ମୁମ୍ବାଇରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା; ପୋଲିସ୍ ସତର୍କ ସୂଚନା ଜାରି କଲା

ଗୁପ୍ତଚର ସଂସ୍ଥା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ପ୍ରକାଶ କରିଛି । ଏହାପର ଠାରୁ ଭିଭିଆଇପି ଅଞ୍ଚଳ ସମେତ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା କଡାକଡି କରି ଦିଆଯାଇଛି ।

ମୁମ୍ବାଇରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା; ପୋଲିସ୍ ସତର୍କ ସୂଚନା ଜାରି କଲା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 27, 2020, 3:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ (Mumbai) ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା କରାଯାଇଛି । ଗୁପ୍ତଚର ସଂସ୍ଥା ଅନୁଯାୟୀ ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇକୁ ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ଏରିଆଲ୍ ମିସାଇଲ୍ କିମ୍ବା ପାରା ଗ୍ଲାଇଡର୍ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇପାରେ । ଫେଷ୍ଟିଭାଲ ସିଜିନ ଥିବାରୁ ବଜାରରେ ଜନଗହଳି ପୂର୍ଣ୍ଣ କିମ୍ବା ଏକ ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳରେ ମଧ୍ୟ ଟାର୍ଗେଟ୍ ହୋଇପାରେ । ଏପରି ପରିସ୍ଥିତିରେ ଡ୍ରୋନ୍, ହାଲୁକା ବିମାନ, ପାରା ଗ୍ଲାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି ।

ଏହି ନିଷେଧ ଅକ୍ଟୋବର ୩୦ ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଜାରି ରହିବ । ପୋଲିସ ସମଗ୍ର ସହରରେ ଧାରା ୧୪୪ ଲଗାଇ ଭିଡ଼ ସୃଷ୍ଟି କରିବାକୁ ବାରଣ କରିଛି । ଗୁପ୍ତଚର ଏଜେନ୍ସିରୁ ହାଇ ଆଲର୍ଟ ପାଇବା ପରେ ପୋଲିସ ସତର୍କ ହୋଇପଡିଛି ।

ସର୍ବସାଧାରଣ ସମ୍ପତ୍ତିରେ ଆତଙ୍କବାଦୀଙ୍କ ଟାର୍ଗେଟ ହୋଇପାରେ
ସର୍ବସାଧାରଣ ସମ୍ପତ୍ତି ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଗୁପ୍ତଚର ବିଭାଗର ଚିଠି ପରେ ଏହି ଅଞ୍ଚଳରେ ସବୁ ପ୍ରକାର ଉଡ଼ାଣ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଦେଶରେ କୁହାଯାଇଛି ଯେ ଏହା ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହା ମଧ୍ୟ କୁହାଯାଇଛି ଯେ ଆଇପିସି ୧୮୬୦ ର ଧାରା ୧୮୮ ଅନୁଯାୟୀ ଏହି ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚେତାବନୀ ଦେବା ସହିତ ପୋଲିସ କହିଛି ଯେ ସାଧାରଣ ଲୋକ ଭୟଭୀତ ହେବା ଉଚିତ୍ ନୁହେଁ ବରଂ ସତର୍କ ରୁହନ୍ତୁ । ଡିସିପି ଚୈତନ୍ୟ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ସତର୍କ ରୁହନ୍ତୁ ।
Published by: Jagdish Barik
First published: October 27, 2020, 3:00 PM IST
corona virus btn
corona virus btn
Loading