News18 Odia Digital
ନୂଆ ଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଙ୍ଗଠନ (EPFO) ଗ୍ରାହକମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ (Grievance Redressal) ପାଇଁ ଏକ ହ୍ୱାଟ୍ସ ଆପ୍ ହେଲ୍ପଲାଇନ ସେବା (EPFO WhatsApp Helpline Service) ଆରମ୍ଭ କରିଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ (Labour Ministry) କହିଛି ଯେ ଏହି ସୁବିଧା ଅନ୍ୟ ମାାଧ୍ୟମରୁ ଇପିଏଫଓ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିଯୋଗର ସମାଧାନର ପ୍ଲାଟଫର୍ମ ଠାରୁ ଭିନ୍ନ ।
EPFOର ଅନଲାଇନ୍ ଅଭିଯୋଗ ସମାଧାନ ପୋର୍ଟାଲ୍ (EPFIGMS Portal), CPGRAMS, ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଓ ଟ୍ୱିଟର ଓ ୨୪ ଘଣ୍ଟା କାର୍ଯ୍ୟ କରୁଥିବା କଲ୍ ସେଣ୍ଟର୍ ଗ୍ରାହକଙ୍କ (Subscribers) ସମସ୍ୟାର ସମାଧାନ କରିଥାଏ ।
ଶ୍ରମ ମନ୍ତ୍ରଣାଳୟର ସୂଚନା ଅନୁସାରେ ଇପିଏଫଓ ଏହାର ସଦସ୍ୟମାନଙ୍କ ଜୀବନକୁ ସହଜ କରିବା ପାଇଁ ଏକ ହ୍ୱାଟସ୍ ଆପ୍ ଆଧାରିତ ହେଲ୍ପଲାଇନ ଓ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରିଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କୋଭିଡ-୧୯ ସମୟରେ ବିନା କୌଣସି ବାଧାରେ ଅଂଶୀଦାରମାନଙ୍କୁ ସେବା ପ୍ରଦାନ ନିଶ୍ଚିତ କରିବା । ଏହି ପଦକ୍ଷେପ ସହିତ PF ଅଂଶୀଦାରମାନେ ବ୍ୟକ୍ତିଗତ ସ୍ତରରେ EPFOର ଆଞ୍ଚଳିକ କାର୍ଯ୍ୟାଳୟ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ ।
EPFOର ସବୁ ୧୩୮ଟି ଆଞ୍ଚଳିକ କାର୍ଯ୍ୟାଳୟରେ ହ୍ୱାଟସ୍ ଆପ୍ ହେଲ୍ପଲାଇନ ସେବା ଆରମ୍ଭ ହୋଇଛି । ଯେକୌଣସି PF ଗ୍ରାହକ ନିଜ PF ଆକାଉଣ୍ଟ ସହ ଜଡ଼ିତ ଆଞ୍ଚଳିକ କାର୍ଯ୍ୟାଳୟର ହେଲ୍ପଲାଇନ ନମ୍ବରରେ ହ୍ୱାଟସ୍ ଆପ୍ ମେସେଜ କରି EPFO ସମ୍ବନ୍ଧୀୟ ସେବାଗୁଡ଼ିକ ଉପରେ ଅଭିଯୋଗ କରିପାରିବେ ।
EPFO ର ଅଫିସିଆଲ୍ ୱେବସାଇଟରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର ହ୍ୱାଟସ୍ ଆପ୍ ହେଲ୍ପଲାଇନ ନମ୍ବର ପ୍ରକାଶ ପାଇଛି । ଏହି EPFO ହେଲ୍ପଲାଇନର ଉଦ୍ଦେଶ୍ୟ ହେଉଛି ହିତାଧିକାରୀମାନଙ୍କୁ ଡିଜିଟାଲ୍ ପ୍ଲାଟଫର୍ମ ଗ୍ରହଣ କରି ଆତ୍ମନିର୍ଭରଶୀଳ କରିବା । ମଧ୍ୟସ୍ଥିମାନଙ୍କ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ଶେଷ କରିବାକୁ ଏହା ଲକ୍ଷ୍ୟ ରଖିଛି ।
ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲାଅଭିଯୋଗଗୁଡିକର ଶୀଘ୍ର ସମାଧାନ ନିଶ୍ଚିତ କରିବାକୁ ଓ ହ୍ୱାଟସ୍ ଆପ୍ ମାଧ୍ୟମରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ପ୍ରତ୍ୟେକ ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ପୃଥକ ବିଶେଷଜ୍ଞ ଦଳ ଗଠନ କରାଯାଇଛି । ଏହି ହେଲ୍ପଲାଇନ ଆରମ୍ଭରୁ ବହୁତ ଲୋକଙ୍କ ଦ୍ୱାରା ଆଦୃତ ହେବା ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେନିମ୍ନରେ ଦିଆଯାଇଥିବା ତାଲିକାରେ ଆପଣଙ୍କର PF କାର୍ଯ୍ୟାଳୟର ହ୍ୱାଟସ୍ ଆପ୍ ନମ୍ବର ଦେଖନ୍ତୁ:




୧ ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ ହୋଇଛିEPFO ଏ ପର୍ଯ୍ୟନ୍ତ ୧,୬୪,୦୪୦ରୁ ଅଧିକ ଅଭିଯୋଗର ସମାଧାନ କରିଛି ଓ ହ୍ୱାଟସ୍ ଆପ୍ ମାଧ୍ୟମରେ ପ୍ରଶ୍ନର ଉତ୍ତର ଦେଇଛି । ହ୍ୱାଟସ୍ ଆପ୍ ହେଲ୍ପଲାଇନ ନମ୍ବର ପ୍ରକାଶ ପାଇବା ପରେ ଟ୍ୱିଟର ଓ ଫେସବୁକ୍ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆସୁଥିବା ଅଭିଯୋଗ ଓ ପ୍ରଶ୍ନରେ ୩୦ ପ୍ରତିଶତ ହ୍ରାସ ଘଟିଛି ।
EPFIGMS ପୋର୍ଟାଲରେ ବି ୧୬ ପ୍ରତିଶତ କମ୍ ଅଭିଯୋଗ ଦାଖଲ କରାଯାଇଛି । EPFO କେବଳ ଗୋଟିଏ ହ୍ୱାଟସ୍ ଆପ୍ ନମ୍ବର ରିଲିଜ୍ କରିନାହିଁ । ଇପିଏଫ୍ଓ ଅନୁଯାୟୀ ଗୋଟିଏ ନମ୍ବର ଦେଇଥିଲେ ଦେଶ ସାରା ଲୋକଙ୍କ ଅଭିଯୋଗର ସମାଧାନ କରିବା କଷ୍ଟକର ହୋଇଥାନ୍ତା । ତେଣୁ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ହ୍ୱାଟ୍ସ ଆପ୍ ନମ୍ବର ଜାରି କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।