ଆଦାନୀ ସେୟାରରେ ଲାଗିଛି EPFO ଟଙ୍କା!
- News18 Odia
- Last Updated :
- Other, India
News18 Odia Digital
EPFO Adani Stocks: ଆଦାନୀ ସେୟାର ହ୍ରାସ
ଖବର ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଦାନୀ ସେୟାରରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ(EPFO) ନିଜର ପଇସା ଲଗାଇଛି । ଏଭଳି ଖବର ଜାଣିବା ପରେ ଚାକିରିଆମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।
ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ସମସ୍ତ ସେୟାର ୧୦୦ ବିଲିୟନ୍ ଡଲାର ହ୍ରାସ ପାଇଛି। ଏହା ସତ୍ତ୍ୱେ ମଧ୍ୟ ଆଦାନୀ ଗ୍ରୁପର ଦୁଇଟି କମ୍ପାନୀ ଆଦାନୀ ଏଣ୍ଟ୍ରପ୍ରାଇଜେସ ଓ ଆଦାନୀ ପୋର୍ଟସ୍ ଏଣ୍ଡ ଏବେ ମଧ୍ୟ ପୁଞି ନିବେଶ କରିବାରେ ଲାଗିଛି। ଏକ ଘରୋଇ ଖବର କାଗଜର ରିର୍ପୋଟ ଅନୁସାରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଏବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ନିବେଶ କରିବ। ଯେତେ ପର୍ଯ୍ୟନ୍ତ ଏହି ଗ୍ରୁପର ଟ୍ରଷ୍ଚିମାନେ ଏହା ଉପରେ କୌଣସି ବିଚାର କରି ନାହାନ୍ତି।
TELECOM COMPANY: ଆପଣଙ୍କ ଚଲାଉଛନ୍ତି କି ଭୋଡ଼ାଫୋନ ସିମ୍? ବନ୍ଦ ହୋଇଯିବ କମ୍ପାନୀ!ଅବସର ପ୍ରାପ୍ତି ପାଣ୍ଠି ସଂସ୍ଥା ଏହାର ୧୫ ପ୍ରତିଶତ NSE ନିଫ୍ଟି ୫୦ ଓ ବିଏସ୍ଏସ୍ ସେନ୍ସେକ୍ସ ସହିତ ସଂଯୁକ୍ତ ଏକ୍ସଚେଞ୍ଜ୍ ଟ୍ରେଡ୍ ଫଣ୍ଡ (ETF)ରେ ବିନିଯୋଗ କରିଥାଏ । ଗତ ବର୍ଷ ମାର୍ଚ୍ଚ ମାସର ତଥ୍ୟ ଅନୁଯାଇ ପ୍ରୋଭିଡେଣ୍ଟ ପାଣ୍ଠିର ଇଟିଏଫରେ ୧.୫୭ ଲକ୍ଷ ପର୍ଯ୍ୟନ୍ତ ନିବେଶ କରାଯାଇଥିଲା। ଗତ ବର୍ଷ ୨୩ ମେରେ ଏହା ୮୦୦୦ କୋଟି ପର୍ଯ୍ୟନ୍ତ ନିବେଶ କରିଥିଲା। ଇପିଏଫ୍ଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଗତ ସୋମବାର ଦିନଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ କରିଛି । ଏହି ବୈଠକରେ ୨୦୨୨-୨୩ ପାଇଁ କର୍ମଚାରୀଙ୍କ ଭବିଷ୍ୟ ନିଧି (EPF)ପାଇଁ ସୁଧ ହାର ଘୋଷଣା କରିପାରନ୍ତି ବୋଲି ଜଣାପଡିଛି । ଇପିଏଫ(EPFO)ଓ ମାର୍ଚ୍ଚ ୨୦୨୨ ରେ ଇପିଏଫଓ (EPFO) ଏହାର ପ୍ରାୟ ପାଞ୍ଚ କୋଟି ଗ୍ରାହକଙ୍କର ସୁଧ ହାର ୨୦୨୦-୨୧ ରେ ୮.୫ ପ୍ରତିଶତରୁ ୨୦୨୧-୨୨ ପାଇଁ ୮.୧ ପ୍ରତିଶତକୁ ହ୍ରାସ କରିଛି। ୧୯୯୭-୯୮ ରେ ଏହା କମ ରହିଥିବାବେଳେ ଇପିଏଫ ୮ ପ୍ରତିଶତ ରହିଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।