୬ଟି ଛୁଆକୁ କୂଅରେ ପକାଇଦେଲା ମା (ପ୍ରତୀକାତ୍ମକ ଛବି)
News18 Odia Digital
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଛୋଟ ଝଗଡ଼ା ଅତ୍ୟନ୍ତ ଗମ୍ଭୀର ହୋଇଯାଏ ତାହା କଳ୍ପନା କରିହୁଏ ନାହିଁ। ମହାରାଷ୍ଟ୍ରର ରାୟଗଡ଼ରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଝଗଡ଼ା ପରେ ରାଗରେ ମହିଳା ଜଣକ ନିଜର ୬ଟି ପିଲାଙ୍କୁ କୂଅରେ ଫିଙ୍ଗି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ତାଙ୍କର ୬ ପିଲାଙ୍କର ମୃତ୍ୟୁ ଘଟିଛି।
ରାୟଗଡ଼ ଜିଲ୍ଲା ମହାଡ଼ ଅଞ୍ଚଳର ଡଲକାଠିରେ ସହାନୀ ନାମକ ମହିଳା ଜଣକ କୌଣସି କଥାକୁ ନେଇ ନିଜ ସ୍ୱାମୀଙ୍କ ସହିତ ଝଗଡା କରିଥିଲେ । ଝଗଡ଼ା ଯୋଗୁଁ ମହିଳା ଜଣକ ରାଗିଯାଇଥିଲେ । ଏହାପରେ ସେ ନିଜର ୬ ପିଲାଙ୍କୁ କୂଅରେ ଫୋପାଡିଦେବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାଗ୍ୟବଶତଃ ମହିଳା ଜଣକ ଗାଁ ଲୋକଙ୍କ ଯୋଗୁଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବାବେଳେ ୬ଜଣଯାକ ସନ୍ତାନଙ୍କର ମୃତ୍ୟୁ ହୋଇଛି ।
ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ସ୍ଥାନୀୟ ବିଧାୟକ ଭରତ ଗୋଗାୱଲେ ଘଟଣାସ୍ଥଳକୁ ଯାଇ ଘଟଣାର ଛାନବିନ୍ କରି ପ୍ରକୃତ ସତ୍ୟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।