ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ ; ପଢ଼ନ୍ତୁ କଣ କହିଲେ ବିଦାୟ ବେଳେ

ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ । ଭାଷଣରେ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । ବିଦାୟୀ ଭାଷଣ ଦେଇ ସେ କହିଛନ୍ତି...

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ ;

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ ;

  • Share this:
News 18 Odia Digital

ନୂଆଦିଲ୍ଲୀ; ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ । ଭାଷଣରେ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । ବିଦାୟୀ ଭାଷଣ ଦେଇ ସେ କହିଛନ୍ତି...

ପ୍ରିୟର ଦେଶବାସୀ ନମସ୍କାର । ଆଜିଠାରୁ ୫ ବର୍ଷ ପୂର୍ବେ ଆପଣ ସମସ୍ତେ ମୋ ଉପରେ ଅନେକ ଭରସା କରିଥିଲେ ଏବଂ ନିଜ ନିର୍ବାଚିତ ପ୍ରତିନିଧୀଙ୍କ ମାଧ୍ୟମରେ ମତେ ଭାରତର ରାଷ୍ଟ୍ରପତି ଭାବେ ଚୟନ କରିଥିଲେ । ଆଜି ମୋର କାର୍ଯ୍ୟକାଳ ସମାପ୍ତ ହୋଇଛି । ଏହି ଅବସରରେ ମୁଁ ଆପଣଙ୍କ ସହିତ କିଛି କଥା ବାଣ୍ଟିବାକୁ ଚାହୁଁଛି । ସର୍ବପ୍ରଥମେ ଆପଣଙ୍କ ଜନ ପ୍ରତିନିଧିଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ସାରା ଦେଶରେ ନିଜର କାର୍ଯ୍ୟାକାଳ ମଧ୍ୟରେ ଜନସାଧାରଣଙ୍କଠାରୁ ମିଳିଥିବା ସମ୍ମାନ ଓ ସମ୍ପର୍କ ରୁ ମତେ ଅନେକ ପ୍ରେରଣା ମିଳିଛି । ଛୋଟ ଛୋଟ ଗାଁରେ ଥିବା କୃଷକ ଶ୍ରମିକ ଭାଇଭଉଣୀ  ଏବଂ ଆଗାମୀ ପୀଢୀକୁ ଉଚିତ ମାର୍ଗ ଦେଖାଉଥିବା ଶିକ୍ଷକ , ସମାଜକୁ ଶିକ୍ଷା ଦେଉଥିବା କଳାକାର, ଆମ ଦେଶର ଜ୍ଞାନୀଗୁଣୀ ବ୍ୟକ୍ତି, ଦେଶକୁ ସମୃଦ୍ଧ କରିଥିବା ଉଦ୍ୟୋଗୀ , ରୋଗୀଙ୍କର ସେବା କରୁଥିବା ଡାକ୍ତର ଓ ନର୍ସ , ରାଷ୍ଟ୍ରନିର୍ମାଣରେ ସହଯୋଗ କରିଥିବା ବୈଜ୍ଞାନିକ । ନ୍ୟାୟାଧିଶ , ପ୍ରଶାସନିକ ଅଧିକାରୀ , ସାମାଜିକ କର୍ମୀ, ଧର୍ମପରାୟଣ ବ୍ୟକ୍ତି, ଆପଣ ସମସ୍ତେ ମୋତେ ମୋ କର୍ତ୍ତବ୍ୟକୁ ସଠିକ ଭାବରେ ପାଳନ କରିବା ପାଇଁ ପ୍ରେରଣା ଦେଇଛନ୍ତି । ସମାଜର ସବୁ ବର୍ଗରୁ ମତେ ସହୋଯୋଗ, ସମର୍ଥନ ଓ ଆର୍ଶୀବାଦ ମିଳିଛି । ମୋ ମନ ଭିତରେ ପ୍ରତିଟି ଛବି ବିଶେଷ ଭାବରେ ଆଙ୍କି ହୋଇ ରହିବ । ଯେତେବେଳେ ଆମର ସେନା କର୍ମଚାରୀ ଓ ଅର୍ଦ୍ଧସାମରିକ ବାହିନୀ ଓ ପୋଲିସର ବାହଦୁର ଯବାନମାନଙ୍କ ସହିତ ଦେଖା ହୁଏ ମୁଁ ଜାଣିବାକୁ ପାଏ ଦେଶ ପ୍ରତି ସେମାନଙ୍କର ଭକ୍ତିଭାବ । 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ୧୪ ତମ ତଥା ଦ୍ୱିତୀୟ ଦଳିତ ରାଷ୍ଟ୍ରପତି ଥିଲେ, ସେ ୨୫;ଜୁଲାଇ ୨୦୧୭ ରେ ଦେଶର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏଥି ସହିତ, ଆଜି ଅର୍ଥାତ୍ ଜୁଲାଇ ୨୪ ରେ, ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବା ପରେ ସେ ରାଷ୍ଟ୍ରିୟ ଭବନ ଛାଡିବେ। ଏହା ପରେ, ଜୁଲାଇ ୨୫ରେ, ଭାରତର ପ୍ରଥମ ଆଦିବାସୀ ମହିଳା ' ଦ୍ରୌପଦୀ ମୁର୍ମୁ' ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ସେଣ୍ଟ୍ରାଲ ହଲରେ ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ତାଙ୍କୁ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା ଶପଥ ଗ୍ରହଣ କରାଇବେ ।

