News18 Odia Digital
Female cheetah 'Daksha' Death: ମରିଗଲା ଆଉ ଗୋଟେ ଚିତାବାଘ । ମଧ୍ୟପ୍ରଦେଶ କୁନୋ ଜାତୀୟ ପାର୍କରେ ପ୍ରାଣ ହରାଇଛି ମାଈ ଚିତାବାଘ ଦାକ୍ଷା। ଦକ୍ଷାକୁ ମିଶାଇ ୪୦ ଦିନରେ ପ୍ରାଣ ହରାଇଲେଣି ୩ ଚିତା। ପ୍ରଜନନ ପାଇଁ କିଛିଦିନ ତଳେ ଦାକ୍ଷାକୁ ଏନକ୍ଲୋଜରରୁ ଛଡ଼ା ଯାଇଥିଲା । ତେବେ ଦୁଇଟି ଅଣ୍ଡିରା ବାଘ ବାୟୁ ଓ ଅଗ୍ନିର ଆକ୍ରମଣରେ ଆହତ ହୋଇଥିଲା ଦକ୍ଷା। ଆଜି ଏନେଇ ମଧ୍ୟପ୍ରଦେଶ ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ ସୂଚନା ଦେଇଛନ୍ତି ।
ଆହାତ ହେବା ପରେ କର୍ତ୍ତୃପକ୍ଷ ଏହା ଜାଣିବା ପରେ, ତୁରନ୍ତ ତାର ଚିକିତ୍ସା କରାଇଥିଲେ। କିନ୍ତୁ କିଛି ଲାଭ ହେଲାନି । ଆଜି ମଧ୍ଯାହ୍ନ ପ୍ରାୟ ୧୨ଟା ବେଳକୁ ଦକ୍ଷାର ମୃତ୍ୟୁ ହୋଇଯାଇଥିବା ପ୍ରଜନନ ସମୟରେ ଚିତାମାନଙ୍କ କ୍ଷେତ୍ରରେ ଭୟଙ୍କର ହେବା ଏକ ସାଧାରଣ କଥା ବୋଲି କହିଛନ୍ତି ଚୌହ୍ବାନ । ଚିତା ପ୍ରକଳ୍ପ ଯୋଜନାରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇଥିଲା । ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ନାମିବ୍ୟାରୁ ୮ଟି ଏବଂ ଚଳିତବର୍ଷ ଫେବ୍ରୁଆରି ୧୮ ତାରିଖରେ ଦକ୍ଷିଣ ଆପ୍ରିକାରୁ ୧୨ଟି ଚିତାବାଘ ଅଣା ଯାଇଥିଲା । ଗତ ମାର୍ଚ୍ଚ ୨୭ ତାରିଖରେ ମାଈ ବାଘ ସାସା ଏବଂ ଏପ୍ରିଲ ୨୩ ତାରିଖରେ ଅଣ୍ଡିରା ବାଘ ଉଦୟର ମୃତ୍ୟୁ ହୋଇଥିଲା ।
ନଡ଼ିଆ ତେଲରେ ମିଶାନ୍ତୁ କେବଳ ଏହି ଜିନିଷ; ୨୦ ମିନିଟରେ କଳା ହୋଇଯିବ ଧଳା କେଶ
ପୂର୍ବରୁ ଦୁଇଟି ଚିତାଙ୍କ ମୃତ୍ୟୁକୁ ନେଇ ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଥିଲା ଯେ ଚିତା ବାଘ ସ୍ଥାନାନ୍ତର ଏକ ଅତ୍ୟନ୍ତ ଜଟିଳ ବ୍ୟାପାର। ଏଥିରେ ବାଘଙ୍କ ଜୀବନ ପ୍ରତି ବିପଦ ରହିଥାଏ। କାରଣ ବଡ଼ ମାଂସାସୀ ଜନ୍ତୁଙ୍କ ପୁନଃଥଇଥାନ ଅତ୍ୟନ୍ତ ଜଟିଳ ଏବଂ ବିପଜ୍ଜନକ ବ୍ୟାପାର। ଏହି ପ୍ରକଳ୍ପର ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। କାରଣ ଚିତାଙ୍କୁ ବୃହତ୍ତର ଅରଣ୍ୟାଞ୍ଚଳରେ ଛଡ଼ା ଯାଇଥିବାରୁ ସେମାନଙ୍କର ଦୈନନ୍ଦିନ ସ୍ବାସ୍ଥ୍ୟାବସ୍ଥା ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ନୁହେଁ। ତେଣୁ, ଚିତା ଆହତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।