ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସମ୍ଭୋଗ ପରେ ନିଷ୍କ୍ରିୟ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଜାଣନ୍ତୁ ଏହାର କାରଣ ଓ ସମାଧାନ

ସମ୍ଭୋଗ ପରେ ନିଷ୍କ୍ରିୟ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଜାଣନ୍ତୁ ଏହାର କାରଣ ଓ ସମାଧାନ

ସମ୍ଭୋଗ ପରେ ଅନେକ ଲୋକ ବହୁତ କ୍ଲାନ୍ତ ଅନୁଭବ କରନ୍ତି ଓ ସେମାନେ ଶୋଇବାକୁ ଚାହାଁନ୍ତି । ଏହାର ଅନେକ କାରଣ ଅଛି । କିନ୍ତୁ ଏହାର ମୂଳ କାରଣ ହେଉଛି ଅର୍ଗାଜିମ୍ ପରେ ଶରୀରରେ ଅନେକ ପ୍ରକାରର ହରମୋନ୍ ବାହାରିଯିବ ପରେ ଶରୀର ପ୍ରତିକ୍ରିୟା କରିଥାଏ ।

ସମ୍ଭୋଗ ପରେ ନିଷ୍କ୍ରିୟ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଜାଣନ୍ତୁ ଏହାର କାରଣ ଓ ସମାଧାନ
ସମ୍ଭୋଗ ପରେ ନିଷ୍କ୍ରିୟ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଜାଣନ୍ତୁ ଏହାର ସମାଧାନ
  • News18 Odia
  • Last Updated: November 26, 2020, 4:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପ୍ରଶ୍ନ ୮: ସମ୍ଭୋଗ ପରେ ମୁଁ କାହିଁକି ନିଷ୍କ୍ରିୟ ଓ କ୍ଳାନ୍ତ ଅନୁଭବ କରୁଛି? ଅନେକ ଥର ସ୍ଖଳନ ପରେ ମୁଁ ସଠିକ୍ ଭାବେ ଚିନ୍ତା ବି କରିପାରୁ ନାହିଁ ।

ସମ୍ଭୋଗ ପରେ ଅନେକ ଲୋକ ବହୁତ କ୍ଲାନ୍ତ ଅନୁଭବ କରନ୍ତି ଓ ସେମାନେ ଶୋଇବାକୁ ଚାହାଁନ୍ତି । ଏହାର ଅନେକ କାରଣ ଅଛି । କିନ୍ତୁ ଏହାର ମୂଳ କାରଣ ହେଉଛି ଅର୍ଗାଜିମ୍ ପରେ ଶରୀରରେ ଅନେକ ପ୍ରକାରର ହରମୋନ୍ ବାହାରିଯିବ ପରେ ଶରୀର ପ୍ରତିକ୍ରିୟା କରିଥାଏ ।

ଅର୍ଗାଜିମରେ ଥିବା କେତେକ ପ୍ରମୁଖ ରାସାୟନିକରେ ସାମିଲ ଅଛି । ଯଥା ସେରୋଟୋନିନ୍ (ଏହା ନିଦ ସୃଷ୍ଟି କରେ), ଭାସୋପ୍ରେସିନ୍ (ଶୋଇବାର ଗୁଣବତା ବଢ଼ାଇଥାଏ) ଓ ଅକ୍ସିଟୋସିନ୍ (ଆରାମଦାୟକ ହରମୋନ୍) ଅନ୍ତର୍ଭୁକ୍ତ କରେ । ଏହି କାରଣରୁ ମଣିଷ ଅର୍ଗାଜିମ୍ ପରେ ନିଦ୍ରା ଅନୁଭବ କରିବା ଆରମ୍ଭ କରେ । ଫ୍ରେଞ୍ଚ ଭାଷାରେ ଅର୍ଗାଜିମ୍ 'ଏକ ଛୋଟ ମୃତ୍ୟୁ' କୁହାଯାଏ । ଯାହାର ଅର୍ଥ ହେଉଛି ଅର୍ଗାଜିମ୍ ପରେ ମସ୍ତିଷ୍କ ଖାଲି ହେବାର ଏକ ଅନୁଭବ ହୋଇଥାଏ ।

ଅର୍ଗାଜିମ୍ ପରେ ନିଦ ଆସିବା କିମ୍ବା ଥକ୍କା ଅନୁଭବ କରିବା କିମ୍ବା ଶୂନ୍ୟ ଚିନ୍ତାଧାରାର ଅବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଅଟେ । ଯେତେବେଳେ ଆପଣ ଦିନସାରା କାମ କରନ୍ତି ଓ ତା’ପରେ ଶୋଇବା ପୂର୍ବରୁ ସମ୍ଭୋଗ କରନ୍ତି ତେବେ ହୋଇପାରେ ଆପଣଙ୍କୁ ସମ୍ଭୋଗ ପରେ ଥକ୍କା ଅନୁଭବ ହୋଇଥାଏ । କିନ୍ତୁ ଯଦି ଏହା ଦୀର୍ଘ ସମୟ ଧରି ରହେ ତେବେ ଚିନ୍ତାର କାରଣ ଅଛି । ଅର୍ଗାଜିମ୍ ପରେ ଥକ୍କା ଓ ଶୂନ୍ୟତାର ଏହି ଅଭିଜ୍ଞତା କେବଳ କିଛି ମିନିଟ୍ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଯଦି ଆପଣ ଦୀର୍ଘ ସମୟ ଧରି ଚିନ୍ତା କରିବାକୁ କିମ୍ବା କାମ କରିବାକୁ ଅସମର୍ଥ ତେବେ ଦୟାକରି ଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
Published by: Jagdish Barik
First published: November 26, 2020, 4:58 PM IST