CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

CDS Bipin Rawat Death: Eyewitness recounts CDS Bipin Rawat last moments | ‘‘ତାଙ୍କୁ ଚିହ୍ନିବା କଷ୍ଟକର ଥିଲା । ସେଥିରେ ଜଣେ ବ୍ୟକ୍ତି ଜୀବିତ ଥିଲେ । ଆମେ ତାଙ୍କୁ କହିଥିଲୁ ଯେ ସବୁ କିଛି ଠିକ୍ ହେଇଯିବ । ଆମେ ସାହାଯ୍ୟ କରିବାକୁ ଆସିଛୁ,’’ CDS ବିପିନ ରାୱତଙ୍କ ଶେଷ ମୁହୂର୍ତ୍ତ ବର୍ଣ୍ଣନା କରି କହିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ ।

ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସି.ଡି.ଏସ୍.) ଜେନେରାଲ୍ ବିପିନ ରାୱତ

ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସି.ଡି.ଏସ୍.) ଜେନେରାଲ୍ ବିପିନ ରାୱତ

  • Share this:
News18 Odia Digital

ନୂଆ ଦିଲ୍ଲୀ: ତାମିଲ ନାଡୁର କୁନୁରଠାରେ (Conoor helicopter accident) ଏକ ହେଲିକପ୍ଟର୍‌ ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସି.ଡି.ଏସ୍‌.) ଜେନେରାଲ୍‌ ବିପିନ ରାୱତ (CDS Bipin Rawat) ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ (Madhulika Rawat) ଅକାଳ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଭୟଙ୍କର ହେଲିକପ୍ଟର୍‌ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ଦୁର୍ଘଟଣା ସମ୍ପର୍କରେ ପ୍ରାଥମିକ ତଦନ୍ତରୁ ଦୁର୍ଘଟଣା ସହ ଜଡି଼ତ ଅନେକ ତଥ୍ୟ ଏବେ ବାହାରକୁ ଆସୁଛି । ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାର ଠିକ୍‌ ପରେ ପରେ ଅନେକ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ଭୀଷଣ ଆହତ ହୋଇଥିବା ସି.ଡି.ଏସ୍‌. ବିପିନ ରାୱତଙ୍କୁ (Bipin Rawat Last Moment) ମଧ୍ୟ ଦେଖିଥିଲେ । ଏହି ପରି ଜଣେ ପ୍ରତ୍ୟକ୍ଷଦର୍ଶୀ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । NDTVକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ବିପିନ ରାୱତଙ୍କୁ ଦେଖିଥିଲେ, କିନ୍ତୁ ସେ ତାଙ୍କୁ ଚିହ୍ନି ପାରି ନ ଥିଲେ । ସେ କହିଛନ୍ତି ଯେ ବିପିନ ରାୱତ ଗୁରୁତର ଭାବେ ଆହତ ହୋଇ ପାଣି ମାଗୁଥିଲେ (Bipin Rawat Last Moment)।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେ

ଶିବକୁମାର ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଚା’ ବଗିଚାରେ କାମ କରୁଥିବା ନିଜ ଭାଇଙ୍କୁ ଭେଟିବା ପାଇଁ ନୀଳଗିରି ପାହାଡକୁ ଯାଇଥିଲେ। ସେଇଠି ସେ ଦେଖିଲେ ଯେ ଗୋଟିଏ ହେଲିକପ୍ଟର୍‌ ନିଆଁରେ ଜଳୁଛି ଓ ତଳେ ପଡ଼ିଯାଉଛି । ଶିବକୁମାର କହିଛନ୍ତି ଯେ ସେହି ଅଞ୍ଚଳରେ ପହଞ୍ଚିବା ବହୁତ କଷ୍ଟସାଧ୍ୟ ଥିଲା । ସେ ଆହୁରି କହିଛନ୍ତି ଯେ ହେଲିକପ୍ଟରରେ ତିନୋଟି ମୃତ ଦେହ ଜଳୁଥିବା ସେ ଦେଖିଥିଲେ । ସେ ଘଟଣା ସ୍ଥଳରେ ପହଞ୍ଚିବା ପରେ ହେଲିକପ୍ଟର୍‌ ବାହାରେ ଦୁଇଟି ଶବ ପଡ଼ିଥିବାର ଦେଖିଥିଲେ । ଉଭୟ ମୃତ ଦେହ ଜଳି ଯାଇଥିଲା ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ଜଣଙ୍କ ପ୍ରାଣ ଗଲା

‘‘ତାଙ୍କୁ ଚିହ୍ନିବା କଷ୍ଟକର ଥିଲା । ସେଥିରେ ଜଣେ ବ୍ୟକ୍ତି ଜୀବିତ ଥିଲେ । ଆମେ ତାଙ୍କୁ କହିଥିଲୁ ଯେ ସବୁ କିଛି ଠିକ୍ ହେଇଯିବ । ଆମେ ସାହାଯ୍ୟ କରିବାକୁ ଆସିଛୁ । ସେହି ବ୍ୟକ୍ତି ଜଣକ ଆମକୁ ପିଇବାକୁ ପାଣି ମାଗିଥିଲେ । କିନ୍ତୁ ତାଙ୍କୁ ଦେବା ପାଇଁ ଆମ ପାଖରେ ସେତେବେଳେ ପାଣି ନ ଥିଲା । ତା’ ପରେ ଏକ ଟିମ୍‌ ସେମାନଙ୍କୁ ନେଇଯାଇଥିଲେ । ପରେ ଯେତେବେଳେ ମୋତେ ଫଟୋ ଦେଖାଗଲା ଆମେ ଜାଣିବାକୁ ପାଇଲୁ ଯେ ହିଁ ଥିଲେ ସି.ଡି.ଏସ୍. ବିପିନ ରାୱତ । ସେ ହିଁ ଆମକୁ ପାଣି ମାଗୁଥିଲେ,’’ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଶିବକୁମାର (CDS Bipin Rawat in Last Moment) ।



ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

ସେହି ବ୍ୟକ୍ତି ବିପିନ ରାୱତ ଥିଲେ ଓ ତାଙ୍କର ମୃତ୍ୟୁ ହୋଇଗଲା ବୋଲି ଜାଣିବା ପରେ ଶିବକୁମାର ବହୁତ ରାଗି ଯାଇଥିଲେ । ସେ କହିଛନ୍ତି, ‘‘ମୁଁ ରାତିରେ ଶୋଇପାରି ନ ଥିଲି । ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଯେଉଁ ବ୍ୟକ୍ତି ନିଜ ଜୀବନକୁ ଦେଶର ସେବା ପାଇଁ ଉତ୍ସର୍ଗ କଲେ, ସେ ଶେଷ ମୁହୂର୍ତ୍ତରେ ପାଣି ଟୋପାଏ ବି ପିଇବାକୁ ପାଇଲେ ନାହିଁ । ମୁଁ ଏହା ଭାବି ରାତିସାରା ଶୋଇ ପାରିଲି ନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

‘‘ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ବିପିନ ରାୱତ ଆଉ ଆମ ସହିତ ନାହାଁନ୍ତି । ମୁଁ ଯେତେବେଳେ ତାଙ୍କୁ ଦେଖିଥିଲି ସେ ଜୀବିତ ଥିଲେ । ହାୟ, ମୁଁ ଯଦି ତାଙ୍କ ପାଇଁ କିଛି କରିପାରିଥାନ୍ତି!’’ ଦୁଃଖ ପ୍ରକାଶ କରି କହିଛନ୍ତି ଶିବକୁମାର ।
Published by:Anand S.T. Das
First published:
)}