ବେଙ୍ଗଲ୍‌ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ଓ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ

Fact-finding Committee submits report on West Bengal post-poll violence | ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ପରେ ଅନେକ ମହିଳାଙ୍କ ସହ ବଳାତ୍କାର କରାଯାଇଥିଲା ଓ ମମତା ବାନାର୍ଜୀଙ୍କ ସରକାର ରାଜ୍ୟରେ ହିଂସା ରୋକିବାରେ ବିଫଳ ହୋଇଥିଲା ।

ବେଙ୍ଗଲ୍‌ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ଓ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ
ଏହି ରିପୋର୍ଟ ମମତାଙ୍କ ସରକାର ବିରୁଦ୍ଧରେ ଏକ ବଡ଼ ତଥ୍ୟ ଭାବେ କାମ କରିବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗରେ ବିଧାନ ସଭା ନିର୍ବାଚନ ପରେ ହୋଇଥିବା ହିଂସାତ୍ମକ ଘଟଣାଗୁଡ଼ିକର ଯାଞ୍ଚ କରୁଥିବା ଏକ ଫ୍ୟାକ୍ଟ-ଫାଇଣ୍ଡିଂ କମିଟି ଗୃହ ମନ୍ତ୍ରଣାଳୟକୁ ନିଜ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ କମିଟି ସ୍ପଷ୍ଟ ଭାବେ କହିଛି ଯେ ବେଙ୍ଗଲରେ ନିର୍ବାଚନ (West Bengal Assembly polls) ପରେ ବଳାତ୍କାର ଓ ଅଗ୍ନିକାଣ୍ଡ ଭଳି ଘଟଣା ବହୁ ସଂଖ୍ୟାରେ ଘଟିଥିଲା ।

କମିଟିର ଅଧ୍ୟକ୍ଷ ସିକ୍କିମ ହାଇ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ପ୍ରମୋଦ କୋହଲି ଓ ଝାଡ଼ଖଣ୍ଡର ପୂର୍ବତନ ଡିଜିପି ନିର୍ମଲ କୌର କହିଛନ୍ତି ଯେ ନିର୍ବାଚନ ପରେ ପଶ୍ଚିମ ବଙ୍ଗରେ ହିଂସା ଘଟିଛି । ଏହି ରିପୋର୍ଟ ବିଜେପିର ଅଭିଯୋଗକୁ ସତ୍ୟ ବୋଲି ଅନେକାଂଶରେ ଦେଖାଉଛି ।

ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ମ୍ୟାଟ୍ରିକ୍‌ ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ

ନ୍ୟୁଜ୍୧୮ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ପ୍ରମୋଦ କୋହଲି ଓ ନିର୍ମଲ କୌର କହିଛନ୍ତି ଯେ ଏହି ରିପୋର୍ଟରେ ସେମାନେ ୨୭ଟି ଅଭିଯୋଗର ଉଲ୍ଲେଖ କରିଛନ୍ତି । ‘‘ପଶ୍ଚିମ ବଙ୍ଗରେ ନିର୍ବାଚନ ପରେ ବହୁ ହତ୍ୟା, ଘର ଜାଳିବା, ଘର ଭାଙ୍ଗିବା ଓ ବଳାତ୍କାର ଭଳି ଘଟଣା ଘଟିଛି । ବେଙ୍ଗଲରେ ନିର୍ବାଚନ ପରେ ଗଣତନ୍ତ୍ର ସମାପ୍ତ ହୋଇଯିବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା,’’ କହିଛନ୍ତି ନିର୍ମଲ କୌର ।

ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଅଜଣା ଗାଡ଼ି ଧକ୍କା ଦେଲା

ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କ ଟ୍ୱିଟ୍‌


ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ପରେ ଅନେକ ମହିଳାଙ୍କ ସହ ବଳାତ୍କାର କରାଯାଇଥିଲା (Bengal violence)। ଏହି ସମୟରେ ସେମାନଙ୍କୁ ଅନେକ ଥର ଧମକ ମଧ୍ୟ ଦିଆଯାଇଥିଲା । ରାଜ୍ୟରେ ମହିଳାମାନଙ୍କ ପ୍ରତି ଉଭୟ ଶାରୀରିକ ତଥା ମାନସିକ ଅତ୍ୟାଚାର କରାଯାଇଥିବା ଏହି ରିପୋର୍ଟରେ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଜନସଂଖ୍ୟାରେ ପରିବର୍ତ୍ତନ ମଧ୍ୟ ଘଟୁଥିବା ଏହି ରିପୋର୍ଟରେ କୁହାଯାଇଛି।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ସରକାର ରାଜ୍ୟରେ ହିଂସା ରୋକିବାରେ ବିଫଳ ହୋଇଥିଲା ବୋଲି ଏହି କମିଟି ନିଜ ରିପୋର୍ଟରେ କହିଛି । କମିଟି ମୋଟ ୬୩ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଛି । କମିଟିର ସଦସ୍ୟମାନେ ଏହାକୁ ପ୍ରସ୍ତୁତ କରିବା ପାଇଁ ବେଙ୍ଗଲ୍‌ ଗସ୍ତ କରିଥିଲେ ।



କମିଟି ଏହି ରିପୋର୍ଟରେ ଏହା ମଧ୍ୟ କହିଛି ଯେ ରାଜ୍ୟର ମମତା ବାନାର୍ଜୀ ସରକାର ସେଠାରେ ଥିବା ଲୋକଙ୍କ ମୌଳିକ ଅଧିକାର ରକ୍ଷା କରିବାରେ ବିଫଳ ହୋଇଛି ।
Published by: Anand ST Das
First published: June 29, 2021, 4:50 PM IST