PFରୁ ଟଙ୍କା ଉଠାଇଲେ କେବେ ଲାଗିବ ଟ୍ୟାକ୍ସ ? ଜାଣନ୍ତୁ କଣ ରହିଛି ନିୟମ...

PF Withdrawal: ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର EPFOରେ ଆକାଉଣ୍ଟ୍ ଅଛି । ତେବେ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ।

PFରୁ ଟଙ୍କା ଉଠାଇଲେ କେବେ ଲାଗିବ ଟ୍ୟାକ୍ସ ? ଜାଣନ୍ତୁ କଣ ରହିଛି ନିୟମ...

PFରୁ ଟଙ୍କା ଉଠାଇଲେ କେବେ ଲାଗିବ ଟ୍ୟାକ୍ସ ? ଜାଣନ୍ତୁ କଣ ରହିଛି ନିୟମ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

PF Withdrawal: epfo ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର EPFOରେ ଆକାଉଣ୍ଟ୍ ଅଛି । ତେବେ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ସାଧାରଣତ epfo ରୁ ଟଙ୍କା ଉଠାଇଲେ ଟ୍ୟାକ୍ସ ଲାଗିଥାଏ । ଏମିତି ଅନେକ ନିୟମ epfo ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହୋଇଥାଏ । ତେବେ epfoରୁ କେବେ ଟଙ୍କା ଉଠାଇଲେ ଲାଗିଥାଏ ଟ୍ୟାକ୍ସ । ଆଜି ଆମେ ଆପଣଙ୍କୁ ସେହି ବିଷ୍ୟରେ କହିବୁ । ଯଦି ଆପଣଙ୍କର pf ଆକାଉଣ୍ଟ ପାଞ୍ଚ ବର୍ଷରୁ ଅଧିକ ହୋଇଗଲାଣି ଆଉ ଆପଣ ସେଥିରୁ କିଛି ଟଙ୍କା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ବିନା କୌଣସି ଟ୍ୟାକ୍ସରେ ଟଙ୍କା ଉଠାଇ ପାରିବେ ।

ପ୍ରୋଭିଡେଣ୍ଟ ଫଣ୍ଡ ଯଥା PF, ରୋଜଗାର କରୁଥିବା ଲୋକଙ୍କ ପାଇଁ ବଡ଼ ପାଣ୍ଠି ସଞ୍ଚୟ ଏବଂ ସଂଗ୍ରହ କରିବା ପାଇଁ ଏକ ଉତ୍ତମ ମାଧ୍ୟମ । ଚାକିରି କରିଥିବା ଲୋକଙ୍କ ସାଲାରୀର କିଛି ଅଂଶ pf ଫଣ୍ଡରେ ଜମା ହୋଇଥାଏ । ଯାହାକି ତାଙ୍କୁ ଭବିଷ୍ୟତରେ ଅନେକ ସହାୟତା କରିଥାଏ । ତେବେ ସରକାର ଏହି ବାର୍ଷିକ ଜମା ରାଶି ଉପରେ ସୁଧ ପ୍ରଦାନ କରିଥାନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ସରକାର 8.15 ପ୍ରତିଶତ ସୁଧ ସ୍ଥିର କରିଛନ୍ତି। PF ଆକାଉଣ୍ଟଧାରୀମାନେ ଅତି ସହଜରେ ନିଜ ଜମା ରାଶିରୁ ଟଙ୍କା ଉଠାଇ ପାରିବେ ।

ସାଧାରଣତ PF ଆକାଉଣ୍ଟରୁ ଅବସର ପରେ ହିଁ ଟଙ୍କା ଉଠାଇବାକୁ ଯୋଜନା କରିବା ଭଲ । ଏକ୍ସପର୍ଟ ମାନେ ମଧ୍ୟ ଏପରି କରିବା ପାଇଁ ପରମର୍ଶ ଦେଇଥାନ୍ତି । ଏପରି କରିବା ଦ୍ବାରା ଆପଣ ମୋଟା ଅଙ୍କର ରାଶି ପାଇପାରିବେ । ଯାହାକି ଆପଣଙ୍କୁ କୌଣସି ସମସ୍ୟାରୁ ସାହାଯ୍ୟ କରିପାରିବ । କିନ୍ତୁ ଅନେକ ଥର ଦେଖିବାକୁ ମିଳିଛି ଯେ ଲୋକମାନେ ଚାକିରିର ଅଧାରୁ ହିଁ ମାତ୍ର ଅଳ୍ପ ସମୟର ଜମା ମଧ୍ୟରେ ଟଙ୍କା ଉଠାଇ ଦିଅନ୍ତି । ଯେଉଁଥିପାଇଁ ଟ୍ୟାକ୍ସ ଦେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେବେ ଟଙ୍କା ଉଠାଇଲେ ଆପଣଙ୍କୁ ଦେବାକୁ ପଡିବ ନାହିଁ ଟ୍ୟାକ୍ସ...

