Exit Polls 2021: ବେଙ୍ଗଲରେ ମମତା ରହିପାରନ୍ତି, ଆସାମରେ BJP; ଜାଣନ୍ତୁ କେତେ ବ୍ୟବଧାନରେ

ଏଗଜିଟ୍ ପୋଲ୍‌ କେତେକ ଆଶ୍ଚର୍ଯ୍ୟଜନକ ଫଳାଫଳ ଆଡ଼େ ଇଶାରା କରୁଛି । ହେଲେ ଏହି ଆକଳନ ଓ ବାସ୍ତବ ଗଣତିର ଫଳ ସମାନ ହେବ କି ନାହିଁ ତାହା ମେ ୨ ତାରିଖରେ ସ୍ପଷ୍ଟ ହେବ ।

Exit Polls 2021: ବେଙ୍ଗଲରେ ମମତା ରହିପାରନ୍ତି, ଆସାମରେ BJP; ଜାଣନ୍ତୁ କେତେ ବ୍ୟବଧାନରେ
ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ଶାସନ ଅତୁଟ ରହିପାରେ ।
  • News18 Odia
  • Last Updated: April 29, 2021, 10:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନ ସଭା ନିର୍ବାଚନର ଏଗଜିଟ୍ ପୋଲର (Exit Poll Results) ଫଳାଫଳ ଏବେ ସାମନାକୁ ଆସୁଛି । ସମସ୍ତଙ୍କ ନଜରରେ ଥିବା ପଶ୍ଚିମ ବଙ୍ଗରେ ବିଭିନ୍ନ ସଂସ୍ଥାର ଆକଳନ ଅନୁସାରେ ମମତା ବାନାର୍ଜୀଙ୍କ (Mamata Banerjee) ତୃଣମୂଳ କଂଗ୍ରେସର ଶାସନ ଅତୁଟ ରହିପାରେ ମାତ୍ର ଏହି ନିର୍ବାଚନରେ ବିଜେପି ଭଲ ଫାଇଦା ଉଠାଇପାରେ ।

ଏବିପିର ଏଗଜିଟ୍ ପୋଲ୍‌ ସର୍ଭେ ଅନୁଯାୟୀ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସକୁ (Trinamool Congress) ୧୫୨ରୁ ୧୬୪ଟି ସିଟ୍ ମିଳିପାରେ ଓ ବିଜେପିକୁ ୧୦୯ରୁ ୧୨୧ଟି ସିଟ୍ ମିଳିପାରେ । ପଶ୍ଚିମ ବଙ୍ଗରେ ବାମ ଦଳ, କଂଗ୍ରେସ ଓ ISFକୁ (LF + INC + ISF) ୧୪ରୁ ୨୫ଟି ସିଟ୍ ମିଳିପାରେ ବୋଲି ଏହି ଆକଳନରେ କୁହାଯାଇଛି (West Bengal Assembly Elections Exit Poll 2021) ।

ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି

ତାମିଲ ନାଡୁରେ AIDMK+ ଖାତାରେ ୫୮ରୁ ୭୦ଟି ସିଟ୍ ଓ DMK+ ଖାତାରେ ୧୬୦ରୁ ୧୭୨ଟି ସିଟ୍ ରହିପାରେ । ଅନ୍ୟମାନେ ମାତ୍ର ୭ଟି ସିଟ୍ ପାଇପାରନ୍ତି ବୋଲି କୁହାଯାଇଛି । ଏଥି ସହିତ ଆସାମରେ ପୁଣି ଥରେ ବିଜେପି କ୍ଷମତାକୁ ଫେରୁଥିବା ସମ୍ଭାବନା ପ୍ରବଳ ଅଛି । ଆସାମରେ ଏନଡିଏ ମିଳିତ ମଞ୍ଚ ୫୮ରୁ ୭୧ଟି ସିଟ୍ ଓ ୟୁପିଏ ୫୩ରୁ ୬୬ଟି ସିଟ୍ ପାଉଥିବା ବେଳେ ମାତ୍ର ୫ଟି ସିଟ୍ ଅନ୍ୟମାନଙ୍କ ଖାତାକୁ ଯାଇପାରେ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍ଲାଗିଛି, ହେଲେ ଆଗକୁ ହେବ?



କେରଳ ନିର୍ବାଚନର ଏଗଜିଟ୍ ପୋଲ୍ ତଥ୍ୟରୁ ଜଣାପଡିଛି ଯେ ସେଠାକାର ବାମପନ୍ଥୀ ସରକାର ପୁଣି ଫେରିବାକୁ ଯାଉଛନ୍ତି । ରାଜ୍ୟର ୧୪୦ଟି ସିଟ୍ ମଧ୍ୟରୁ ବାମପନ୍ଥୀମାନେ ୭୧ରୁ ୭୭ଟି ସିଟ୍ ଜିତିପାରନ୍ତି । କଂଗ୍ରେସ ନେତୃତ୍ୱାଧୀନ UDF ୬୨ରୁ ୬୮ଟି ସିଟ୍ ଜିତି ପାରେ । କେରଳରେ ବିଜେପି ମାତ୍ର ୨ଟି ଆସନ ଜିତି ପାରେ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ଇଣ୍ଡିଆ ଟିଭି-ପିପୁଲ୍ସ ପଲ୍ସର ଏଗଜିଟ୍ ପୋଲ୍ ଅନୁଯାୟୀ ପଶ୍ଚିମ ବଙ୍ଗରେ (West Bengal Assembly Elections Exit Poll 2021) ସପ୍ତମ ପର୍ଯ୍ୟାୟ ଭୋଟିଂ ସରିବା ପର୍ଯ୍ୟନ୍ତ ବିଜେପି ୧୬୨ରୁ ୧୮୧ଟି ସିଟ୍ ପାଉଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ୬୭ରୁ ୭୪ଟି ସିଟ୍ ପାଇପାରେ ।



