ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଇସଲାମିକ ଏମିରେଟର ଡେପୁଟି ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା; “ଭାରତ ସହ ବନ୍ଧୁତା ଚାହୁଁ”

ଇସଲାମିକ ଏମିରେଟର ଡେପୁଟି ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା; “ଭାରତ ସହ ବନ୍ଧୁତା ଚାହୁଁ”

ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ଆଫଗାନିସ୍ତାନର ଇସଲାମିକ ଏମିରେଟର ଡେପୁଟି ଅଧିକାରୀ ଶେର ମୋହଦ ସ୍ତାନାକାଜଇଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଛି।

ଇସଲାମିକ ଏମିରେଟର ଡେପୁଟି ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା; “ଭାରତ ସହ ବନ୍ଧୁତା ଚାହୁଁ”
ସମସ୍ତ ପଡୋଶୀ ରାଷ୍ଟ୍ର ସହିତ ଭଲ ସମ୍ପର୍କ ରଖିବାକୁ ଚାହେଁ ଇସଲାମିକ ଏମିରେଟ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 30, 2021, 11:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ଆଫଗାନିସ୍ତାନର ଇସଲାମିକ ଏମିରେଟର ଡେପୁଟି ଅଧିକାରୀ ଶେର ମୋହଦ ସ୍ତାନାକାଜଇଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଛି। News18 ସହ ବର୍ତ୍ତାଳାପରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଛନ୍ତି ଶେର ମୋହଦ।

ଭାରତ ପ୍ରତି ତାଲିବାନ ପ୍ରଶାସନିକ ଦୃଷ୍ଟିକୋଣ କିପରି ରହିଛିର ଉତ୍ତର ଦେଇ ମୋହଦ କହିଛନ୍ତି ଯେ ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍, ଆମର ବୈଦେଶିକ ନୀତି ହେଉଛି ଆମର ସମସ୍ତ ପଡୋଶୀ ଦେଶ ଓ ସମଗ୍ର ବିଶ୍ୱ ସହିତ ଭଲ ସମ୍ପର୍କ ରଖିବା। ଆମେରିକୀୟ ସୈନ୍ୟମାନେ ଗତ ୨୦ବର୍ଷ ଧରି ଆଫଗାନିସ୍ତାନରେ ଥିଲେ ଓ ଏହା ପରେ ସେମାନେ ବର୍ତ୍ତମାନ ଦେଶରୁ ବିଦାୟ ନେଉଛନ୍ତି, ତେଣୁ ଏହା ପରେ ଆମେରିକା ଓ ନାଟୋ ସହିତ ମଧ୍ୟ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ତେଣୁ, ମୁଁ ଭାବୁଛି ସେମାନେ ଫେରି ଆସି ଆଫଗାନିସ୍ତାନର ପୁନର୍ବାସରେ ଅଂଶଗ୍ରହଣ କରିବା ଉଚିତ୍। ଭାରତ ସହ ଆମେ ସାଂସ୍କୃତିକ ଓ ଅର୍ଥନୈତିକ ଓ ଅନ୍ୟାନ୍ୟ ସମ୍ପର୍କ ଭଳି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ। କେବଳ ଭାରତ ନୁହେଁ ତାଜିକିସ୍ତାନ, ଇରାନ ଓ ପାକିସ୍ଥାନ ସମେତ ଆମର ସମସ୍ତ ପଡୋଶୀ ଦେଶ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିବାକୁ ଚାଁହୁ।

ପ୍ରଶ୍ନ: ତାଲିବାନ ଭାରତ ପ୍ରତି ଶତ୍ରୁ ହୋଇପାରେ, ସେମାନେ ପାକିସ୍ତାନ ସହ ମିଶି ଭାରତକୁ ଟାର୍ଗେଟ କରିଥିବାର ଭୟ ରହିଛି।  ଆପଣ ଏହି ମୂଲ୍ୟାଙ୍କନ କିପରି ଦେଖିବେ।ଏହା ଠିକ କି ଭୁଲ?

ଉତ୍ତର: ଗଣମାଧ୍ୟମରେ ଯାହା ଆସେ ତାହା ପ୍ରାୟତଃ ଭୁଲ ଅଟେ, ଆମ ପକ୍ଷରୁ ସେପରି କୌଣସି ବିବୃତ୍ତି କିମ୍ବା ସୂଚନା ନାହିଁ। ଆମେ ଆମର ସମସ୍ତ ପଡୋଶୀ ରାଷ୍ଟ୍ର ସହିତ ଭଲ ସମ୍ପର୍କ ଚାହୁଁ।

ପ୍ରଶ୍ନ: ଆଫଗାନିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ପାଇଁ ଏକ ବିପଦ ହୋଇପାରେ ଯାହା ଲଶ୍କର ଓ ଜଇଶ ପରି ଭାରତ ପାଇଁ ବିପଦ ଅଟେ। ଏଥିରେ ଆପଣଙ୍କର ମନ୍ତବ୍ୟ କ’ଣ?

ଉତ୍ତର: ଆଫଗାନିସ୍ତାନରୁ ଭାରତ ପ୍ରତି କିମ୍ବା କୌଣସି ପଡ଼ୋଶୀ ଦେଶ ପାଇଁ କ ବିପଦ ନଥିଲା ଓ ଏହା ଆଦୌ ଘଟିବ ନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଓ ପାକିସ୍ଥାନ ମଧ୍ୟରେ ଦୀର୍ଘ ରାଜନୈତିକ ଓ ଭୌଗୋଳିକ ବିବାଦ ରହିଛି। ଆମେ ଆଶା କରୁଛୁ ସେମାନେ ଆଫଗାନିସ୍ତାନକୁ ସେମାନଙ୍କର ଆଭ୍ୟନ୍ତରୀଣ ଯୁଦ୍ଧରେ ବ୍ୟବହାର କରନ୍ତି ନାହିଁ, ସେମାନଙ୍କର ଏକ ଲମ୍ବା ସୀମା ଅଛି, ସେମାନେ ସୀମାରେ ନିଜ ମଧ୍ୟରେ ଯୁଦ୍ଧ କରିପାରିବେ। ଏଥିପାଇଁ ଆଫଗାନିସ୍ତାନ ବ୍ୟବହାର କରିବା ଉଚିତ ନୁହେଁ ଓ ଆମେ କୌଣସି ଦେଶକୁ ଏଥିପାଇଁ ଆମ ଜମି ବ୍ୟବହାର କରିବାକୁ ଦେବୁ ନାହିଁ।

ପ୍ରଶ୍ନ: ଏକ ଦୃଢ଼ ବକ୍ତବ୍ୟ ଆପଣ ଦେଉଛନ୍ତି ଯେ ଆପଣ ନିଜ ଅଞ୍ଚଳରେ ଲଶ୍କର କିମ୍ବା ଜଇଶକୁ ଲଢ଼ିବାକୁ ଦେବେ ନାହିଁ।

ଉତ୍ତର: ଏହା ଆମର କର୍ତ୍ତବ୍ୟ ଯାହାକୁ ଆମେ ବିଶ୍ବର କୌଣସି ଦେଶ ବିରୁଦ୍ଧରେ ଆଫଗାନିସ୍ତାନକୁ ବ୍ୟବହାର କରିବାକୁ ଅନୁମତି ଦେବୁ ନାହିଁ।

ପ୍ରଶ୍ନ: ଆପଣ କିଛି ଦଶନ୍ଧି ପୂର୍ବରୁ IMA ରେ ତାଲିମ ପ୍ରାପ୍ତ ହୋଇଥିଲେ। ସେହି ସ୍ଥାନରେ କୌଣସି ସ୍ମୃତି ଓ ଯେତେବେଳେ ଭାରତରେ ଥିଲେ, ସେତେବେଳେ ସମୟ କିପରି ଥିଲା ।

ଉତ୍ତର: ସେତେବେଳେ ମୁଁ ଛୋଟ ବୟସରେ ଥିଲି। ଋଷିଆନମାନେ ଆସିବା ଆଫଗାନିସ୍ତାନକୁ ଆସିବା ପୂର୍ବରୁ ମୋତେ ସେଠାରେ ତାଲିମ ଦିଆଯାଇଥିଲା।

ମୁଁ IMAରେ ତାଲିମ ନେଉଥିଲି ଓ IMAରୁ ସ୍ନାତକ ହେଲି।

ପ୍ରଶ୍ନ: ଆପଣ ତଥାପି ସେହି ଲୋକମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି କି?

ଉତ୍ତର: ନା, ଭାରତରେ ନୁହେଁ।

ପ୍ରଶ୍ନ: କିଛି ଦିନ ପୂର୍ବରୁ କାବୁଲ ଆକ୍ରମଣ ପାଇଁ ଆପଣ କାହାକୁ ଦାୟୀ କରନ୍ତି?

ଉତ୍ତର: ଗଣମାଧ୍ୟମରେ ମୁଁ ଦେଖିଛି ଯେ ଆକ୍ରମଣର ପାଇଁ Daish ନିଜକୁ ଦାୟୀ କରିଛି।

ପ୍ରଶ୍ନ: କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ହକ୍କାନି ଏହି ବିସ୍ଫୋରଣ କରିଛି ଓ ଆଇଏସ ଏହି ଦାବିକୁ ଗ୍ରହଣ କରିଛି  ଏହା ଉପରେ କ’ଣ କହିବେ?

ଉତ୍ତର: ଆଫଗାନିସ୍ତାନର ଶତ୍ରୁମାନେ ଏହା କୁହନ୍ତି। ଏହା ସତ୍ୟ ନୁହେଁ ଓ ଏହା ସମ୍ପୂର୍ଣ୍ଣ ମିଥ୍ୟା। ଯେହେତୁ ଡାଏଶ ଏଥିପାଇଁ ନିଜକୁ ଦାୟୀ କରିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଡାଏଶ ଏହା କରିଛନ୍ତି।

ପ୍ରଶ୍ନ: ସେଠାରେ ଅନେକ ହିନ୍ଦୁ ଓ ଶିଖ ଅଛନ୍ତି ଯେଉଁମାନେ ଆଫଗାନିସ୍ତାନରେ ଅଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରିବାରେ ଆପଣ ଭାରତକୁ ସାହାଯ୍ୟ କରିବେ କି?

ଉତ୍ତର: ମୁଁ ଭାବୁଛି ସେମାନଙ୍କୁ ସ୍ଥାନାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ। ଆଫଗାନିସ୍ତାନ ହେଉଛି ସେମାନଙ୍କର ଘର ଓ ଦେଶ ତେଣୁ ସେମାନେ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ବାସ କରିପାରିବେ।ଏଠାରେ ସେମାନଙ୍କ ଜୀବନରେ ପ୍ରତି ବିପଦ ନାହିଁ। ସେମାନେ ପୂର୍ବପରି ଜୀବନଯାପନ କରି ପାରିବେ ଓ ଆମେ ଆଶା କରୁଛୁ ଯେ ଏଠାରେ ଥିବା ହିନ୍ଦୁ ଓ ଶିଖ ଯେଉଁମାନେ ଆଫଗାନିସ୍ତାନରେ ଥିଲେ ଓ ପୂର୍ବ ୨୦ ବର୍ଷ ମଧ୍ୟରେ ଭାରତକୁ ସ୍ଥାନାନ୍ତର ହୋଇଥିଲେ, ଆମେ ଆଶା କରୁଛୁ ସେମାନଙ୍କୁ ଶୀଘ୍ର ଆଫଗାନିସ୍ତାନକୁ ଫେରିବା ଉଚିତ।

ପ୍ରଶ୍ନ: ବିଶ୍ୱ ଶକ୍ତି ଓ ଭାରତ ଦ୍ୱାରା ତାଲିବାନର ସ୍ୱୀକୃତି ଆପଣ କିପରି ଦେଖନ୍ତି?

ଉତ୍ତର: ଆମେ ଆଶା କରୁ ଆଫଗାନିସ୍ତାନର ଇସଲାମିକ ଏମିରେଟ ସରକାର ଗଠନ କରିବ। ତେଣୁ ଆମର ପଡ଼ୋଶୀ ତଥା ବିଶ୍ୱର ଅନ୍ୟ ଦେଶମାନେ ଆମ ସହିତ ଭଲ ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ କରନ୍ତି। ଯେତେବେଳେ ନୂତନ ସରକାର ଘୋଷଣା ହେବ, ଆମେ ଆଶା କରୁଛୁ ଯେ ସେହି ସମସ୍ତ ଦେଶ ଯେଉଁମାନେ ଏହି ଅଞ୍ଚଳରେ ଜଡିତ ଅଟନ୍ତି  ବିଶେଷ ଭାବରେ ଆମେରିକା ଓ ଅନ୍ୟ ଦେଶ ଆମକୁ ସମର୍ଥନ କରନ୍ତି।

ପ୍ରଶ୍ନ: ଆଫଗାନିସ୍ତାନରେ ଭାରତ ଅନେକ ବିକାଶମୂଳକ କାର୍ଯ୍ୟ କରିଛି।  ଆପଣ ଭାବୁଥିବେ ତାହା ସହିତ କ’ଣ ହେବ?

ଉତ୍ତର: ଆଫଗାନିସ୍ତାନରେ ଭାରତ ଦ୍ୱାରା କରାଯାଇଥିବା ବିକାଶ ହେଉଛି ଆମର ଜାତୀୟ ସମ୍ପତ୍ତି ଯାହାକୁ ଆମେ ସେପରି ରଖିବୁ ଓ ଆଶା କରୁଛୁ ଭବିଷ୍ୟତରେ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଭାରତ ଦ୍ୱାରା ସମାପ୍ତ ହେବ।  ଆମେ ପୁନର୍ବାର ଆରମ୍ଭ କରିବାକୁ ଓ ସେହି ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବାକୁ ଭାରତକୁ ଆମନ୍ତ୍ରଣ କରୁଛୁ।

ପ୍ରଶ୍ନ: ଆପଣ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବେ।

ଉତ୍ତର: ହଁ, ଯଦି କେହି ଆପଣଙ୍କ ଦେଶରେ ଆସୁଛନ୍ତି ଓ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ପଡିବ। ମୁଁ ଭାବୁନାହିଁ ଯେ ଏପରି ପ୍ରଶ୍ନ ପଚାରିବାର କୌଣସି ଆବଶ୍ୟକତା ଅଛି।
Published by: Soumya Das
First published: August 30, 2021, 11:17 AM IST