ମାୟିଲାଡୁଥୁରାଇରେ ଜଣେ ମହିଳାଙ୍କୁ ୧୫ ଜଣ ପୁରୁଷଙ୍କୁ ଅପହରଣ କରି ନେଇଥିଲେ। ପ୍ରେମରେ ବିଫଳ ହେବା ଯୋଗୁଁ ଅଭିଯକ୍ତ ଏପରି କରିଥିବା ନେଇ ସୂଚନା ମିଳିଛି ।
News 18 Odia Digital
ତାମିଲନାଡୁ: ମଙ୍ଗଳବାର ରାତିରେ ତାମିଲନାଡୁର ମାୟିଲାଡୁଥୁରାଇରେ ଥିବା ତାଙ୍କ ବାସଭବନରୁ ଜଣେ ମହିଳାଙ୍କୁ ୧୫ ଜଣ ପୁରୁଷଙ୍କୁ ଅପହରଣ କରି ନେଇଥିଲେ। ତାଙ୍କ ଗେଟ୍ ଭାଙ୍ଗି ତାଙ୍କ ଘରେ ପ୍ରବେଶ କରି ଅପହରଣ କରିଥିଲେ। ତାଙ୍କ ଘରେ ଲାଗିଥିବା ସିସିସିଟି କ୍ୟାମେରା ସବୁ କଏଦ ହୋଇଥିଲା । ସେହି ରାତିରେ ଅଭିଯୁକ୍ତ ମାନେ ଧରାପଡିଥିଲେ ଓ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିଲା।
ଅଭିଯୁକ୍ତ ବିଗ୍ନେଶ୍ୱରନ୍ (୩୪) ବର୍ଷୀୟ ସେ ମହିଳାଙ୍କ ସହ ବନ୍ଧୁତା କରି କଥା ହେବାକୁ ଚାହୁଁ ଥିଲା ଯେତେବେଳେ ଏଥିରେ ବିଫଳ ହେଲା । ସେ ଜୁଲାଇ ୧୨ ରେ ବିଗ୍ନେଶ୍ୱରନ ମହିଳାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ବିଫଳ ହୋଇଥିଲେ
ଏହା ପରେ ମହିଳା ଜଣକ ମାୟିଲାଦୁଥୁରାଇ ପୋଲିସକୁ ବିଗ୍ନେଶ୍ୱରନଙ୍କ ନାମରେ ମାମଲା ରୁଜୁ କରେଇ ଥିଲେ , ପରେ ତାଙ୍କୁ ପୋଲିସ ଚେତାବନୀ ଦେଇ, ତାଙ୍କଠାରୁ ଏକ ଲିଖିତ ବିବୃତ୍ତି ନେଇ ତାଙ୍କୁ ମୁକ୍ତ କରିଥିଲା।
ପରେ ଫୁଣି ଭିଗ୍ନେଶ୍ୱରନ୍ ଓ ତାଙ୍କର ୧୪ ଜଣ ସାଙ୍ଗଙ୍କ ସହ ମହିଳାଙ୍କ ଘରେ ପଶି ତାଙ୍କୁ ଅପହରଣ କରିଥିଲେ। ସେମାନେ ତାଙ୍କ ପରିବାରକୁ ଛୁରୀ ଓ ଅନ୍ୟାନ୍ୟ ଧାରୁଆ ଜିନିଷ ଦେଖେଇ ଧମକ ଦେଇଥିଲେ।
ସୂଚନାପାଇ ମାୟିଲାଦୁଥୁରାଇ ପୋଲିସ ତୁରନ୍ତ ଏକ ସର୍ଚ୍ଚ ଟିମ୍ ଗଠନ କରିଥିଲା । ସିସିଟିଭି ଆଧାରରେ ଖୋଜିବା ଆରମ୍ଭ କରିଥିଲା । କାରଟି ଜାତୀୟ ରାଜପଥରେ ଟ୍ରାକ କରାଯାଇଥିଲା। ଏହା ପରେ ଟିମ୍ ଭିଗ୍ନେଶ୍ୱରନ୍ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରି ମହିଳାଙ୍କୁ ଉଦ୍ଧାର କରିଥିଲା।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।