ଏହା ବି ପଢ଼ନ୍ତୁ | ୧୮ ବର୍ଷରୁ ଅଧିକ ସବୁ ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର, କହିଲେ ନବୀନ



ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଉପରେ ଆସୁଥିବା ଏଗଜିଟ୍ ପୋଲ୍‌ ବିଷୟରେ ବିଜେପି ନେତା କୈଳାସ ବିଜୟଭର୍ଗୀୟ ନ୍ୟୁଜ୍୧୮ ଇଣ୍ଡିଆ ସହିତ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି ଯେ ପଶ୍ଚିମ ବଙ୍ଗର ଜନତା ସେଠାକାର ଟିଏମସି ସରକାର ଓ କେନ୍ଦ୍ରର ବିଜେପି ସରକାରକୁ ତୁଳନା କରିବାର ସୁଯୋଗ ପାଇଥିଲେ ।



ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ଇଣ୍ଡିଆ ଟୁଡେ-ଆକ୍ସିସ୍-ମାଇ-ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ କେରଳରେ (Kerala Election Exit Poll Result 2021) LDFର ଭୋଟ୍ ପ୍ରତିଶତ ୪୭% ହୋଇପାରେ ଓ UDF ଖାତାରେ ୩୮% ଏବଂ ବିଜେପି ଖାତାରେ ୧୨% ଭୋଟ୍‌ ଯାଇପାରେ । ଅନ୍ୟ ପକ୍ଷରେ ଯଦି ଆମେ ସିଟ୍ ବିଷୟରେ ଆଲୋଚନା କରିବା, ତେବେ କେରଳର ମୋଟ ୧୪୦ଟି ସିଟ୍ ମଧ୍ୟରୁ LDFକୁ ୧୦୪ରୁ ୧୪୦ଟି ସିଟ୍‌ ଓ ମିଳିପାରେ ବୋଲି ଆଶା କରାଯାଉଛି । UDFର ଖାତାରେ ୨୦ରୁ ୩୬ଟି ସିଟ୍‌ ଆସୁଥିବା ବେଳେ ବିଜେପିକୁ ଶୂନ୍ୟରୁ ଦୁଇଟି ସିଟ୍ ମିଳିପାରେ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ

ଆସାମ ନିର୍ବାଚନ ଏକଜିଟ୍ ପୋଲ୍: ଟୁଡେ-ଆକ୍ସିସ୍-ମାଇ-ଇଣ୍ଡିଆର ଏଗଜିଟ୍ ପୋଲ୍ ଅନୁଯାୟୀ ଆସାମରେ ବିଜେପି+କୁ ୭୫ରୁ ୮୫ଟି ସିଟ୍ ମିଳିପାରେ ବୋଲି ଆଶା କରାଯାଉଛି । କଂଗ୍ରେସ + ଖାତାରେ ୪୦ରୁ ୫୦ଟି ସିଟ୍ ଆସିପାରେ । ଶୂନ୍ୟରୁ ୫ଟି ସିଟ୍ ଅନ୍ୟମାନଙ୍କ ଖାତାକୁ ଆସିପାରେ ବୋଲି ଆକଳନ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

ତାମିଲ ନାଡୁ ନିର୍ବାଚନ ଏକଜିଟ୍ ପୋଲ୍ (Tamil nadu Elections Exit Poll 2021):  ରିପବ୍ଲିକ୍ ଟିଭିର ଏକଜିଟ୍ ପୋଲ୍ ଅନୁଯାୟୀ ଡିଏମକେ + ତାମିଲ ନାଡୁରେ ୧୬୦ରୁ ୧୭୦ଟି ସିଟ୍ ପାଇପାରେ । AIADMK ଦ୍ୱିତୀୟ ସ୍ଥାନରେ ରହିପାରେ ବୋଲି ଆକଳନ କରାଯାଇଛି ।



ପଶ୍ଚିମ ବଙ୍ଗର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ସହ ଚାରିଟି ରାଜ୍ୟ ଓ ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳରେ ଶେଷ ହୋଇଛି ନିର୍ବାଚନ । ଏଗଜିଟ୍ ପୋଲ୍ ଆକଳନକୁ ନେଇ ସବୁଠି ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସତରେ କଣ ଏଗଜିଟ୍ ପୋଲର ଆକଳନ ଓ ବାସ୍ତବ ଗଣତିର ଫଳ ସମାନ ହେବ? ଉନ୍ନିସ୍‌ ବୀସ୍‌ ହେବ ନା ସମ୍ପୂର୍ଣ୍ଣ ଓଲଟା ହୋଇଯିବ? ମେ ୨ ତାରିଖରେ ସ୍ପଷ୍ଟ ହେବ ପ୍ରକୃତ ଚିତ୍ର । ସେତେବେଳ ଯାଏଁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।
Published by: Anand ST Das
First published: April 29, 2021, 10:20 PM IST