ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇବାରେ ବିଫଳତାକୁ ଅବହେଳା ବୋଲି ବିଚାର କରାଯିବନି: ସୁପ୍ରିମ୍ କୋର୍ଟ୍

ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇବାରେ ବିଫଳତାକୁ ଅବହେଳା ବୋଲି ବିଚାର କରାଯିବନି: ସୁପ୍ରିମ୍ କୋର୍ଟ୍

Failure to protect your vehicle and yourself in road accident is not neglect, says supreme court | ମହିଳାଙ୍କ ସ୍ୱାମୀ ଚଳାଉଥିବା କାରର ଏକ ଟ୍ରକ୍ ସହିତ ସାମନା ପଟୁ ଧକ୍କା ହୋଇଥିଲା । ଟ୍ରକ୍ ଡ୍ରାଇଭର୍ କୌଣସି ସଙ୍କେତ ନ ଦେଇ ହଠାତ୍ ନିଜ ଗାଡି଼କୁ ଅଟକାଇଦେବାରୁ ସେହି ଦୁର୍ଘଟଣା ଘଟିଥିଲା ଓ ମହିଳାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିଲେ ।

ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇବାରେ ବିଫଳତାକୁ ଅବହେଳା ବୋଲି ବିଚାର କରାଯିବନି: ସୁପ୍ରିମ୍ କୋର୍ଟ୍
ଏକ ଟ୍ରକ୍-କାର୍ ଧକ୍କା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ରାୟ ଦେଇଛନ୍ତି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 15, 2021, 2:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସଡ଼କ ଦୁର୍ଘଟଣା ସହ ଜଡି଼ତ ଏକ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ୍‌ କହିଛନ୍ତି ଯେ ଅସାଧାରଣ ସତର୍କତା ଅବଲମ୍ବନ କରି ଯାନବାହାନ ଧକ୍କାରୁ ରକ୍ଷା ପାଇବାରେ ବିଫଳ ହେବା କୌଣସି ଅବହେଳା ନୁହେଁ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ସଡ଼କ ଦୁର୍ଘଟଣାରେ ଅବହେଳା କରିଥିବା ଅଭିଯୋଗ ହୋଇଛି, ସେଥିରେ ସେ କରିଥିବା କୌଣସି ଭୁଲର ଭୂମିକା ତ ଥିବା ଦରକାର (Supreme Court verdict on road accident)।

