ଆଜିଠୁ ବଢ଼ିଲା ମେଡିସିନ୍ ଦାମ; ଅତ୍ୟାବଶ୍ୟକ ଔଷଧ ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି

Medicines Price Hike: ରିପୋର୍ଟ ଅନୁଯାୟୀ, ଆଣ୍ଟିବାୟୋଟିକ୍, ପେନକିଲ୍‌ର ଏବଂ ହୃଦଘାତର ଚିକିତ୍ସା ପାଇଁ ବ୍ୟବହୃତ ୩୮୪ରୁ ଅଧିକ ଜରୁରୀ ଔଷଧର ମୂଲ୍ୟ ଶନିବାରଠୁ ବୃଦ୍ଧି ପାଇଛି।

ଆଜିଠୁ ବଢ଼ିଲା ମେଡିସିନ୍ ଦାମ

ଆଜିଠୁ ବଢ଼ିଲା ମେଡିସିନ୍ ଦାମ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Medicines Price Hike: ଆଜିଠୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ (Financial Year)।ସାଧାରଣ ଲୋକଙ୍କ ପାଇଁ ବଢ଼ିଲା ଅସୁବିଧା, କାରଣ ଆଜିଠୁ ଜରୁରୀ ଏବଂ ଅତ୍ୟାବଶ୍ୟକୀୟ ଔଷଧ ଗୁଡିକର ଦରଦାମ ବୃଦ୍ଧି ହୋଇଛି (Medicines Price Hike)।

ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଥିଲା ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA। ବର୍ତ୍ତମାନ ୮୦୦ରୁ ୩୮୪ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି।

ଏଭଳି ନିଷ୍ପତ୍ତି ନିଆଯିବା ପରେ ସାଧାରଣ ଲୋକେ ଖାସ୍ କରି କ୍ରୋନିକ୍ ରୋଗ ଯଥା ମଧୁମେୟ, ବ୍ଲଡ଼ ପ୍ରେସର୍ ଏବଂ ଡାଇବେଟେସ୍ ଦ୍ୱାରା ପୀଡିତ ରୋଗୀମାନଙ୍କର ଚିନ୍ତା ଆହୁରି ବଢ଼ି ଯାଇଛି।

ଆଜି ତଥା ଏପ୍ରିଲ ପହିଲାରୁ ଦରଦାମ ବଢ଼ି ଥିବା ଔଷଧ ତାଲିକାରେ ପେନ୍ କିଲର୍ ଡାଇକ୍ଲୋଫେନାକ୍, ମରଫିନ୍ ଠାରୁ ଆରମ୍ଭ କରି ଜ୍ୱର ଔଷଧ ପାରାସିଟାମଲ୍, ଆଣ୍ଟିବାୟୋଟିକ୍ ଆମୋକ୍ସିସିଲିନ୍, ସେଫାଡ୍ରକ୍ସିଲ, ମ୍ୟାଲେରିଆ ଔଷଧ କ୍ଲୋରାକୁଇନ୍, କୁଇନାଇନ୍, ରକ୍ତହୀନତା ପାଇଁ ବ୍ୟବହାର ହେଉଥିବା ଫଲିକ୍ ଏସିଡ୍, ଆଇରନ୍ ସୁକ୍ରୋଜ୍ ସମେତ ହେପାଟାଇଟିସ୍-ବି, ଜାପାନିଜ୍ ଏନସେଫାଲାଇଟିସ ଓ ମିଳିମିଳା ଭ୍ୟାକସିନ୍ ଇତ୍ୟାଦି ସାମିଲ ରହିଛି।

ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ଦ୍ବାରା ନିୟନ୍ତ୍ରିତ ହୋଇଛି, ଯାହା ହୋଲସେଲ ମୁଦ୍ରାସ୍ଫୀତି ଉପରେ ଆଧାର କରି ବର୍ଷ ମଧ୍ୟରେ ଔଷଧ ହାରର ସର୍ବୋଚ୍ଚ ସୀମାରେ ପରିବର୍ତ୍ତନ ଘୋଷଣା କରିଥାଏ। ମାର୍ଚ୍ଚ ୨୫ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏଜେନ୍ସି କହିଥିଲା ଯେ ହୋଲସେଲ ମୂଲ୍ୟ ସୂଚକାଙ୍କରେ ବାର୍ଷିକ ପରିବର୍ତ୍ତନ ୧୨.୧୨% ରହିଛି।

୩୮୪ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ହାରରେ ବୃଦ୍ଧି

ରିପୋର୍ଟ ଅନୁଯାୟୀ, ଆଣ୍ଟିବାୟୋଟିକ୍, ପେନକିଲ୍‌ର ଏବଂ ହୃଦଘାତର ଚିକିତ୍ସା ପାଇଁ ବ୍ୟବହୃତ ୩୮୪ରୁ ଅଧିକ ଜରୁରୀ ଔଷଧର ମୂଲ୍ୟ ଶନିବାରଠୁ ବୃଦ୍ଧି ପାଇଛି। ଏହି ୧୨ ପ୍ରତିଶତ ବୃଦ୍ଧି ସର୍ବଦା ସର୍ବାଧିକ ବୋଲି ବିଶ୍ୱାସ କରାଯାଉଛି।

ଚୀନରୁ କଞ୍ଚାମାଲ ଆମଦାନୀରେ ରୋକ୍ ଲାଗିଥିବାରୁ ୟୁରୋପୀୟ ବଜାରରୁ କଞ୍ଚାମାଲ କିଣିବାକୁ ପଡୁଛି ଏହା ବ୍ୟତୀତ ସେଠାରୁ କଞ୍ଚାମାଲ ଆଣିବା ଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିଛି। ଯେଉଁଥିପାଇଁ ଔଷଧର ଦାମ ବଢ଼ାଇବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି ବୋଲି କେମିଷ୍ଟ୍ର ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ପଢ଼ନ୍ତୁ ଏହି ଖବର:  ମାର୍ଚ୍ଚରେ ରୂପା ନିବେଶକଙ୍କୁ ମିଳିଛି ଅଧିକ ଫାଇଦା; ମାତ୍ର ୭ ପ୍ରତିଶତ ରିଟର୍ଣ୍ଣ ଦେଇଛି ସୁନା

ତଥାପି ରୋଗୀମାନଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ମହଙ୍ଗା ବ୍ରାଣ୍ଡେଡ୍ ଔଷଧ ପରିବର୍ତ୍ତେ ଜେନେରିକ୍ ଔଷଧ ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
Published by:Lipina Das
First published: