News18 Odia Digital
ନୂଆ ଦିଲ୍ଲୀ: LAC ଉପରେ ଚୀନ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ (India China Border Tension) ଭାରତ କ୍ରମାଗତ ଭାବେ ଏହାର ସୁରକ୍ଷା ବୃଦ୍ଧି କରୁଛି । ରାଫେଲ ସମେତ ଅନେକ କ୍ଷେପଣାସ୍ତ୍ରକୁ ସେନାରେ ଅନ୍ତର୍ଭୁକ୍ତ କରିବା ପରେ ଭାରତୀୟ ସେନାର ଶକ୍ତିରେ ଡ୍ରୋନ୍ (Drones from Israel) ଯୋଗଦେବାକୁ ଯାଉଛି । ଚୀନ୍ ସୀମା ଦ୍ୱାରା ସଂଯୁକ୍ତ ସୀମାନ୍ତ ଅଞ୍ଚଳରେ ସର୍ଭିଲାନ୍ସ (Surveillance) କ୍ଷମତା ଆହୁରି ବଢ଼ାଇବା ପାଇଁ ଭାରତକୁ ଖୁବ୍ ଶୀଘ୍ର ଆମେରିକାରୁ ଇସ୍ରାଏଲ୍ ହେରନ୍ ଓ ମିନି ଡ୍ରୋନ୍ ପାଇବ।
ଇସ୍ରାଏଲର ହେରନ୍ ସର୍ଭିଲାନ୍ସ ଡ୍ରୋନ୍ କିଣିବା ପାଇଁ ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି ଓ ଏହା ଡିସେମ୍ବରରେ ଅନୁମୋଦନ ହେବ ବୋଲି ଆଶା କରାଯାଉଛି। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଚୀନ୍ ସହିତ ଲାଗିଥିବା ଲଦ୍ଦାଖ ସେକ୍ଟରରେ ହେରନ୍ ଡ୍ରୋନ୍ ନିୟୋଜିତ ହେବ ଓ ବର୍ତ୍ତମାନର ସୁରକ୍ଷା କ୍ଷମତା ଥିବା ଭାରତୀୟ ସୁରକ୍ଷା ବାହିନୀ ଅପେକ୍ଷା ଏହା ଅଧିକ ଉନ୍ନତ ଅଟେ ।
ଜରୁରୀକାଳୀନ ଆର୍ଥିକ ଶକ୍ତି ଅଧୀନରେ ଡ୍ରୋନ୍ କିଣାଯାଉଛି ସୂତ୍ରରୁ ପ୍ରକାଶ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପ୍ରତିରକ୍ଷା ବାହିନୀକୁ ଦେଇଥିବା ଜରୁରୀକାଳୀନ ଆର୍ଥିକ ଶକ୍ତି ଅଧୀନରେ ଏହି ଡ୍ରୋନ କିଣା ଯାଉଛି । ଯେଉଁଥିରେ ସେମାନେ 500 କୋଟି କ୍ରୟ କିମ୍ବା ଅପଗ୍ରେଡ୍ କରିପାରିବେ । ଏହା ବ୍ୟତୀତ ଅନ୍ୟ ଛୋଟ ଓ ମିନି ଡ୍ରୋନ୍ ଯାହା ଭାରତ ଆମେରିକାରୁ ପାଇବ ତାହା ଭୂମିରେ ବାଟାଲିୟନ ସ୍ତରର ସୈନିକମାନଙ୍କୁ ଦିଆଯିବ । ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ ଜାଣିବା ପାଇଁ ହସ୍ତ ଚାଳିତ ଡ୍ରୋନ୍ ବ୍ୟବହାର କରାଯିବ ।
ସୂତ୍ରରୁ ପ୍ରକାଶ ଯେ ଏହି ସ୍ୱତନ୍ତ୍ର ଡ୍ରୋନ୍ କିଣିବା ଦ୍ୱାରା ଭାରତୀୟ ସେନାକୁ LAC ଉପରେ ଚୀନ୍ର ପ୍ରତ୍ୟେକ ପଦକ୍ଷେପ ବିଷୟରେ ସୂଚନା ମିଳିପାରିବ । ଶେଷ ଥର ପାଇଁ ୨୦୧୯ ରେ ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ସମୟରେ ସୁରକ୍ଷା ବାହିନୀକୁ ଏହି ସୁବିଧା ଦିଆଯାଇଥିଲା । ଏହି ଶକ୍ତି ବ୍ୟବହାର କରି ଭାରତୀୟ ନୌସେନା ଆମେରିକୀୟ କମ୍ପାନୀ ଜେନେରାଲ୍ ଆଟୋମିକ୍ସରୁ ଦୁଇଟି ପ୍ରିଡେଟର ଡ୍ରୋନ୍ ଲିଜରେ ନେଇଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।