ବିଗ୍‌ ବସ୍‌ରେ ଆସିବ ଟୁଇଷ୍ଟ୍‌, ଗୋଟିଏ ସପ୍ତାହ ପାଇଁ ଘରକୁ ଆସିବେ ବିନ୍ଦୁ ଦାରା ସିଂ

ମାଷ୍ଟରମାଇଣ୍ଡ ବିକାଶ ଗୁପ୍ତାଙ୍କ ପରେ ବିଗବସ୍ ୩ର ବିଜେତା ବିନ୍ଦୁ ଦାରା ସିଂ ସଲମାନ ଖାନଙ୍କ ଏହି ଶୋରେ ଏଣ୍ଟ୍ରି କରିପାରନ୍ତି । ତେଣୁ ବିଗ ବସ୍ ସିଜନରେ କିଛି ବି ସମ୍ଭବ ହୋଇପାରେ ।

ବିଗ୍‌ ବସ୍‌ରେ ଆସିବ ଟୁଇଷ୍ଟ୍‌, ଗୋଟିଏ ସପ୍ତାହ ପାଇଁ ଘରକୁ ଆସିବେ ବିନ୍ଦୁ ଦାରା ସିଂ
ବିନ୍ଦୁ ଦାରା ସିଂ
  • News18 Odia
  • Last Updated: January 7, 2020, 5:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବିଗ ବସ ସିଜନ ୧୩ରେ କେତେ ରୋମାଞ୍ଚକର ହେଉଛି ତାହା ଦର୍ଶକମାନେ ଗତ ୩ମାସ ହେବ ଦେଖିସାରିଲେଣି । ରିଏଲିଟି ଶୋରେ ପ୍ରଥମଥର ଏମିତି ହୋଇଛି କି ଯେତେବେଳେ ଜଣେ ପୁରୁଣା ବିଜେତା ସପ୍ତାହ ପାଇଁ ବିଗ ବସ୍ ଘରେ ରହିକି ଗେମ ଖେଳିବେ । ସୂତ୍ରରୁ ଜଣାପଡ଼ିଛି କି ପୂର୍ବ ବିଜେତା ବିନ୍ଦୁ ଦାରା ସିଂ ଗୋଟିଏ ସପ୍ତାହ ଲାଗି ବିଗ ବସ ଘର ଭିତରକୁ ଆସିବେ । ଏପରି ହେଲେ ବିକାଶ ଗୁପ୍ତାଙ୍କ ପରେ  ବିଗବସ୍ ୩ର ବିଜେତା ବିନ୍ଦୁ ଦ୍ବିତୀୟ ବ୍ୟକ୍ତି ହେବେ । ତେବେ ଏହି ଘଟଣା ସମ୍ପର୍କରେ ଅଫିସିଆଲ ମୋହର ଲାଗି ନଥିଲେ ବି ବିଗ ବସରେ କିଛି ବି ସମ୍ଭବ ହୋଇପାରେ । ବିନ୍ଦୁଙ୍କର ଉଚ୍ଚ, ଆଗ୍ରେସିଭ୍ ଏବଂ ମନୋରଞ୍ଜକ ଚେହେରା ଯୋଗୁଁ ଶୋର ଟିଆରପି ଉପରକୁ ଉଠିବା ସମ୍ଭବ ହେବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି ।

ବିନ୍ଦୁ ବିଗ ବସର ସବୁ ସିଜନକୁ ଫଲୋ କରନ୍ତି । ସେ ନିଜର ପସନ୍ଦର ପ୍ରତିଯୋଗୀ ଏବଂ ଘରଲୋକଙ୍କ ଗେମ ଷ୍ଟ୍ରାଟେଜି ଉପରେ ଖୋଲା ଖୋଲି ରାୟ ରଖିଥାନ୍ତି । ବିନ୍ଦୁ ସିଜନ ୧୩ରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ସପୋର୍ଟ କରୁଛନ୍ତି । ସିଦ୍ଧାର୍ଥଙ୍କୁ ସମର୍ଥନ କରିବା ଲାଗି ସୋସିଆଲ ମିଡିଆରେ କ୍ୟାମ୍ପେନ ମଧ୍ୟ ଚଳାଇଛନ୍ତି । ବିନ୍ଦୁଙ୍କ ଅନୁସାରେ ସିଦ୍ଧାର୍ଥ ହିଁ ସିଜନ ୧୩ର ବିଜେତା ହେବ ।

ସିଦ୍ଧାର୍ଥ ବିନ୍ଦୁଙ୍କର ପସନ୍ଦର ପ୍ରତିଯୋଗୀ ଥିବାବେଳେ ଅସୀମ ରିୟାଜ ତାଙ୍କର ବିଲକୁଲ ପସନ୍ଦ ନୁହନ୍ତି । ବିନ୍ଦୁ ଏବଂ ଅସୀମଙ୍କ ଭାଇ ଉମର ରିୟାଜଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଅନେକଥର ଝଗଡ଼ା ହୋଇସାରିଛି । ଟୁଇଟରରେ ବିନ୍ଦୁ ଅସୀମଙ୍କ ଲୁକ୍ସକୁ ନେଇ ଥଟ୍ଟା ମଧ୍ୟ କରିଥାନ୍ତି । ଯଦି ବିନ୍ଦୁ ଦାରା ସିଂ ବିଗ ବସ୍ ହାଉସରେ ପ୍ରବେଶ କରନ୍ତି ତାହାଲେ ଅସୀମଙ୍କ ଖରାପ ବେଳା ଆସିବା ନିଶ୍ଚିତ । ସେହିପରି ସିଦ୍ଧାର୍ଥଙ୍କୁ ଅଧିକ ଅଡଭାଣ୍ଟେଜ ମିଳିପାରେ ।
First published: January 7, 2020, 5:18 PM IST