ଜଣେ ମହିଳା ଓ ତାଙ୍କ ନାବାଳକ ପିଲାର ଆବେଦନର ଶୁଣାଣି କରି ସୁପ୍ରିମ୍‌ କୋର୍ଟର ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଓ ଭି. ରାମସୁବ୍ରମଣ୍ୟମଙ୍କ ଏକ ବେଞ୍ଚ୍‌ କର୍ଣ୍ଣାଟକ ହାଇ କୋର୍ଟଙ୍କ ଏକ ନିଷ୍ପତ୍ତି ବିରୁଦ୍ଧରେ ଯାଇ ନିଜ ରାୟରେ ଏହା କହିଛନ୍ତି । ଅବହେଳା ପାଇଁ ମହିଳାଙ୍କ ସ୍ୱାମୀ, ଯିଏ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ବି ଦୋଷୀ ଥିଲେ ବୋଲି ହାଇ କୋର୍ଟ କହିଥିଲେ । ଏହି ମହିଳାଙ୍କ ସ୍ୱାମୀ ଚଳାଉଥିବା କାରର ଗୋଟେ ଟ୍ରକ୍‌ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହେବା ସତ୍ତ୍ୱେ ତାଙ୍କ ଉପରେ ବି ଅବହେଳାରେ ଯୋଗଦାନ କରିଥିବାର ଦୋଷ ଲାଗିଥିଲା  (Supreme Court judgment on Karnataka road accident)।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ସେହି ମାମଲାର ବିଚାର କରି ହାଇ କୋର୍ଟ୍‌ କହିଥିଲେ ଯେ ଏଭଳି ପରିସ୍ଥିତିରେ ମହିଳା ଓ ତାଙ୍କ ନାବାଳକ ପିଲାମାନେ କ୍ଷତିପୂରଣର ନିର୍ଦ୍ଧାରିତ ରାଶିର ମାତ୍ର ୫୦ ପ୍ରତିଶତ, ଅର୍ଥାତ ଅଧା, ପାଇବାକୁ ହକଦାର । ହେଲେ ସର୍ବୋଚ୍ଚ ଅଦାଲତ ହାଇ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି ଯେ କିଛି ଅସାଧାରଣ ସତର୍କତା ଅବଲମ୍ବନ କରି ଗାଡ଼ିକୁ ଧକ୍କା ହେବାରୁ ରୋକିବାରେ ବିଫଳତା କୌଣସି ଅବହେଳା ନୁହେଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ସୁପ୍ରିମ୍‌ କୋର୍ଟ୍‌ ବେଞ୍ଚ୍‌ କହିଛନ୍ତି ଯେ ହାଇ କୋର୍ଟଙ୍କ ସିଦ୍ଧାନ୍ତ ସେମିତି କୌଣସି ପ୍ରମାଣ ଉପରେ ଆଧାରିତ ନୁହେଁ । ଏହା କେବଳ ଏକ ଅନୁମାନ ଉପରେ ଆଧାରିତ ଯେ ଯଦି କାରର ଡ୍ରାଇଭର୍‌ ସତର୍କତା ଅବଲମ୍ବନ କରିଥାନ୍ତେ ଓ ଟ୍ରାଫିକ ନିୟମକୁ ପାଳନ କରି ଗାଡି଼ଟିକୁ ଚଳାଇଥାନ୍ତେ, ତେବେ ସେହି ଦୁର୍ଘଟଣା ହୋଇ ନ ଥାନ୍ତା । ଅକ୍ଟୋବର ୬ ତାରିଖ ଦିନ ଆସିଥିବା ଏହି ନିର୍ଦ୍ଦେଶରେ ସୁପ୍ରିମ କୋର୍ଟ କହିଛନ୍ତି ଯେ କାରର ଡ୍ରାଇଭର୍‌ ଯେ ମଧ୍ୟମ ବେଗରେ ଗାଡି଼ ଚଳାଉ ନ ଥିଲେ ବା ଟ୍ରାଫିକ୍‌ ନିୟମ ପାଳନ କରି ନ ଥିଲେ ତା’ ବିଷୟରେ କୌଣସି ପ୍ରମାଣ ବା ରେକର୍ଡ଼ ନାହିଁ ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ଅପର ପକ୍ଷେ ଏହି ମାମଲାରେ ହାଇ କୋର୍ଟ ମତ ଦେଇଥିଲେ ଯେ ଯଦି ଟ୍ରକକୁ ରାଜପଥରେ ପାର୍କିଂ କରାଯାଇ ନ ଥାନ୍ତା, ତାହେଲେ କାରଟି ଦ୍ରୁତ ଗତିରେ ଥିଲେ ବି ସେହି ଦୁର୍ଘଟଣା ଘଟି ନ ଥାନ୍ତା । ମହିଳା ଓ ତାଙ୍କ ପିଲାଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମ୍‌ କୋର୍ଟର ବେଞ୍ଚ୍‌ ହାଇ କୋର୍ଟଙ୍କ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି ଓ ବାର୍ଷିକ ନଅ ପ୍ରତିଶତ ସୁଧ ସହିତ ମୋଟ ୫,୦୮,୯୯୬ ଟଙ୍କା କ୍ଷତିପୂରଣ ସ୍ୱରୂପ ତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; କୋଟି ଟଙ୍କା ଜବତ, ଗିରଫ

ଫେବୃଆରୀ ୧୦, ୨୦୧୧ରେ ମହିଳାଙ୍କ ସ୍ୱାମୀ ଚଳାଉଥିବା କାରର ଏକ ଟ୍ରକ୍‌ ସହିତ ସାମନା ପଟୁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଟ୍ରକ୍‌ ଡ୍ରାଇଭର୍‌ କୌଣସି ସଙ୍କେତ ନ ଦେଇ ହଠାତ୍ ନିଜ ଗାଡି଼କୁ ଅଟକାଇଦେଇଥିଲା । ଏହି ଦୁର୍ଘଟଣାରେ କାର୍‌ ଚଳାଉଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ଓ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେ

ଦୁର୍ଘଟଣାରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଟ୍ରକ୍‌ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ସେହି ଦୁର୍ଘଟଣା ଘଟିଛି ବୋଲିଦାବି କରି ମୋଟର୍‌ ଦୁର୍ଘଟଣା ଦାବି ଟ୍ରାଇବ୍ୟୁନାଲରେ ୫୪.୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ୨୦୧୧ରୁ ଚାଲି ଆସୁଥିବା ଏହି ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ଶେଷ ହୋଇଛି ।
Published by: Anand S.T. Das
First published: October 14, 2021, 11:59 PM IST