ପ୍ରଖ୍ୟାତ ଅଭିନେତ୍ରୀଙ୍କ ଝିଅ କହିଲେ ସେ କାର୍ତ୍ତିକ ଆର୍ୟନଙ୍କ ସହ ବିଛଣା ଶେୟାର କରି ପାରନ୍ତି

ହିନ୍ଦୀ ସିନେମାରେ ଡେବ୍ୟୁ କରିବାକୁ ଯାଉଥିବା ପୂଜା ବେଦୀଙ୍କ ଝିଅ ତଥା କବୀର ବେଦୀଙ୍କ ନାତୁଣୀ ଅଲାୟା ଫର୍ଣ୍ଣିଚ଼ରୱାଲା କହିଛନ୍ତି କାର୍ତ୍ତିକ ଆର୍ୟନଙ୍କ ସହ ବିଛଣା ଶେୟାର କରିବାରେ ତାଙ୍କର କିଛି ଅସୁବିଧା ନାହିଁ ।

ପ୍ରଖ୍ୟାତ ଅଭିନେତ୍ରୀଙ୍କ ଝିଅ କହିଲେ ସେ କାର୍ତ୍ତିକ ଆର୍ୟନଙ୍କ ସହ ବିଛଣା ଶେୟାର କରି ପାରନ୍ତି
ଅଲାୟା ଫର୍ଣ୍ଣିଚ଼ରୱାଲା
  • News18 Odia
  • Last Updated: January 27, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odis Digital

ମୁମ୍ବାଇ: ବଲିଉଡରେ ଏକ ଜଣାଶୁଣା ପରିବାରର ତୃତୀୟ ପିଢ଼ୀ ଫିଲ୍ମ ‘ଜୱାନୀ ଜାନେମନ’ରେ ସିନେମାରେ ପ୍ରବେଶ କରିବାକୁ ଯାଉଛି । ତାଙ୍କ ନାଁ ଅଲାୟା ଫର୍ଣ୍ଣିଚ଼ରୱାଲା (Alia Farnicharwala) । ତାଙ୍କ ଫିଲ୍ମ ଲଞ୍ଚ ହେବା ବେଳେ ସେ ନିଜର ଏହି ନାଁ ରଖିଲେ । ପୂର୍ବରୁ ସେ ନିଜ ନାଁ ଆଲିୟା ଇବ୍ରାହିମ ଲେଖୁଥିଲେ । ପ୍ରକୃତରେ ଅଲାୟା ଫର୍ଣ୍ଣିଚ଼ରୱାଲାଙ୍କ ବାପାଙ୍କ ନାଁ ଫରହାନ ଫର୍ଣ୍ଣିଚ଼ରୱାଲା ଓ ମାଆଙ୍କ ନାଁ ପୂଜା ବେଦୀ ।

ଅଲାୟା ପୂଜା ବେଦୀଙ୍କ ଝିଅ, ଓ ପୂଜା ବେଦୀ ହେଉଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ-ମଡେଲ ପ୍ରତିମା ବେଦୀ ଓ ହ୍ୟାଣ୍ଡସମ୍‌ ଅଭିନେତା କବୀର ବେଦୀଙ୍କ ଝିଅ । ମାନେ ଅଲାୟା ହେଉଛନ୍ତି କବୀର ବେଦୀଙ୍କ ନାତୁଣୀ । ସେ ସୈଫ ଅଲ୍ଲୀ ଖାଁଙ୍କ ସହ ଡେବ୍ୟୁ କରୁଛନ୍ତି । ସେହି କାରଣରୁ ଅନେକ ଶୋ’ରେ ପହଞ୍ଚୁଛନ୍ତି ।

ତେବେ ଜୁମ୍‌ ଚ଼୍ୟାନେଲର ଏକ ଚ଼୍ୟାଟ୍‌ ଶୋ’ରେ ଅଲାୟା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିବା କିଛି କଥା ପାଇଁ ଏବେ ହେଡଲାଇନରେ ଅଛନ୍ତି ।

କାର୍ତ୍ତିକ ଆର୍ୟନ୍


ଅଲାୟାଙ୍କୁ ଯେତେବେଳେ ପଚ଼ରାଗଲା ଯେ ଯଦି ଅଚ଼ାନକ ତାଙ୍କ ବିଛଣାରେ କାର୍ତ୍ତିକ ଆର୍ୟନ୍‌ ଆସି ଉଭା ହୁଅନ୍ତି ତ ସେ କ’ଣ କରିବେ, ସେ ଉତ୍ତର ଦେଇଥିଲେ: ‘‘କାର୍ତ୍ତିକ ଆର୍ୟନଙ୍କ ସହ ବିଛଣା ଶେୟାର କରିବାରେ ମୋ’ର କିଛି ଅସୁବିଧା ନାହିଁ’’ ।

ଅଲାୟା ଫର୍ଣ୍ଣିଚ଼ରୱାଲା


ଯେତେବେଳେ ସାରା ଓ କାର୍ତ୍ତିକଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌’ରେ ଥିବା ବୋଲ୍ଡ ଦୃଶ୍ୟଗୁଡ଼ିକ ବିଷୟରେ ତାଙ୍କ ମତ ପଚ଼ରାଗଲା, ଅଲାୟା କହିଥିଲେ ଯେ ସେ କେବଳ ଫିଲ୍ମଟିର ଟ୍ରେଲର ଦେଖିଛନ୍ତି, ମାତ୍ର ଯଦି ସେ ନିଜେ ସେହି ଫିଲ୍ମରେ ଥାଆନ୍ତେ ତାହେଲେ ଦୃଶ୍ୟଗୁଡ଼ିକୁ ଆହୁରି ‘‘ଦମଦାର୍‌’’ କରିଥା’ନ୍ତେ । ସେ କହିଛନ୍ତି ଯେ କାର୍ତ୍ତିକ ଓ ସାରା ଦୃଶ୍ୟଗୁଡ଼ିକରେ ଭଲ ଅଭିନୟ କରିଛନ୍ତି ।
First published: January 27, 2020, 12:16 AM IST