News18 Odia Digital
ମୁମ୍ବାଇ: ଇନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ସକାଳେ ମୁମ୍ବାଇରୁ ଦେଶର ସବୁଠୁ ବଡ଼ ରକ୍ତ ଚନ୍ଦନ (sandalwood) ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ନାମ ହେଲା ବାଦଶାହ ମଲିକ । ଏହା କୁହାଯାଉଛି ଯେ ବାଦଶାହ ମଲିକ ଅଣ୍ଡରୱାର୍ଲ୍ଡ ସହିତ ସାରା ବିଶ୍ୱରେ ରକ୍ତ ଚନ୍ଦନ ଚୋରା ଚାଲାଣ କରୁଥିଲେ। ସୂଚନାଯୋଗ୍ୟ ଯେ ଇଡି ଦ୍ୱାରା ରକ୍ତ ଚନ୍ଦନ ଚୋରା ଚାଲାଣ ମାମଲାରେ ସୋମବାର ମଧ୍ୟ ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ରକ୍ତ ଚନ୍ଦନ ଚୋରା ଚାଲାଣକାରୀ ବାଦଶାହ ମଲିକ ଓ ବିଜୟ ପୂଜାରୀଙ୍କ ବିରୋଧରେ ରାଜସ୍ୱ ଇଣ୍ଟେଲିଜେନ୍ସ (DRI) ମାମଲାର ଶୁଣାଣି ପରେ ଇଡି ECIR ପଞ୍ଜୀକୃତ କରିଥିଲା। ଏହାକୁ ଆଧାର କରି ଏହି ଆକ୍ରମଣ କରାଯାଇଥିଲା। ସୋମବାର ପଚରାଉଚରା ପାଇଁ ଇଡି ବାଦଶାହା ମଲିକଙ୍କୁ ଧରି ମଙ୍ଗଳବାର ସକାଳେ ଗିରଫ କରିଥିଲା।
୨୦୧୫ରେ, DRI ଏକ ଆନ୍ତର୍ଜାତୀୟ ସ୍ମଗଲିଂ ରାକେଟ୍ ଚିହ୍ନଟ କରିଥିଲା । ଯେଉଁଥିରେ ରକ୍ତ ଚନ୍ଦନ ପରି ବିରଳ ତଥା ମୂଲ୍ୟବାନ କାଠ ଦେଶ ବାହାରେ ଚୋରା ଚାଲାଣ କରାଯାଉଥିଲା । ଏହାକୁ ମାଲବାହୀ ପାତ୍ରରେ ରପ୍ତାନି କରାଯାଉଥିଲା । ମୁମ୍ବାଇରେ ଅବସ୍ଥିତ ଏକ ସିପିଂ କମ୍ପାନୀ ମାଧ୍ୟମରେ ୭,୮୦୦ ମେଟ୍ରିକ ଟନରୁ ଅଧିକ ରକ୍ତ ଚନ୍ଦନ ଅନ୍ୟ ଦେଶକୁ ଚୋରା ଚାଲାଣ କରାଯାଉଥିଲା।
ଏହି ପାତ୍ରଗୁଡିକ ନୱା ଶାଭା ରପ୍ତାନି ଟର୍ମିନାଲରେ DRI ଅଧିକାରୀଙ୍କ ଦ୍ବାରା ଅଟକାଯାଇଥିଲା ଓ ପରବର୍ତ୍ତୀ ଯାଞ୍ଚରେ ସେମାନଙ୍କୁ ବାଦଶାହ ମଲିକ ଓ ବିଜୟ ପୂଜାରୀଙ୍କ ପାଖରେ ପହଞ୍ଚିବାରେ ସାହାଯ୍ୟ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।