ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
News18 Odia Digital
କଲିକତା: ନାଗରିକତା ସଂଶୋଧନ ଆଇନ ସମର୍ଥନରେ ପଶ୍ଚିମବଙ୍ଗର କେତେଜଣ ପ୍ରସିଦ୍ଧ ବ୍ୟକ୍ତିତ୍ବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । କଳା ଏବଂ ଶିକ୍ଷା ସହିତ ଜଡ଼ିତ ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଅଞ୍ଜନା ବସୁ, ସୌରଭ ଚକ୍ରବର୍ତ୍ତୀ, ରଣଦୀପ ସରକାର ଏବଂ ରାଜ ଭୌମିକଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତି ସାମିଲ ଅଛନ୍ତି । ଏହି ଚିଠିରେ ପଶ୍ଚିମବଙ୍ଗର ଲୋକେ ନାଗରିକତା ସଂଶୋଧନ ଆଇନ ଲାଗି ଆପଣଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ଲେଖାଯାଇଛି ।
ପତ୍ରରେ ବିସ୍ତୃତ ଭାବେ ଲେଖାଯାଇଛି କି, ‘‘ବିଭାଜନ ସମୟରେ ବଙ୍ଗାଳୀ ସମୁଦାୟ ଅନେକ ପୀଡ଼ା ପାଇଥିଲେ । ଦଶନ୍ଧି ଧରି ଚାଲୁଥିବା ପୀଡ଼ାରୁ ମୁକ୍ତି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଇତିହାସ ସାକ୍ଷୀ ରହିଛି ବଙ୍ଗଳାର ଲୋକମାନେ ଯେତିକି ପରିମାଣରେ ବିଭାଜନର ପୀଡ଼ା ସହିଛନ୍ତି ତାଠାରୁ ଅଧିକ କେହି ସହି ନାହାନ୍ତି । ଲମ୍ବା ସମୟ ଧରି ସହୁଥିବା ପୀଡ଼ା ଶେଷ କରି ଆପଣ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାସ୍ତା ବାଛିଛନ୍ତି । ଲୋକମାନେ ନିଜ ନିଜର ଭୋଟ ବ୍ୟାଙ୍କ ପାଇଁ ରାଜନୀତି କରୁଛନ୍ତି । କିନ୍ତୁ ଆପଣ ନିଜର ପ୍ରତିଶୃତି ରକ୍ଷା କରିଛନ୍ତି । ଏହା ଦ୍ବାରା ଅନ୍ୟ ଦେଶର ପ୍ରତାରିତ ହୋଇ ଆସିଥିବା ଅଳ୍ପସଂଖ୍ୟକଙ୍କୁ ଲାଭ ମିଳିବ । ଏହି ଆଇନ ଦ୍ବାରା ପଶ୍ଚିମବଙ୍ଗର ଲୋକଙ୍କ ହୃଦୟ ଜିତିପାରିଛି । ଆମେ ଭାଗ୍ୟଶାଳୀ କି ଆମର ନେତୃତ୍ବ ଏପରି ଜଣେ ପ୍ରଧାନମନ୍ତ୍ରୀ କରୁଛନ୍ତି । ନୂଆ ଭାରତର ନିର୍ମାଣ ଲାଗି ଆପଣା ଆଗକୁ ବଢ଼ୁଛନ୍ତି । ଆମେ ଆପଣଙ୍କ ସହିତ ଅଛୁ’’ ବୋଲି ଉଲ୍ଲେଖ ରହିଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।