ଦେଶର ସାମ୍ବିଧାନିକ ମୁଖ୍ୟ ଭାବରେ କାର୍ଯ୍ୟକାଳର ଗୋଟିଏ ଦିନ ପୂର୍ବରୁ ୨୩ ଜୁଲାଇ (ଶନିବାର ସନ୍ଧ୍ୟା) ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସଂସଦ ବିଦାୟ ଦେଇଥିଲା । ସଂସଦର ସେଣ୍ଟ୍ରାଲ ହଲରେ ଏକ ବିଦାୟ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଓ ଲୋକସଭା ସଦସ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଆଇ-ଏମ) ସମେତ ଅଧିକାଂଶ ବିରୋଧୀ ଦଳର ସାଂସଦମାନେ ଆସିଥିଲେ । ତେବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ ଗାନ୍ଧୀ ଏହି ଅବସରରେ ଉପସ୍ଥିତ ନଥିଲେ। ତାଙ୍କ ବିଦାୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ମୋର କାର୍ଯ୍ୟକାଳରେ ସହାୟତା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ପରିଷଦ ମନ୍ତ୍ରୀ ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଧନ୍ୟବାଦ ଜଣାଉଛି। ସେ କହିଥିଲେ ଯେ ଆଜି ଯେତେବେଳେ ମୁଁ ତୁମ ସମସ୍ତଙ୍କଠାରୁ ବିଦାୟ ନେଉଛି, ମୋ ହୃଦୟରେ ଅନେକ ପୁରୁଣା ସ୍ମୃତି ଜାଗି ଉଠୁଛି। ଏହି କମ୍ପ୍ଲେକ୍ସରେ ଯାହା ସେଣ୍ଟ୍ରାଲ୍ ହଲ୍ ଭାବରେ ଜଣାଶୁଣା |

ଏହି ପରିସରରେ ଏହି କମ୍ପ୍ଲେକ୍ସରେ ଯାହା ସେଣ୍ଟ୍ରାଲ୍ ହଲ୍ ଭାବରେ ଜଣାଶୁଣା । ବର୍ଷ ବର୍ଷ ଧରି, ମୁଁ ଏତେ ସଂଖ୍ୟକ ସାଂସଦଙ୍କ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିଛି । ପାଞ୍ଚ ବର୍ଷ ପୂର୍ବେ ମୁଁ ଏହି ସ୍ଥାନରେ ଶପଥ ଗ୍ରହଣ କରିଥିଲି। ଆପଣମାନଙ୍କ ପାଇଁ ମୋ ହୃଦୟରେ ଏକ ବିଶେଷ ସ୍ଥାନ ରହିଛି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସାଂସଦ ଏବଂ ମନ୍ତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆପଣ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆପଣ ଭାରତର ଲୋକଙ୍କର ନିର୍ବାଚିତ ପ୍ରତିନିଧୀ ଅଟନ୍ତି।
Published by:Soubhagya Mishra
First published: