ଚାଷୀଙ୍କୁ ମିଳିବ ମାସିକ ଅଧିକ ୩ ହଜାର ଟଙ୍କା; ଜାଣନ୍ତୁ କିପରି ଉଠାଇବେ ଲାଭ

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ ଆଉ ଏକ ଲାଭ ମିଳିବାକୁ ଯାଉଛି। ବର୍ତ୍ତମାନ ମାସକୁ ମିଳିବ ୩,୦୦୦ଟଙ୍କା ମିଳିବାର ସୂଚନା ରହିଛି।

ଚାଷୀଙ୍କୁ ମିଳିବ ୩୦୦୦ ଟଙ୍କା (ପ୍ରତୀକାତ୍ମକ ଛବି)

ଚାଷୀଙ୍କୁ ମିଳିବ ୩୦୦୦ ଟଙ୍କା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ  ଆଉ ଏକ ଲାଭ ମିଳିବାକୁ ଯାଉଛି। ଏହି ଯୋଜନା ଅଧୀନରେ ପୂର୍ବରୁ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ମିଳୁଥିଲା। ବର୍ତ୍ତମାନ ମାସକୁ ମିଳିବ ୩,୦୦୦ଟଙ୍କା ମିଳିବାର ସୂଚନା ରହିଛି।

ଏଥିପାଇଁ କୃଷକମାନଙ୍କୁ ଅଧିକ କୌଣସି ତଥ୍ୟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ପିଏମ କିଶାନ ମନଧନ ଯୋଜନା ଅନ୍ତର୍ଗତ ଚାଷୀମାନଙ୍କୁ ପ୍ରତି ମାସରେ ପେନସନ ଦିଆଯାଉଛି। ଏହି କ୍ରମରେ ୬୦ ବର୍ଷରୁ ଅଧିକ ବୟସର ଚାଷୀମାନଙ୍କୁ ପ୍ରତ୍ୟେକ ମାସ ୩,୦୦୦ ଟଙ୍କା ଅର୍ଥାତ ବାର୍ଷିକ ୩୬,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ନିଜର ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ଜମା କରିବାକୁ ପଡ଼ିବ।

ଏଥିପାଇଁ ବୟସ ସୀମା ୧୮ରୁ ୪୦ ବର୍ଷ ରହିଛି। ଯେଉଁ ଚାଷୀଙ୍କର ୨ ହେକ୍ଟର କିମ୍ବା କମ ଚାଷଜମି ଅଛି ସେମାନେ ଏହାର ଫାଇଦା ଉଠାଇ ପାରିବେ। ଅତିକମରେ ୨୦ ଓ ଅତି ବେଶୀରେ ୪୦ ବର୍ଷ ବୟସ ବର୍ଗ ପର୍ଯ୍ୟନ୍ତ ଚାଷୀମାନଙ୍କୁ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ନିବେଶ କରିବାକୁ ହେବ। ୧୮ ବର୍ଷୀୟ ଚାଷୀମାନେ ପାଇଁ ମାସିକ ୫୫ ଟଙ୍କା ଅର୍ଥରାଶି ଜମା କରିବାକୁ କରିବେ। ୩୦ ବର୍ଷର ଚାଷୀ ଏହି ଯୋଜନା ଅଧୀନରେ ୧୧୦ ଟଙ୍କା ଜମା କରିବେ । ସେହିପରି ୪୦ ବର୍ଷର ଚାଷୀମାନେ ଏଥିରେ ସାମିଲ ହେଲେ ୨୦୦ ଟଙ୍କା ଲେଖଏଁ ଜମା କରିବାକୁ ପଡ଼ିବ ।
Published by:Soumya Das
First published: