉସଙ୍କ ମଧ୍ୟରୁ କେହି ଏହା ଉପରେ ପ୍ରତିକ୍ରିୟା ଦେଇନାହାଁନ୍ତି ।

ଏହି ସବୁ ବଲିଉଡ୍ ପ୍ରଡକ୍ସନ୍‌ ହାଉସଗୁଡ଼ିକ ମଧ୍ୟରେ କରନ ଜୋହରଙ୍କ ଧର୍ମା ସବୁଠାରୁ ବଡ଼ ପ୍ରଡ଼କ୍ସନ ହାଉସ୍, ଯାହା ବିତ୍ତୀୟ ବର୍ଷ ୨୦୧୯-୨୦ରେ ପାଖାପାଖି ୫୦୦ କୋଟି ଟଙ୍କାର କାରବାର କରିଥିଲା । ଧର୍ମା ପରେ ବାଲାଜୀ ଓ ପୂଜାର ସ୍ଥାନ ଆସୁଛି । ସେମାନେ ବିତ୍ତୀୟ ବର୍ଷ ୨୦୧୯-୨୦ରେ ଯଥା କ୍ରମେ ୪୬୦ କୋଟି ଟଙ୍କା ଓ ୩୫.୫୭ କୋଟି ଟଙ୍କାର କାରବାର କରିଥିଲେ ।
First published: February 25, 2020, 6:07 PM IST