Farmers Protest: କୃଷକମାନେ ମୌନ ରହିଲେ; ମନ୍ତ୍ରୀ ବୈଠକ ଛାଡି ଚାଲିଗଲେ - ଜାଣନ୍ତୁ କେଉଁଠାରେ ଅଟକି ରହିଛି କଥାବାର୍ତ୍ତା

Farmers Protest: ଶନିବାର ଦିନ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ବୈଠକ ମଧ୍ୟ ବିନାକିଛି ନିଷ୍କର୍ସରେ ଶେଷ ହୋଇଛି । ଏହି ପ୍ରସଙ୍ଗରେ ପରବର୍ତ୍ତୀ ବୈଠକ ୯ ଡିସେମ୍ବରରେ ଡକାଯାଇଛି । ସୂତ୍ରରୁ ଏହା ଜଣାପଡିଛି ଯେ କୃଷକଙ୍କ କିଛି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବାକୁ ସହମ୍ମତି ପ୍ରକାଶ କରିଛନ୍ତି ।

Farmers Protest: କୃଷକମାନେ ମୌନ ରହିଲେ; ମନ୍ତ୍ରୀ ବୈଠକ ଛାଡି ଚାଲିଗଲେ - ଜାଣନ୍ତୁ କେଉଁଠାରେ ଅଟକି ରହିଛି କଥାବାର୍ତ୍ତା
କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ବୈଠକ ମଧ୍ୟ ବିନାକିଛି ନିଷ୍କର୍ସରେ ଶେଷ ହୋଇଛି
  • News18 Odia
  • Last Updated: December 6, 2020, 12:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୃଷକ ଆନ୍ଦୋଳନକୁ (Farmers Protest) ନେଇ କେନ୍ଦ୍ର ସରକାର (Central Government) ଓ କୃଷକଙ୍କ ମଧ୍ୟରେ ଚାଲିଥିବା ଅସନ୍ତୋଷ ଦୂର ହେବାକୁ ନା ଧରୁନାହିଁ । ଶନିବାର ଦିନ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ବୈଠକ ମଧ୍ୟ ବିନାକିଛି ସମାଧାନରେ ଶେଷ ହୋଇଛି । ଏହି ପ୍ରସଙ୍ଗରେ ପରବର୍ତ୍ତୀ ବୈଠକ ୯ ଡିସେମ୍ବରରେ ଡକାଯାଇଛି । ସୂତ୍ରରୁ ଏହା ଜଣାପଡିଛି ଯେ କୃଷକଙ୍କ କିଛି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବାକୁ ସହମ୍ମତି ପ୍ରକାଶ କରିଛନ୍ତି । ଏହା ସତ୍ତ୍ୱେ କୃଷକ ସଂଗଠନଗୁଡିକ ସ୍ପଷ୍ଟ କରିଛନ୍ତି ଯେ ନୂତନ କୃଷି ଆଇନଗୁଡ଼ିକର ସମ୍ପୂର୍ଣ୍ଣ ପ୍ରତ୍ୟାହାର ବିନା କିଛି ସ୍ୱୀକାର କରିବେ ନାହିଁ ।

କୃଷି ନେତାମାନେ ସରକାରଙ୍କ ତରଫରୁ କୃଷି ଆଇନ ରଦ୍ଦ କରିବାକୁ ଦାବି କରିଥିଲେ । ସେ କହିଛନ୍ତି ଯେ ସରକାର ହଁ କିମ୍ବା ନାଁରେ ସିଧାସଳଖ ଉତ୍ତର ଦେବା ଉଚିତ୍ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି ଯେ ଶନିବାର ଦିନ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ କଳହ ଏତେ ବଢ଼ିଯାଇଥିଲା ଯେ ଦେଢ଼ ଘଣ୍ଟା ଧରି କୌଣସି କଥାବାର୍ତ୍ତା ହୋଇ ନ ଥିଲା। କୃଷକ ସଂଗଠନ ତରଫରୁ କୁହାଯାଉଛି ଯେ ସେମାନଙ୍କ କଥା ଶୁଣିବା ପରେ ମନ୍ତ୍ରୀ ସେହି ସ୍ଥାନ ଛାଡି ଚାଲିଯାଇଥିଲେ ଓ ସେ ଫେରିବା ପରେ ପରବର୍ତ୍ତୀ ବୈଠକ ୮ ଡିସେମ୍ବରରେ କରିବେ ବୋଲି କହିଥିଲେ । ଏହା ଉପରେ କୃଷକମାନେ କହିଛନ୍ତି ଯେ ଏହା ସମ୍ଭବ ନୁହେଁ କାରଣ ୮ ଡିସେମ୍ବରରେ ସେମାନେ ଭରତ ବନ୍ଦର ଡାକରା ଦେଇଛନ୍ତି । ବର୍ତ୍ତମାନ ଷଷ୍ଠ ରାଉଣ୍ଡ ଆଲୋଚନା ୯ ଡିସେମ୍ବରରେ ଅନୁଷ୍ଠିତ ହେବ ।