ଏଠାରେ ଆପଣଙ୍କୁ ଦେବାକୁ ପଡିବ ଟ୍ୟାକ୍ସ...
epfoର ନିୟମ ଅନୁଯାୟୀ, ଯଦି ଆପଣଙ୍କ ଆକାଉଣ୍ଟ ୫ ବର୍ଷ ହୋଇଗଲାଣି ଆଉ ଆପଣ ସେହି ଜମା ରାଶିରୁ କିଛି ଟଙ୍କା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ହେଲେ ଯଦି ଆପଣ ଆକାଉଣ୍ଟକୁ ୫ ବର୍ଷ ପୁରିନି ତେବେ ଆପଣ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଟ୍ୟାକ୍ସ ଭରିବାକୁ ପଡିବ । ଏହି ଟ୍ୟାକ୍ସ tds ପରି ହିଁ କଟାଯାଇଥାଏ । ଏପରି ଟ୍ୟାକ୍ସ କଟିବା ପାଇଁ ମଧ୍ୟ ସରକାର ନିୟମ ସ୍ଥିର କରିଛନ୍ତି । ନିୟମ ଅନୁଯାୟୀ ଯଦି PF ଗ୍ରାହକଙ୍କ PAN କାର୍ଡ ତାଙ୍କ ଆକାଉଣ୍ଟ ସହିତ ଜଡିତ, ତେବେ ଏଥିରେ ୧୦ ପ୍ରତିଶତ TDS କଟାଯାଇଥାଏ, ଯଦି ପ୍ୟାନ କାର୍ଡ ଲିଙ୍କ ନଥାଏ ତେବେ ୨୦ ପ୍ରତିଶତ TDS କଟାଯାଇଥାଏ ।

ଏପରି ପରିସ୍ଥିତିରେ ଟ୍ୟାକ୍ସ କଟାଯିବ ନାହିଁ...
କିଛି କ୍ଷେତ୍ରରେ ଦେଖା ଯାଇଛି ଯେ ୫ ବର୍ଷ ପୂର୍ବରୁ ଯଦି କୌଣସି pf ଆକାଉଣ୍ଟ ହୋଲ୍ଡର ଜମା ରାଶି ଉଠାଉଛନ୍ତି ସେମାନଙ୍କୁ ଟ୍ୟାକ୍ସ ଭରିବାକୁ ପଡେନି । ତେବେ ଅସୁସ୍ଥତା ହେତୁ ଯଦି କୌଣସି କର୍ମଚାରୀ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଚାକିରି ଛାଡି ନିଜର PF ଟଙ୍କା ଉଠାଇବା ପାଇଁ ଚାହାଁନ୍ତି, ତେବେ ଏପରି ପରିସ୍ଥିତିରେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡେ ନାହିଁ । ଆହୁରି ମଧ୍ୟ ଯେ ଯଦି ଆପଣ ଚାକିରି କରିଥିବା କମ୍ପାନୀ ବନ୍ଦ ହୋଇଯାଉଛି ଆଉ ଆପଣ pf ଟଙ୍କା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବା ନାହିଁ ।

ଘର କିମ୍ବା ଫ୍ଲାଟ୍ କିଣିଲେ ଉଠାଇ ପାରିବେ ଟଙ୍କା...
ଆପଣ ଯଦି ଘର କିମ୍ବା ଫ୍ଲାଟ୍ କିଣିବା ପାଇଁ ଆଡଭାନ୍ସ ନେବାକୁ ଚାହୁଛନ୍ତି ତେବେ epfoରେ ଏହି ଯୋଜନା ରହିଛି । ତେବେ ଏହା କେବଳ ୫ ବର୍ଷ ପୂରା କରିଥିବା ଆକାଉଣ୍ଟଧାରୀଙ୍କ ପାଇଁ । ତେବେ ଆକାଉଣ୍ଟରେ ସୁଧ ସହିତ ଅତିକମ୍‌ରେ ଏକ ହଜାର ଟଙ୍କା ରହିବା ଉଚିତ୍ । ଏହି ଆଧାରରେ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ।

ପଢନ୍ତୁ ଏହି ଖବର :  Flipkart SALE: କାଲିଠୁ ଫ୍ଲିପକାର୍ଟରେ ବଡ଼ ସେଲ୍‌... ମିଳିବ ୮୦% ରିହାତି !
Published by:Sujit Swain
First published: