କୃଷକ ଆନ୍ଦୋଳନ: ଆଜି ଦିଲ୍ଲୀ ସୀମାରେ ଶହୀଦ ଦିବସ ପାଳନ କରିବେ କୃଷକ; ଭାରତ ବନ୍ଦକୁ ନେଇ କରିବେ ଚର୍ଚ୍ଚା
Farmer Protest: କୃଷକ ସଂଗଠନ ୨୬ ମାର୍ଚ୍ଚରେ ଭାରତ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଶହୀଦ ଦିବସ ପାଳନ କରି କୃଷକମାନେ ଭରତ ବନ୍ଦକୁ ସଫଳ କରିବାର ରଣନୀତି ଉପରେ ମଧ୍ୟ ଆଲୋଚନା କରିବେ ।

ଆଜି ଦିଲ୍ଲୀ ସୀମାରେ ଶହୀଦ ଦିବସ ପାଳନ କରିବେ କୃଷକ
- News18 Odia
- Last Updated: March 23, 2021, 8:52 AM IST
ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ (New Farm Laws) ବିରୋଧ କରି ଗତ ୧୧୭ ଦିନ ଧରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଏହି କୃଷକମାନେ ଏଠାରେ ଶହୀଦ ଦିବସ ପାଳନ କରିବେ । ଏହି ଅବସରରେ ଦେଶର ସମସ୍ତ ଧାରଣାସ୍ଥଳର ଯୁବକମାନେ ଦିଲ୍ଲୀ ସୀମାରେ ପହଞ୍ଚିବେ । ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ ଯେଉଁଠାରେ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ବିଚାର ଉପରେ ଆଲୋଚନା କରାଯିବ ।
ଶହୀଦ ଦିବସରେ ଭାରତ ବନ୍ଦର ଚର୍ଚ୍ଚା
କୃଷକ ସଂଗଠନ ୨୬ ମାର୍ଚ୍ଚରେ ଭାରତ ବନ୍ଦ ଘୋଷଣା କରିଛନ୍ତି । ଶହୀଦ ଦିବସ ପାଳନ କରିବାବେଳେ କୃଷକମାନେ ଭରତ ବନ୍ଦକୁ ସଫଳ କରିବାର ରଣନୀତି ଉପରେ ମଧ୍ୟ ଆଲୋଚନା କରିବେ । ୨୬ ମାର୍ଚ୍ଚ ପାଇଁ ୟୁନାଇଟେଡ୍ କିସାନ ମୋର୍ଚ୍ଚା ମଧ୍ୟ ଗତ ସପ୍ତାହରେ ବିଭିନ୍ନ ଜନ ସଂଗଠନ ଓ ଆସୋସିଏସନ୍ ସହିତ ସାକ୍ଷାତ କରି ଏହାର 'ସମ୍ପୂର୍ଣ୍ଣ ଭାରତ ବନ୍ଦ' ପାଇଁ ରଣନୀତି ପ୍ରସ୍ତୁତ କରିଥିଲା ।
୨୬ ମାର୍ଚ୍ଚରେ ଆନ୍ଦୋଳନର ଚାରି ମାସର ପୂରା ହେବା ଅବସରରେ ଦେଶବ୍ୟାପୀ ବନ୍ଦ ଡାକରା ସମୟରେ ମଧ୍ୟ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ୧୨ ଘଣ୍ଟା ବନ୍ଦ ରହିବ । ଏହା ପରେ ମାର୍ଚ୍ଚ ୨୮ ରେ କେନ୍ଦ୍ରର ତିନୋଟି ନୂତନ କୃଷି ଆଇନର କପି ପୋଡ଼ାଯିବ ।
ECAA କାର୍ଯ୍ୟକାରୀ କରିବାକୁ ସୁପାରିଶ ଉପରେ ଅସନ୍ତୁଷ୍ଟ
ଜରୁରୀ ଦ୍ରବ୍ୟ ସଂଶୋଧନ ଅଧିନିୟମର (ECAA) ତୁରନ୍ତ କାର୍ଯ୍ୟକାରୀ ପାଇଁ ସଂସଦୀୟ କମିଟିର ଦାବିକୁ କୃଷକ ସଂଗଠନ ରବିବାର ସମାଲୋଚନା କରିଛନ୍ତି । ଦିଲ୍ଲୀ ସୀମାରେ କୃଷକମାନେ ବିରୋଧ କରୁଥିବା ତିନୋଟି ନିୟମ ମଧ୍ୟରୁ ECAA ଅନ୍ୟତମ । ସଂସଦୀୟ କମିଟି ସରକାରଙ୍କୁ ECAA ଲାଗୁ କରିବାକୁ କହିଛନ୍ତି । କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଆପ ସମେତ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି ।