କୃଷକଙ୍କ ପାଇଁ ଖୁସି ଖବର; ୩ ଲକ୍ଷ ଟଙ୍କା ଦେବେ ମୋଦି ସରକାର

କୃଷକଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର। ଏଣିକି ସରକାରଙ୍କ ତରଫରୁ ସେମାନଙ୍କୁ ମିଳିବ ୩ ଲକ୍ଷ ଟଙ୍କା।

କୃଷକଙ୍କ ପାଇଁ ଖୁସି ଖବର

କୃଷକଙ୍କ ପାଇଁ ଖୁସି ଖବର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Kisan Credit Card Scheme Update: କେନ୍ଦ୍ର ସରକାର କୃଷକଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି । ଏଣିକି ଦେଶର କୋଟି କୋଟି କୃଷକଙ୍କୁ ସରକାରଙ୍କ ତରଫରୁ ମିଳିବ ୩ ଲକ୍ଷ ଟଙ୍କା। ଏହି ଟଙ୍କା ଏବେ କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ଖୁବ ସାହାଯ୍ୟ କରିବ। ଦେଶର କୃଷକଙ୍କ ଆର୍ଥିକ ବିକାଶ ପାଇଁ ନୂଆ ନିୟମ ଆଣିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କିସାନ ଯୋଜନା ବ୍ୟତୀତ ସରକାର କୃଷକଙ୍କ ପାଇଁ କେସିସି ସୁବିଧା ମଧ୍ୟ ଦେଉଛନ୍ତି ସରକାର । ଏହାଦ୍ୱାରା କୃଷକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ମିଳିପାରିବ। ଏଥି ପାଇଁ ପିଏମ କିସାନ ଯୋଜନାର ସମସ୍ତ ହିତାଧିକାରୀ ଚାଷୀଙ୍କୁ କିସାନ କ୍ରେଡିଟ କାର୍ଡ (Kisan Credit Card Scheme) ଇସ୍ୟୁ କରିବା ପାଇଁ ଆଦେଶ ଦେଇଛନ୍ତି । ଦେଶର ସବୁଠୁ କମ୍ ସୁଧ ଥିବା ଏହି ଯୋଜନା ଜରିଆରେ କୃଷକମାନଙ୍କୁ ଆର୍ଥିକ ସହାୟତା ମିଳିଥାଏ । ଅନେକ ସମୟରେ କୃଷକଙ୍କୁ କେସିସି ଲୋନ ରାଶିରେ ସବସିଡି ମଧ୍ୟ ଘୋଷଣା କରାଯାଇଥାଏ । ତେବେ ଅଧିକାଂଶ ଚାଷୀ କୃଷି କ୍ଷେତ୍ରରେ ଆବଶ୍ୟକ ଅନୁସାରେ ଏଥିରେ ଟଙ୍କା ନେଇଥାନ୍ତି । ସୁଧହାର ଦାଉରୁ ରକ୍ଷା କରିବା ପାଇଁ କୃଷକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଉଛି ।

Gold Demand: ଖସୁଛି ସୁନା ଚାହିଦା; ଜାଣନ୍ତୁ ଆଜି କେତେ ରହିଛି ସୁନା ଦର


ଏହି ଯୋଜନାରେ କୃଷକଙ୍କୁ ୭% ସୁଧହାରରେ ଲୋନ ଦିଆଯାଏ । ତେବେ ଏହାକୁ ଉଚିତ ସମୟରେ ସୁଝି ଦେଉଥିବା ଚାଷୀଙ୍କ ପାଇଁ ସୁଧ ହାର ୩ ପ୍ରତିଶତ ହ୍ରାସ କରାଯାଇ ମୋଟ ୪%ରେ ଲୋନ ଦିଆଯାଏ । ଏହି ଯୋଜନାରେ । କୃଷକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ୧୮-୭୫ ବର୍ଷ ବୟସ ମଧ୍ୟରେ ଜଣେ କୃଷକ ଏହି ଲୋନ ନେବା ପାଇଁ ଆବେଦନ କରିପାରିବେ । ଆସନ୍ତା ଦିନରେ ଏହି ଲୋନ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇପାରେ ।
Published by:Soumya Das
First published: