ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ପାଇଁ ବଡ଼ ରିଲିଫ୍; H-1B ଭିସା ପ୍ରଦାନ ଉପରୁ ପ୍ରତିବନ୍ଧକ ହଟିଲା

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଗୁରୁବାର ଦିନ ବିଦେଶୀ ଶ୍ରମିକଙ୍କ ଭିସା ଉପରେ ବିଶେଷ କରି H-1B ଭିସା (US H-1B Visa) ଉପରେ ପ୍ରତିବନ୍ଧକକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ତାଙ୍କ ପୂର୍ବ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ସମାପ୍ତ ହୋଇଛି ।

ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ପାଇଁ ବଡ଼ ରିଲିଫ୍; H-1B ଭିସା ପ୍ରଦାନ ଉପରୁ ପ୍ରତିବନ୍ଧକ ହଟିଲା
H-1B ଭିସା ପ୍ରଦାନ ଉପରୁ ପ୍ରତିବନ୍ଧକ ହଟିଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆମେରିକାର ରୋଜଗାର ବଜାର ଉପରେ ନଜର ରଖିଥିବା ଭାରତୀୟ ଆଇଟି ପ୍ରଫେସନାଲମାନେ ଏକ ବଡ଼ ଆରାମ ପାଇଛନ୍ତି । ବାସ୍ତବରେ H-1B ଭିସା ସମେତ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଭିସା ଉପରେ ପ୍ରତିବନ୍ଧକ ଶେଷ ହୋଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏଭଳି ଭିସା ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଜୋ ବିଡେନ୍ ସରକାର (Joe Biden Government) ଏହାକୁ ଅନୁସରଣ କରିବା ପାଇଁ କୌଣସି ନୋଟିଫିକେସନ ଜାରି କରିନାହାଁନ୍ତି ।

ଗତ ବର୍ଷ ଜୁନ୍ ମାସରେ ଟ୍ରମ୍ପ ପ୍ରଶାସନ ୩୧ ଡିସେମ୍ବର ପର୍ଯ୍ୟନ୍ତ H1B ସମେତ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଭିସା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ପରେ ସେ ଏହାର ସମୟସୀମାକୁ ୩୧ ମାର୍ଚ୍ଚକୁ ବୃଦ୍ଧି କରିଥିଲେ । ଯାହା ବର୍ତ୍ତମାନ ସମାପ୍ତ ହୋଇଛି ।

ଆମେରିକାର ଶ୍ରମ ବଜାରରେ ଟ୍ରମ୍ପ ଏହି ବିପଦକୁ ପ୍ରକାଶ କରିଥିଲେ
ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବାବେଳେ ଏହି ଭିସା ଆମେରିକାର ଶ୍ରମ ବଜାର ପାଇଁ ବିପଦ ବୋଲି ଟ୍ରମ୍ପ ଯୁକ୍ତି ବାଢ଼ିଥିଲେ । ବିଡେନ ସେହି ସମୟରେ ଟ୍ରମ୍ପଙ୍କ ଇମିଗ୍ରେସନ ନୀତିକୁ ନିଷ୍ଠୁର ବୋଲି କହି H-1B ଭିସା ଉପରେ ନିଲମ୍ବନ ହଟାଇବାକୁ ପ୍ରତିଶୃତି ଦେଇଥିଲେ ।

US H-1B ଭିସା କ’ଣ?
H-1B ଭିସା ହେଉଛି ଏକ ଅଣ-ପ୍ରବାସୀ ଭିସା ଯାହା ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଏହି ଭିସା ଆମେରିକୀୟ କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଚାକିରିରେ ନିୟୋଜିତ କରିବାକୁ ଅନୁମତି ଦେଇଥାଏ । ଯାହା ତତ୍ତ୍ୱଗତ କିମ୍ବା ବୈଷୟିକ ଜ୍ଞାନକୌଶଳ ଆବଶ୍ୟକ କରେ । ପ୍ରତିବର୍ଷ ବିଭିନ୍ନ ବର୍ଗରେ ୮୫ ହଜାର ଭିସା ଦିଆଯାଏ । ଏହି ଭିସାର ଏକ ପ୍ରମୁଖ ଅଂଶ ଭାରତୀୟ ଆଇଟି ସେବା କମ୍ପାନୀ ଯେପରିକି ଟାଟା କନ୍ସଲଟାନ୍ସ ସର୍ଭିସେସ୍ (TCS) ଲିମିଟେଡ୍, ଇନଫୋସିସ୍ ଲିମିଟେଡ୍ ଓ ୱିପ୍ରୋ ଲିମିଟେଡ୍ ଦ୍ୱାରା ବ୍ୟବହୃତ ହୁଏ ।
Published by: Jagdish Barik
First published: April 1, 2021, 7:44 PM IST