Health Tips: ଏହି ବିପଦପୂର୍ଣ୍ଣ ରୋଗ ବାବଦରେ ସଙ୍କେତ ଦେଇଥାଏ ଆଖି

ବିଶେଷଜ୍ଞମାନେ କହିଛନ୍ତି ଯେ ଆଖି ଦ୍ୱାରା ସ୍ୱାସ୍ଥ୍ୟ ଚିହ୍ନଟ ହୋଇପାରିବ। ଯଦି ଦୀର୍ଘ ସମୟ ଧରି ଆଖିରେ କିଛି ଅସୁବିଧା ଥାଏ ତେବେ ଏହା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ।

ଆଖି (ପ୍ରତୀକାତ୍ମକ ଛବି)

ଆଖି (ପ୍ରତୀକାତ୍ମକ ଛବି)

  • Share this:
News 18 Digital

ଭଲ କିମ୍ବା ଖରାପ ସ୍ୱାସ୍ଥ୍ୟ ଚିହ୍ନଟ କରିବାରେ ଆଖିର କ୍ଷମତା ରହିଛି। ଅନେକ ଲୋକ ଦୃଶ୍ୟମାନ ଲକ୍ଷଣକୁ ଅଣଦେଖା କରନ୍ତି ଯାହା ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ।

ଯଦି ଆଖିରେ ଅସ୍ପଷ୍ଟ ଦେଖାଯାଏ ତେବେ ତୁରନ୍ତ ଆଖି ପରୀକ୍ଷା କରାଇବା ଉଚିତ୍। ବିଶେଷଜ୍ଞମାନେ କହିଛନ୍ତି ଯେ ଆଖି ଦ୍ୱାରା ସ୍ୱାସ୍ଥ୍ୟ ଚିହ୍ନଟ ହୋଇପାରିବ। ଯଦି ଦୀର୍ଘ ସମୟ ଧରି ଆଖିରେ କିଛି ଅସୁବିଧା ଥାଏ ତେବେ ଏହା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ।

୧. ୱାଇଟ ସ୍ପଟ୍ ( ଧଳା ଦାଗ)

ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କାହାର କର୍ଣ୍ଣିଆରେ ଧଳା ଦାଗ ଦେଖାଯାଏ, ତେବେ ଏହାକୁ ଏକ ଚେତାବନୀ ସଙ୍କେତ ଭାବରେ ବିବେଚନା କରାଯିବା ଉଚିତ୍। ଏହା ଧୀରେ ଧୀରେ କରି ଆଖିକୁ କ୍ଷତି ପହଞ୍ଚାଇପାରେ, ତେଣୁ ତୁରନ୍ତ ଜଣେ ଚକ୍ଷୁ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ।

୨. ପଫି ଆଇ ( puffy eyes)/ ଫୁଲା ଆଖି

ଯଦି  ଆଖି ଫୁଲିଯିବା ଓ ଶୋଇକି ଉଠିବା ପରେ ଲାଲ୍ ଦେଖାଯାଏ ତେବେ ଏହା ଆଲର୍ଜି, ସଂକ୍ରମଣ କିମ୍ବା ଅତ୍ୟଧିକ ଥକ୍କା କାରଣରୁ ହୋଇପାରେ।

୩. ଅସ୍ପଷ୍ଟ ଦୃଷ୍ଟିଶକ୍ତି

ଅସ୍ପଷ୍ଟ ଦୃଷ୍ଟିଶକ୍ତି କେବଳ ନିମ୍ନ ଦୃଷ୍ଟିର ଲକ୍ଷଣ ନୁହେଁ ବରଂ ମଧୁମେହ ଓ ମୋତିଆବିନ୍ଦୁର ଲକ୍ଷଣ ମଧ୍ୟ ହୋଇପାରେ।

୪. ରିଙ୍ଗ (Rings)

ଯଦି କେହି ତାଙ୍କ ଆଖିର ଧଳା ଅଂଶ ଅର୍ଥାତ୍ କର୍ନିଆରେ ବିଶେଷ ପ୍ରକାରର ରିଙ୍ଗ ଦେଖନ୍ତି, ତେବେ ଏହା ଉଚ୍ଚ କୋଲେଷ୍ଟ୍ରଲ୍ର ସଙ୍କେତ ହୋଇପାରେ । ୪୦ ବର୍ଷରୁ କମ୍ ବୟସ ବ୍ୟକ୍ତିମାନେ ଏହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଓ ଯଦି ଆଖିରେ ରିଙ୍ଗ ଦେଖାଯାଏ, ତେବେ ତୁରନ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ।
Published by:Soumya Das
First published: