୮ କୋଟି ପିଏଫ୍‌ ଆକାଉଣ୍ଟ୍‌ଧାରୀଙ୍କୁ ଲାଗିପାରେ ଝଟକା; ଇପିଏଫ୍ଓ‌ କମ୍‌ କରିପାରନ୍ତି ସୁଧ

ଇପିଏଫଓ ୧୫ରୁ ୨୫ ଆଧାର ଅଙ୍କ ପର୍ଯ୍ୟନ୍ତ ସୁଧ ହାର କରିବାର ସମ୍ଭାବନା ରହିଛି । ଚ଼ାକିରି କରିଥିବା ଲୋକଙ୍କ ପାଇଁ ପିଏଫ୍‌ ଭବିଷ୍ୟ ସୁରକ୍ଷା ପାଇଁ ଏକ ବଡ଼ ମାଧ୍ୟମ ହୋଇଥିବାବେଳେ ଏଥିରେ ସୁଧ ହାର କମିଲେ ଏହାର ସିଧା ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ।

ପ୍ରତୀକାତ୍ମକ ଚିତ୍ର

ପ୍ରତୀକାତ୍ମକ ଚିତ୍ର

  • Share this:
News18 Odia Digital

ନୂଆ ଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ‌) ପିଏଫ୍‌ ସୁଧ ହାର ଯାହା ବର୍ତ୍ତମାନ ୮.୬୫ ଅଛି ତାକୁ କମ୍‌ କରିପାରନ୍ତି । ଇପିଏଫଓ ୧୫ରୁ ୨୫ ଆଧାର ଅଙ୍କ ପର୍ଯ୍ୟନ୍ତ ସୁଧ ହାର କରିବାର ସମ୍ଭାବନା ରହିଛି । ଯଦି ଏମିତି ହୁଏ ତେବେ ଏହାର ସିଧା ପ୍ରଭାବ ଇପିଏଫଓର ୮କୋଟିରୁ ଅଧିକ ଖାତା ଧାରକମାନଙ୍କ ଉପରେ ପଡ଼ିବ । ଚ଼ାକିରି କରିଥିବା ଲୋକଙ୍କ ପାଇଁ ପିଏଫ୍‌ ଭବିଷ୍ୟ ସୁରକ୍ଷା ପାଇଁ ଏକ ବଡ଼ ମାଧ୍ୟମ ହୋଇଥିବାବେଳେ ଏଥିରେ ସୁଧ ହାର କମିଲେ ଏହାର ସିଧା ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ।

ଏକ ଜାତୀୟ ଖବର ସରବରାହ ସଂସ୍ଥାର ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳାୟକୁ ଏହା ଉପରେ ବେଶୀ ଚିନ୍ତା ରହିଛି କି ପିଏଫ ଉପରେ ଅଧିକ ରିଟର୍ନ ଦେଲେ ବ୍ୟାଙ୍କ ମାନଙ୍କୁ ଆକର୍ଷକ ସୁଧ ଦେବା ସମ୍ଭବ ହୋଇପାରିବ ନାହିଁ ଯାହାର ସିଧା ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ । ରିପୋର୍ଟରେ କୁହାଯାଇଛି କି, ୨୦୧୮-୧୯ରେ ସେବାନିବୃତ ନିଧି ପ୍ରବନ୍ଧକ ମାନେ ଅର୍ଥମନ୍ତ୍ରଣାଳୟ ସହିତ ମାସେ ବ୍ୟାପୀ ଚର୍ଚ୍ଚା କରିବା ପରେ ନିଜର ଗ୍ରାହକମାନଙ୍କ ପାଇଁ ୮.୬୫ ପ୍ରତିଶତ ସୁଧହାର ନିର୍ଦ୍ଦାରିତ କରିଥିଲେ ।

ରିପୋର୍ଟ ଅନୁସାରେ ବ୍ୟାଙ୍କ୍‌ ଗୁଡ଼ିକ ଏହା ଉପରେ କହିଛନ୍ତି ଯେ ପିଏଫ୍‌ରେ ଅଧିକ ରିଟର୍ନ ଦିଆଯିବାଦ୍ବାରା ଲୋକମାନେ ବ୍ୟାଙ୍କରେ ପଇସା ଜମା କରିବାକୁ ଚାହୁଁନାହାନ୍ତି ଯାହା ଫଳରେ ସେମାନଙ୍କୁ ଫଣ୍ଡ ଯୋଗାଡ଼ କରିବାରେ ନାନା ଅସୁବିଧାର ସମୁଖୀନ ହେବାକୁ ପଡୁଛି ।

 
Published by:Durgamadhab Rath
First published: