Farmers Protest: ସରକାର ପାକିସ୍ତାନ-ଖାଲିସ୍ତାନ ସହ ଜଡିତ ୧୧୭୮ ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ କହିଲେ

ଟ୍ୱିଟରକୁ ବନ୍ଦ କରିବାକୁ କୁହାଯାଇଥିବା ଅନେକ ଆକାଉଣ୍ଟ ଖାଲିସ୍ତାନୀ ସମର୍ଥକଙ୍କ ଅଟେ । ଆହୁରି ମଧ୍ୟ ଅନେକ ଆକାଉଣ୍ଟକୁ ପାକିସ୍ତାନର ସମର୍ଥନ ମିଳୁଛି ।

Farmers Protest: ସରକାର ପାକିସ୍ତାନ-ଖାଲିସ୍ତାନ ସହ ଜଡିତ ୧୧୭୮ ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ କହିଲେ
ସରକାର ପାକିସ୍ତାନ-ଖାଲିସ୍ତାନ ସହ ଜଡିତ ୧୧୭୮ ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ କହିଲେ
  • News18 Odia
  • Last Updated: February 8, 2021, 11:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ଟ୍ରାକ୍ଟର ରାଲିରେ (Tractor rally) ହୋଇଥିବା ହିଂସା ପରେ ସରକାର ସମ୍ପୂର୍ଣ୍ଣ ସତର୍କ ଥିବାର ଜଣାପଡିଛି । ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ (Farmers Protest) ଉପରେ ମଧ୍ୟ ସରକାର ନଜର ରଖିଛନ୍ତି, ଯେପରି ଏହାର ଆଳରେ କେହି ଷଡଯନ୍ତ୍ର ରଚି ନ ପାରନ୍ତି । ଏହି କ୍ରମରେ ସରକାର ଗୁରୁବାର ଟ୍ୱିଟରକୁ ନୋଟିସ ଜାରି କରିଛନ୍ତି । ଏଥିରେ ସରକାର ମାଇକ୍ରୋବ୍ଲଗିଂ ସାଇଟକୁ ୧୧୭୮ ଆକାଉଣ୍ଟକୁ ବନ୍ଦ କରିବାକୁ କହିଛନ୍ତି । ସରକାରଙ୍କ ଅନୁଯାୟୀ ଏହି ସମସ୍ତ ଆକାଉଣ୍ଟ ଖାଲିସ୍ତାନ କିମ୍ବା ପାକିସ୍ତାନ ସହ ଜଡିତ ।

ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଟ୍ୱିଟରକୁ ୨୫୭ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ଯାହା ଜାନୁଆରୀ ୩୦ ରେ ହ୍ୟାସଟ୍ୟାଗ ସହିତ 'ଭୁଲ, ଧମକାଇବା ଓ ଉସୁକାଇବା ପରି ଟ୍ୱିଟ' ସେୟାର କରୁଥିଲେ ।

ସୂତ୍ରରୁ ଜଣାଯାଇଛି ଯେ ଟ୍ୱିଟର ଆଇଟି ଆକ୍ଟର ଧାରା ୬୯A ଅନୁଯାୟୀ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବାକୁ ବାଧ୍ୟ । ଗୃହ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହିତ ପରାମର୍ଶ କରିବା ପରେ ନିକଟରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବାକୁ କୁହାଯାଇଛି । କିନ୍ତୁ ଟ୍ୱିଟର ଏପର୍ଯ୍ୟନ୍ତ ଦାବିଗୁଡିକର ଉତ୍ତର ଦେଇନାହିଁ ।

ସୂତ୍ରରୁ ପ୍ରକାଶ ଯେ ଟ୍ୱିଟରକୁ ବନ୍ଦ କରିବାକୁ କୁହାଯାଇଥିବା ଅନେକ ଆକାଉଣ୍ଟ ଖାଲିସ୍ତାନୀ ସମର୍ଥକଙ୍କ ଅଟେ । ଆହୁରି ମଧ୍ୟ ଅନେକ ଆକାଉଣ୍ଟକୁ ପାକିସ୍ତାନର ସମର୍ଥନ ମିଳୁଛି । ସମସ୍ତଙ୍କୁ ବିଦେଶରୁ ଅପରେଟ କରାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଟରନେଟ୍ ବଟ୍ ସାହାଯ୍ୟରେ ପରିଚାଳିତ ହେଉଛି ଯାହା ଦ୍ୱାରା କୃଷକ ଆନ୍ଦୋଳନ ତଥା ଭୁଲ ତଥ୍ୟ ବିସ୍ତାର ହୋଇପାରିବ ।

ସୂତ୍ରରୁ ପ୍ରକାଶ ଯେ ଟ୍ୱିଟର ଏକ 'ମଧ୍ୟସ୍ଥି' ଓ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ । ସେ କହିଛନ୍ତି ଯେ ଯଦି ସରକାରୀ ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ଟ୍ୱିଟର ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରେ । ସରକାରଙ୍କ ତରଫରୁ କୁହାଯାଇଛି ଯେ ଯଦି ଟ୍ୱିଟର ଏହି ନିର୍ଦ୍ଦେଶ ପାଳନ ନକରନ୍ତି ତା’ହେଲେ ଏହାର ଅଧିକାରୀଙ୍କୁ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ଓ କମ୍ପାନୀକୁ ଜୋରିମାନା ଦେବାକୁ ପଡିବ ।
Published by: Jagdish Barik
First published: February 8, 2021, 11:00 AM IST