ଫେସବୁକ୍ ଆଣୁଛି ଡେଟିଂ ଆପ୍; ମାତ୍ର ୪ ମିନିଟରେ ମିଳିବ ପସନ୍ଦର ଜୀବନ ସାଥୀ! ଜାଣନ୍ତୁ କ'ଣ କରିବାକୁ ହେବ

Facebook Dating App: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ (Facebook) ବର୍ତ୍ତମାନ ଆପଣଙ୍କୁ ଆପଣ ଚାହୁଁଥିବା ପ୍ରେମ ଖୋଜିବାରେ ସାହାଯ୍ୟ କରିବ । ଫେସବୁକ୍ ଖୁବ୍ ଶୀଘ୍ର ଏକ ଡେଟିଂ ଆପ୍ ନେଇ ଆସୁଛି । ଏଠାରେ ଉପଭୋକ୍ତାମାନେ କାହାକୁ ବି ପସନ୍ଦ କରି ତାଙ୍କ ସହ ଡେଟ କରିବାକୁ ସମର୍ଥ ହେବେ । ଏହି ଆପର ନାମ ସ୍ପାର୍କଡ୍ (Sparked) ରଖାଯାଇଛି ।

ଫେସବୁକ୍ ଆଣୁଛି ଡେଟିଂ ଆପ୍; ମାତ୍ର ୪ ମିନିଟରେ ମିଳିବ ପସନ୍ଦର ଜୀବନ ସାଥୀ! ଜାଣନ୍ତୁ କ'ଣ କରିବାକୁ ହେବ
ଫେସବୁକ୍ ଆଣୁଛି ଡେଟିଂ ଆପ୍!
  • News18 Odia
  • Last Updated: April 15, 2021, 5:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ (Facebook) ବର୍ତ୍ତମାନ ଆପଣଙ୍କୁ ଆପଣ ଚାହୁଁଥିବା ପ୍ରେମ ଖୋଜିବାରେ ସାହାଯ୍ୟ କରିବ । ଫେସବୁକ୍ ଖୁବ୍ ଶୀଘ୍ର ଏକ ଡେଟିଂ ଆପ୍ ନେଇ ଆସୁଛି । ଏଠାରେ ଉପଭୋକ୍ତାମାନେ କାହାକୁ ବି ପସନ୍ଦ କରି ତାଙ୍କ ସହ ଡେଟ କରିବାକୁ ସମର୍ଥ ହେବେ । ଏହି ଆପର ନାମ ସ୍ପାର୍କଡ୍ (Sparked) ରଖାଯାଇଛି । ସମ୍ପ୍ରତି ଏହି ଆପ୍ ଟେଷ୍ଟିଙ୍ଗ ପର୍ଯ୍ୟାୟରେ ଅଛି । ଫେସବୁକ୍ ଦାବି କରିଛି ଯେ ନୂଆ ଆପ୍ ଅନ୍ୟ ସମସ୍ତ ଆପ୍ ଠାରୁ ଭିନ୍ନ ହେବ । ଏହାକୁ ଆକ୍ସେସ କରିବା ମଧ୍ୟ ଟିକିଏ ଚ୍ୟାଲେଞ୍ଜ ରହିବ ।

୪ ମିନିଟର ହେବ ଏକ ଭିଡିଓ ଡେଟ
କମ୍ପାନୀର କହିବାନୁସାରେ ସ୍ପାର୍କେଡ୍ ବ୍ୟବହାରକାରୀଙ୍କୁ ଭିଡିଓ ସ୍ପିଡ୍ ଡେଟିଂ ଦିଆଯିବ । ବ୍ୟବହାରକାରୀଙ୍କ ପାଇଁ ସ୍ପାର୍କଡ୍ ଆପ୍ ମାଗଣା ହେବ । ସମସ୍ତେ ଫେସବୁକ୍ ଆକାଉଣ୍ଟ୍ ସହିତ ଲଗ୍ଇନ୍ କରିବାକୁ ସମର୍ଥ ହେବେ । ଭର୍ଜର(Verge) ରିପୋର୍ଟ ଅନୁଯାୟୀ ଏହି ଆପରେ ପ୍ରଥମ ଭିଡିଓ ଡେଟ ଚାରି ମିନିଟ୍ ପାଇଁ ହେବ । ଯେଉଁଥିରେ ସେ ନିଜ ବିଷୟରେ କହିବେ । ଏହି ଭିଡିଓ ଅନ୍ୟ ବ୍ୟବହାରକାରୀଙ୍କୁ ଦେଖାଯିବ । ଯଦି ସାମ୍ନାରେ ଥିବା ଉପଭୋକ୍ତାଙ୍କର ଭିଡିଓକୁ ପସନ୍ଦ କରନ୍ତି, ତେବେ ଉପଭୋକ୍ତା ତାଙ୍କୁ ଡେଟ୍ କରିବାର ସୁଯୋଗ ପାଇବେ । ପ୍ରଥମ ଡେଟ ପରେ ଯଦି ଉଭୟ ଉପଭୋକ୍ତା ପୁନର୍ବାର ଭିଡିଓ ଡେଟକୁ ଆସନ୍ତି ତେବେ ଦ୍ୱିତୀୟ ଭିଡିଓ ଡେଟ ୧୦ ମିନିଟ୍ ପାଇଁ ହେବ । ଭିଡିଓ ଅପଲୋଡ୍ ହେବା ପରେ ଫେସବୁକ୍ ଟିମ୍ ଏହାର ଯାଞ୍ଚ କରିବ । ଏହା ପରେ ହିଁ ଉପଭୋକ୍ତା ଏହି ଡେଟ ଆପରେ ଏକ ଆକ୍ସେସ ପାଇବେ ।

ଆପଣଙ୍କ ଭିଡିଓକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ

ଏହି ଫେସବୁକ୍ ଡେଟିଂ ଆପରେ ଆକ୍ସେସ କରିବାକୁ ଏକ ଚାରି ମିନିଟର ଭିଡିଓ ପ୍ରସ୍ତୁତ କରିବାକୁ ପଡିବ । ଏଥିରେ ଆପଣଙ୍କୁ ନିଜ ବିଷୟରେ କହିବାକୁ ପଡିବ । ଏଥିସହ ଆପଣ କାହାକୁ ଡେଟରେ ନେବାକୁ ଚାହୁଁଛନ୍ତି ତାହା କହିବାକୁ ପଡିବ । ରିପୋର୍ଟ ଅନୁଯାୟୀ ଲୋକମାନେ ଏହି ଡେଟିଂ ଆପ୍ ମାଧ୍ୟମରେ କେବଳ ପରସ୍ପର ସହ ଯୋଗାଯୋଗ କରିବାରେ ସକ୍ଷମ ହେବେ । ଡେଟିଂ ପାଇଁ ଏକ ମେଚ ପାଇବ ପରେ ଆପଣ ଇନଷ୍ଟାଗ୍ରାମ, ଇମାୟେଜ୍ କିମ୍ବା ଇ-ମେଲ ମାଧ୍ୟମରେ କଥା ହେବାର ସୁଯୋଗ ପାଇବେ । କିଛି ସମୟ ପୂର୍ବରୁ ଫେସବୁକ୍ ଆମେରିକା ଓ ୟୁରୋପ ପାଇଁ ଫେସବୁକ୍ ଡେଟିଂ ନାମକ ଏକ ସ୍ୱତନ୍ତ୍ର ଡେଟିଂ ଆପ୍ ଲଞ୍ଚ କରିଥିଲା ।
Published by: Jagdish Barik
First published: April 15, 2021, 5:24 PM IST