Campa cola: ସଫ୍ଟ ଡ୍ରିଙ୍କସରେ ମିଳିବ ନିଆରା ସ୍ୱାଦର ମଜା: ବଜାରରେ ଏଣ୍ଟ୍ରି କଲା ରିଲାଏନ୍ସ

ଭାରତୀୟ ବ୍ରାଣ୍ଡ କ୍ୟାମ୍ପାକୋଲା ଆରମ୍ଭ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦୁନିଆର ଦୁଇଟି ବଡ କମ୍ପାନୀ ପେପସି ଏବଂ କୋକାକୋଲାକୁ ଭାରତୀୟ ମୃଦୁ ପାନୀୟ ବଜାରରେ ଚ୍ୟାଲେଞ୍ଜ କରିଛି ।

Campa cola: ସଫ୍ଟ ଡ୍ରିଙ୍କସରେ ମିଳିବ ନିଆରା ସ୍ୱାଦର ମଜା: ବଜାରରେ ଏଣ୍ଟ୍ରି କଲା ରିଲାଏନ୍ସ

Campa cola: ସଫ୍ଟ ଡ୍ରିଙ୍କସରେ ମିଳିବ ନିଆରା ସ୍ୱାଦର ମଜା: ବଜାରରେ ଏଣ୍ଟ୍ରି କଲା ରିଲାଏନ୍ସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଥଣ଼୍ଡା ପାନୀୟ (cold drink) ବଜାରରେ ଏଣ୍ଟ୍ରି କରିଛି ରିଲାଏନ୍ସ । ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଗୁଡିକ କମ୍ପାନୀକୁ କଡା ଚ୍ୟାଲେଞ୍ଜ ଦେବା ସହ ଲୋକଙ୍କୁ ନିଆରା ସ୍ୱାଦର ମଜା ଦେବାପାଇଁ ରିଲାଏନ୍ସ (reliance) ଏପରି ପଦକ୍ଷପ ନେଇଛି । ଗତବର୍ଷ ଦୀପାବଳି (diwali) ସମୟରେ ୩ଟି ନୂଆ ସ୍ୱାଦ (new flavor) ତଥା ଭିନ୍ନ ଧରଣର ଥଣ୍ଡା ପାନୀୟ ଲଞ୍ଚ୍ କରିବାକୁ ରିଲାଏନ୍ସ ଯୋଜନା କରିଥିଲା । କିନ୍ତୁ କୌଣସି କାରଣରୁ ଏଥିରେ ବିଳମ୍ୱ ଦେଖାଦେଇଥିଲା ।

ରିଲାଏନ୍ସ ବଜାରକୁ ଛାଡିଥିବା ଥଣ୍ଡା ପାନୀୟର ବ୍ରାଣ୍ଡ ହେଉଛି କ୍ୟାମ୍ପାକୋଲା (campacola) । ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (mukesh ambani) ଗୋଟିଏ ପରେ ଗୋଟିଏ ନୂଆ ବ୍ୟବସାୟରେ (business) ପାଦ ଦେବାସହ ୭୦ ଦଶକର ବ୍ରାଣ୍ଡ୍ କାମ୍ପାକୋଲାକୁ ନିଜ ବ୍ୟବସାୟରେ ସାମିଲ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ।

ସୂଚନା ମିଳିଛି ଯେ, ପ୍ରାୟ ୨୨ କୋଟି ଟଙ୍କା ଚୁକ୍ତି ସହ ମୁକେଶ ଅମ୍ୱାନୀ କାମ୍ପାକୋଲା ବ୍ରାଣ୍ଡକୁ ନିଜର କରିଛନ୍ତି । ତେବେ ପୁରୁଣା ବ୍ରାଣ୍ଡ୍ ସହ ଭାରତୀୟ ବଜାରରେ ପୂନର୍ବାର ଏଣ୍ଟ୍ରି କରୁଛି କାମ୍ପାକୋଲା । କମ୍ପାନୀ ପକ୍ଷରୁ ଏହାର ନାମ 'ଦି ଗ୍ରେଟ୍ ଇଣ୍ଡିଆନ ସ୍ୱାଦ' the great indian swad) ରଖାଯାଇଛି ।

ଭାରତୀୟ ବ୍ରାଣ୍ଡ କ୍ୟାମ୍ପାକୋଲା ଆରମ୍ଭ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦୁନିଆର ଦୁଇଟି ବଡ କମ୍ପାନୀ ପେପସି ଏବଂ କୋକାକୋଲାକୁ ଭାରତୀୟ ମୃଦୁ ପାନୀୟ ବଜାରରେ ଚ୍ୟାଲେଞ୍ଜ କରିଛି । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ପେପସି ଏବଂ କୋକାକୋଲାକୁ ଚ୍ୟାଲେଞ୍ଜ କରିବା ପାଇଁ କ୍ୟାମ୍ପାକୋଲା ସିଧାସଳଖ ବଜାରକୁ ପ୍ରବେଶ କରିବ ।

ଏହି ଖବର ପଢ଼ନ୍ତୁ - http://ନିର୍ବାଚନ ଲଢ଼ିବେ ନବ ଦାସଙ୍କ ଝିଅ ଦୀପାଲି ଦାସ! ଭାଉଜ ଦେଲେ ଏମିତି ହିଣ୍ଟସ୍

ହୋଲି ଅବସରରେ ୩ ଟି ସ୍ୱାଦ ଲଞ୍ଚ ହୋଇଛି କାମ୍ପାକୋଲା ।

ହୋଲି ଅବସରରେ କମ୍ପାନୀ କମଳା, ଲେମ୍ବୁ ଏବଂ କୋଲା ସ୍ୱାଦରେ ମୃଦୁ ପାନୀୟ ବଜାରକୁ ଛାଡିଛି । କମ୍ପାନୀ ଭାରତୀୟ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ ଯୋଗାଇବା ପାଇଁ ଯୋଜନା ରଖିଛି ।
Published by:Soubhagya Mishra
First published: