Facebook ଡିଲିଟ୍ କଲା ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ; COVID-19କୁ କହିଥିଲେ ଫ୍ଲୁ ଅପେକ୍ଷା କମ୍ ମାରାତ୍ମକ

Facebook removes Trump post: ଫେସବୁକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୋଭିଡ-୧୯ ସହ ଜଡିତ ଏକ ପୋଷ୍ଟକୁ ହଟାଇ ଦେଇଛି । ଟ୍ରମ୍ପ ନିଜେ ଏହି ପୋଷ୍ଟରେ କହିଥିଲେ ଯେ କୋଭିଡ -୧୯ ମଧ୍ୟ ସ୍ୱାଇନ୍ ଫ୍ଲୁ ଠାରୁ ବି ମାମୁଲି ଭୂତାଣୁ ।

Facebook ଡିଲିଟ୍ କଲା ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ; COVID-19କୁ କହିଥିଲେ ଫ୍ଲୁ ଅପେକ୍ଷା କମ୍ ମାରାତ୍ମକ
Facebook ଡିଲିଟ୍ କଲା ଟ୍ରମ୍ପଙ୍କ ପୋଷ୍ଟ
  • News18 Odia
  • Last Updated: October 7, 2020, 1:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍: ଫେସବୁକ (Facebook) ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ଗୋଟିଏ ପୋଷ୍ଟକୁ ଡିଲିଟ୍ କରିଦେଇଛି । ନିଜେ କରୋନା ଭାଇରସ୍ (Coronavirus) ସହିତ ଲଢୁଥିବା ଟ୍ରମ୍ପ ଏହି ପୋଷ୍ଟରେ ଦାବି କରିଛନ୍ତି ଯେ ଫ୍ଲୁ ଅପେକ୍ଷା କୋଭିଡ -୧୯ (Covid-19) କମ୍ ମାରାତ୍ମକ ଭୁତାଣୁ । ଏହାପୂର୍ବରୁ ଟ୍ୱିଟର ମଧ୍ୟ ଟ୍ରମ୍ପ ଟ୍ୱିଟକୁ ଅନେକ ଥର ଭୁଲ ଚିହ୍ନିତ କରି ଚେତାବନୀ ଦେଇଛି । ଟ୍ରମ୍ପ ଟ୍ୱିଟରର ମନୋଭାବକୁ ଭେଦଭାବ ବୋଲି ବର୍ଣ୍ଣନା କରିଛନ୍ତି ।

କରୋନା ପଜିଟିଭ୍ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହସ୍ପିଟାଲରେ ତିନି ଦିନ ଚିକିତ୍ସା କରାଯାଇଥିଲା । ଏହା ପରେ ସେ ସୋମବାର ହ୍ୱାଇଟ ହାଉସକୁ ଫେରିଛନ୍ତି । ତେବେ ଟ୍ରମ୍ପ ମେଡିକାଲ ଦଳର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି । ସିଏନ୍ଏନ୍ ଅନୁଯାୟୀ  ଟ୍ରମ୍ପ ଏହି ପୋଷ୍ଟରେ ଲେଖିଛନ୍ତି - ଆମେରିକା ଫ୍ଲୁ ସିଜିନରେ ବଞ୍ଚିବାକୁ ଶିଖିଛି ସେହିଭଳି ଆମେ କୋଭିଡ ସହ ବଞ୍ଚିବା ଶିଖୁଛୁ, ଅଧିକାଂଶ ଜନସଂଖ୍ୟା ଥିବା ଜାଗାରେ ଏହା ସାଂଘାତିକ ଅଟେ । ଟ୍ରମ୍ପ ଟ୍ୱିଟରରେ ମଧ୍ୟ ସମାନ ବାର୍ତ୍ତା ପୋଷ୍ଟ କରିଛନ୍ତି ଓ ଯାହାକୁ ଟ୍ୱିଟର ହାଇ କରିଦେଇଛି ବା ଛୁପାଇ ଦେଇଛି । ତାଙ୍କର ଏହି ଟ୍ୱିଟରେ ଏକ ଚେତାବନୀ ଲେଖାଯାଇଛି ଯେ ଏହା ବିଭ୍ରାନ୍ତିକର ଓ ସମ୍ଭାବ୍ୟ କ୍ଷତିକାରକ ସୂଚନା ହୋଇପାରେ । ଏହି ଚେତାବନୀ ପଢିବା ପରେ ଉପଭୋକ୍ତା ଟ୍ୱିଟ୍ ଉପରେ କ୍ଲିକ୍ କରିବେ କେବଳ ସେତେବେଳେ ସେ ପ୍ରକୃତ ଟ୍ୱିଟ୍ ଦେଖିବେ ।





ଫେସବୁକ ଜାରି କଲା ବିବୃତ୍ତି

ଫେସବୁକର ପଲିସି ଯୋଗାଯୋଗ ପରିଚାଳକ ଆଣ୍ଡି ଷ୍ଟୋନ କହିଛନ୍ତି ଯେ ''ଆମେ କୋଭିଡ -୧୯ର ଗମ୍ଭୀରତା ବିଷୟରେ ଭୁଲ ତଥ୍ୟ ହଟାଇ ଦେଇଥାଉ ଓ ବର୍ତ୍ତମାନ ଏହି ପୋଷ୍ଟକୁ ହଟାଇଛୁ । ରାଷ୍ଟ୍ରପତି ଏହା ଉପରେ ପତିକ୍ରିୟା ରଖି ଆଉ ଏକ ଟ୍ୱିଟ୍ ଜରିଆରେ କହିଛନ୍ତି, "ବିଭାଗ ୨୩୦ ରଦ୍ଦ !!!" ସେ ଏଠାରେ ଥିବା ଆଇନ ବିଷୟରେ କହୁଛନ୍ତି ଯେଉଁଥିରେ କୁହାଯାଇଛି ଯେ ସେମାନଙ୍କ ବ୍ୟବହାରକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ବିଷୟବସ୍ତୁ ପାଇଁ ସାମାଜିକ ନେଟୱାର୍କ ଦାୟୀ ନୁହେଁ । କିନ୍ତୁ ଏଥିରେ ଉପଭୋକ୍ତା ମାନଙ୍କୁ 'ଭଲ ପାଇଁ ବିଷୟବସ୍ତୁକୁ ଅବରୋଧ' କରିବାକୁ କମ୍ପାନୀଗୁଡିକ ଅନୁମତିପ୍ରାପ୍ତ ଯାହାକୁ ସେମାନେ ଅପମାନଜନକ, ବିରକ୍ତିକର କିମ୍ବା ହିଂସାତ୍ମକ ମନେ କରନ୍ତି ।
Published by: Jagdish Barik
First published: October 7, 2020, 1:02 PM IST
corona virus btn
corona virus btn
Loading