News 18 Odia Digital
ନୂଆ ଦିଲ୍ଲୀ : ଧୀରେ ଧୀରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବା ପରେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେବାକୁ ଲାଗିଛି। ଶନିବାର ଦିନ ଯାହା ସରକାରୀ ତଥ୍ୟରୁ ପ୍ରକାଶ ଯେ ଜଣେ ୨୨ ବର୍ଷୀୟା ଆଫ୍ରିକୀୟ ଯୁବତୀ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀରେ ଏହା ହେଉଛି ପଞ୍ଚମ ମଙ୍କିପକ୍ସ ମାମଲା । ଯୁବତୀ ଜଣକ ଗୋଟେ ମାସ ପୂର୍ବରୁ ନାଇଜେରିଆ ଯାଇଥିଲେ ବୋଲି ସୂଚନା ମିଳିଛି ।
ତାଙ୍କୁ ଦୁଇ ଦିନ ପୂର୍ବରୁ ଏଲ୍ଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଶୁକ୍ରବାର ଦିନ ସକାଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମଣରେ ଏ ହେଉଛନ୍ତି ଦ୍ୱିତୀୟ ମହିଳା ।
ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣଙ୍କୁ ମଙ୍କିପକ୍ସ ସଂକ୍ରମଣରେ ଏଲ୍ଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ସୁସ୍ଥ ହୋଇ ଡିସଚାର୍ଜ ହାେଇଛନ୍ତି ।
ଏହା ପୂର୍ବରୁ ଜୁଲାଇ ୩୦ ରେ କେରଳରେ ମଙ୍କିପକ୍ସ ସଂକ୍ରମିତ ହୋଇ ୨୨ ବର୍ଷର ଯୁବକ ପ୍ରଥମେ ମୃତ୍ୟୁ ବରଣ କରିଥିଲେ । ସେ ନିକଟରେ ୟୁଏଇରୁ ଫେରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।