ଜମହୁରି କିସାନ ସଭାର ସାଧାରଣ ସମ୍ପାଦକ କୁଲୱନ୍ତ ସିଂ ସନ୍ଧୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ମନୋବଳ ଦେଖିବା ପରେ ଲାଗୁଛି ଯେ ସରକାର ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି ଓ ଏହି ପ୍ରସଙ୍ଗରେ ବୁଲିଇବାକୁ ଚେଷ୍ଟା କରୁଛନ୍ତି । ସେ ସରକାରଙ୍କୁ ଖୋଲାଖୋଲି ଭାବେ କହିଛନ୍ତି ଯେ ଆମକୁ ଏହି ଆଇନର ଆବଶ୍ୟକତା ନାହିଁ କାରଣ ଏହା କୃଷକ ଓ ଜନସାଧାରଣଙ୍କ ବିରୁଦ୍ଧରେ । ସନ୍ଧୁ କହିଛନ୍ତି ଯେ ସରକାରଙ୍କ ତରଫରୁ କୁହାଯାଇଛି ଯେ କୃଷକମାନେ ଯୁବକ ଓ ବୃଦ୍ଧଙ୍କୁ ପ୍ରଦର୍ଶନରୁ ଫେରିବା ପାଇଁ କୁହନ୍ତୁ । ସରକାରଙ୍କ ଏପରି ଆବେଦନରୁ ଜଣାପଡିଛି ଯେ ସେମାନଙ୍କ ଉପରେ ଚାପ ବଢୁଛି ଓ ସେମାନେ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଟ୍ରାଫିକ୍ ପ୍ରଭାବିତ
ଚାଷୀଙ୍କ ଆନ୍ଦୋଳନର ସବୁଠୁ ଅଧିକ ପ୍ରଭାବ ଟ୍ରାଫିକ ବ୍ୟବସ୍ଥା ଉପରେ ପଡିଛି । ଗତ ୧୦ ଦିନ ଧରି ହଜାର ହଜାର କୃଷକ ହରିୟାଣା ଓ ଉତ୍ତର ପ୍ରଦେଶ ସୀମାନ୍ତରେ ଏକାଠି ହୋଇଛନ୍ତି । ଶନିବାର ଗାଜିଆବାଦ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ଦୁଇଟି ରାଜପଥ ବନ୍ଦ ହେବା ପରେ ସମସ୍ୟା ଆହୁରି ବଢ଼ିଚାଲିଛି । ଚାଷୀଙ୍କ ଦାବି ପ୍ରକ୍ରିୟାକରଣ କରାଯାଉ ନାହିଁ। ଯେଉଁ କାରଣରୁ କୃଷକମାନେ ବର୍ତ୍ତମାନ ଅଧିକ ରାସ୍ତା ଅବରୋଧ କରୁଛନ୍ତି । ଏହା ଯୋଗୁଁ ଯୋଗାଣ ଶୃଙ୍ଖଳା ମଧ୍ୟ ସମ୍ପୂର୍ଣ୍ଣ ଭାବେ କଟିଯାଇଛି ।
Published by: Jagdish Barik
First published: December 6, 2020, 12:50 PM IST
corona virus btn
corona virus btn
Loading