News18 Odia Digital
PM Kishan Samman Nidhi: ମହାରାଷ୍ଟ୍ରରେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kishan Samman Nidhi) ଅଧୀନରେ କୃଷକମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ମୋଦି ସରକାରଙ୍କ ପରି ମହାରାଷ୍ଟ୍ରର ସିନ୍ଦେ ସରକାର ମଧ୍ୟ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ।
ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ବଜେଟରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଘୋଷଣା କରିବା ସହିତ ଏବେ ରାଜ୍ୟର କୃଷକମାନେ ବାର୍ଷିକ ୧୨ହଜାର ଟଙ୍କା ସମ୍ମାନ ଜନକ ଭାବେ ପାଇବେ। କେନ୍ଦ୍ର ସରକାର ପୂର୍ବରୁ ୬ହଜାର ଟଙ୍କା ଦେଉଛନ୍ତି ଓ ବର୍ତ୍ତମାନ ମହାରାଷ୍ଟ୍ର ସରକାର ମଧ୍ୟ ସମାନ ପରିମାଣ ଦେବେ। ବଜେଟରେ ରାଜ୍ୟ ପରିବହନ ବସ୍ରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ସହିତ ଷ୍ଟାମ୍ପ ଡ୍ୟୁଟିରେ ୧% ରିହାତି ମଧ୍ୟ ଘୋଷଣା କରାଯାଇଛି।
ଶସ୍ତା ଓ ଶୁଦ୍ଧ ସୁନା କିଣିବାର ଆଜି ଶେଷ ମଉକା; କରନ୍ତୁନି ବିଳମ୍ୱମହାରାଷ୍ଟ୍ର ସରକାର କେବଳ ୧ଟଙ୍କା ପ୍ରିମିୟମରେ କୃଷକଙ୍କ ଫସଲ ବୀମା କରିବେ ବୋଲି ଘୋଷଣା କରିଛନ୍ତି। ୧ଟଙ୍କିଆ ଫସଲ ବୀମା ପ୍ରଦାନ ପାଇଁ ସରକାରଙ୍କ ଯୋଜନା ସହିତ ପ୍ରତିବର୍ଷ ୩୩୧୨ କୋଟି ଟଙ୍କା ବୃଦ୍ଧି ହେବ। ଅଦ୍ୟାବଧି, ବୀମା ପ୍ରିମିୟମର ୨ ପ୍ରତିଶତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଥିବା ଚାଷୀଙ୍କଠାରୁ ନିଆଯାଇଛି।
ଏହି ଯୋଜନା ବାବଦରେ ସୂଚନା ଦେଇ ଫଡନଭିସ୍ କହିଛନ୍ତି ଯେ ପ୍ରତିବର୍ଷ ରାଜ୍ୟ ସରକାର ଏହି ଯୋଜନାରେ ୬,୯୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏହି ରାଶି ପ୍ରତିବର୍ଷ ତିନୋଟି କିସ୍ତିରେ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ କୃଷକମାନେ ଏହି ଯୋଜନାର ୧୩ ଟି କିସ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି।
ଡିଭୋର୍ସ ପାଇଁ କୋର୍ଟ ଆସିଥିଲେ ସ୍ୱାମୀ; କାନମୁଣ୍ଡା ଆଉଁସି ଫେରିଲେମହାରାଷ୍ଟ୍ରର ଡେପୁଟି ସିଏମ୍ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନଭିସ୍ ଗୁରୁବାର ଦିନ ମହାରାଷ୍ଟ୍ରର ବଜେଟ୍ ଉପସ୍ଥାପନ କରିବାବେଳେ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଚାଷୀଙ୍କ ପାଇଁ ଏକ ନୂତନ ଯୋଜନା ଆରମ୍ଭ ହେବ ବୋଲି ଫଡନଭିସ୍ ଘୋଷଣା କରିଛନ୍ତି। ଏହା ଅଧୀନରେ ରାଜ୍ୟର ୧.୫ କୋଟିରୁ ଅଧିକ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।