Coal Crisis: ଦେଶରେ ବିଜୁଳି ସମସ୍ୟା ଆହୁରି ବଢ଼ିବ ନା କମିବ? ଶକ୍ତି ସଚିବ ସ୍ଥିତି ସ୍ପଷ୍ଟ କଲେ

Energy secretary clears picture on coal crisis and power crisis | ଶକ୍ତି ମନ୍ତ୍ରଣାଳୟ ଚେତାବନୀ ବି ଦେଇଛି ଯେ ଯଦି କୌଣସି ବିଦ୍ୟୁତ୍ ବିତରଣ କମ୍ପାନୀ ପି.ପି.ଏ. ଅନୁଯାୟୀ ବିଦ୍ୟୁତ୍ ଉପଲବ୍ଧତା ସତ୍ତ୍ୱେ ଲୋଡ୍ ସେଡିଂ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦେଶରେ ଅକ୍ଟୋବର ୮ ଶୁକ୍ରବାର ଦିନ ବିଦ୍ୟୁତ୍ ବ୍ୟବହାର ୩୯୦ ନିୟୁତ ୟୁନିଟ୍ ଥିଲା । (ପ୍ରତୀକାତ୍ମକ ଛବି)

ଦେଶରେ ଅକ୍ଟୋବର ୮ ଶୁକ୍ରବାର ଦିନ ବିଦ୍ୟୁତ୍ ବ୍ୟବହାର ୩୯୦ ନିୟୁତ ୟୁନିଟ୍ ଥିଲା । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ଶକ୍ତି ଓ କୋଇଲା ମନ୍ତ୍ରୀମାନେ କୋଇଲା ଷ୍ଟକ୍‌ ଅଭାବରୁ ଦେଶ ସାରା ବ୍ଲାକଆଉଟ୍ (ବିଜୁଳି କାଟ) ହେବାର ଚିନ୍ତା ପ୍ରକଟ କରିଥିଲେ । ଏହା ପରେ ସାରା ଦେଶରେ ରାତିରେ ଅନ୍ଧକାର ବ୍ୟାପିବ ବୋଲି ଚିନ୍ତା ବଢ଼ିଯାଇଥିଲା । ହେଲେ ମନ୍ତ୍ରୀମାନଙ୍କ ଏମିତି କହିବାର ଗୋଟିଏ ଦିନ ପରେ ଏହି ମାମଲାରେ କେନ୍ଦ୍ର ଶକ୍ତି ସଚିବ ଆଲୋକ କୁମାରଙ୍କ ବିବୃତ୍ତି ଆସିଛି । ସେ କହିଛନ୍ତି ଯେ ଦେଶରେ ବିଦ୍ୟୁତ ଯୋଗାଣ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।

CNBC-TV18 ସହିତ କଥାବାର୍ତ୍ତା କରି କୁମାର କହିଛନ୍ତି, ‘‘କେତେକ ରାଜ୍ୟରେ କିଛି ଅଞ୍ଚଳରେ ବିଦ୍ୟୁତ୍ ଅଭାବ ରହିଛି, କିନ୍ତୁ ଦେଶର ବିଦ୍ୟୁତ୍ ଯୋଗାଣ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ବିଦ୍ୟୁତ୍ ଅଭାବ ହେବାର ପରିସ୍ଥିତି ଅତି ଗମ୍ଭୀର ନୁହେଁ । କେତେକ ରାଜ୍ୟରେ କୋଇଲା କମ୍ପାନୀଗୁଡି଼କର ଉପରେ ବିପୁଳ ଦେୟ ବାକି ରହିଛି ଓ କେତେକ ରାଜ୍ୟରେ କୋଇଲା ଷ୍ଟକ୍ କମ୍ ରହିଛି ।’’

ଏହା ବି ପଢ଼ନ୍ତୁ | Railway Recruitment 2021: ଦଶମ ଶ୍ରେଣୀ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

“ରାଜସ୍ଥାନ ନିଜ ବନ୍ଦୀ (କ୍ୟାପଟିଭ୍‌) କୋଇଲା ଖଣି ବିକାଶକାରୀମାନଙ୍କୁ ବକାୟା ଟଙ୍କା ଦେଇ ନାହିଁ । ବିଜୁଳି ଯୋଗାଣ ବଜାୟ ରଖିବା ପାଇଁ ମହାରାଷ୍ଟ୍ର, ରାଜସ୍ଥାନ, ତାମିଲ ନାଡୁ ଓ ୟୁପିରେ କୋଇଲା କମ୍ପାନୀଗୁଡିକର ଦେୟ କ୍ଲିୟର୍‌ କରିବାକୁ ପଡିବ। ଗୁଜୁରାଟ ଓ ହରିୟାଣାରେ ଦେୟର କୌଣସି ଅସୁବିଧା ନାହିଁ । ଏନ୍‌.ଟି.ପି.ସି. ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଥିବାରୁ ଯୋଗାଣ ତ୍ୱରାନ୍ୱିତ ହେବ ବୋଲି କୋଇଲା ସଚିବ ମୋତେ ଆଶ୍ୱାସନା ଦେଇଛନ୍ତି,’’ କହିଛନ୍ତି କୁମାର ।

ଏହା ବି ପଢ଼ନ୍ତୁ | Jio, Airtel Vodafone ସବୁଠୁ ଭଲ ପ୍ଲାନ୍: ଥରେ ରିଚାର୍ଜ କରି ବର୍ଷ ସାରା ଫ୍ରି କଲିଂ ଡାଟା

ଶକ୍ତି ସଚିବ ଆହୁରି କହିଛନ୍ତି ଯେ ହାରାହାରି ବିଦ୍ୟୁତ୍ ବିନିମୟ ୟୁନିଟ୍ ପିଛା ୧୨ରୁ ୧୩ ଟଙ୍କା ଦର ଦେଉଛି । ‘‘ଅଧିକ ବିଦ୍ୟୁତ୍ ଯୋଗାଣ ହେଲେ ଏହି ଦର ଆହୁରି ହ୍ରାସ ପାଇବାର ସମ୍ଭାବନା ଅଛି । କୋଇଲା ଉତ୍ପାଦନ ନିଶ୍ଚିତ ଭାବେ ବୃଦ୍ଧି ପାଇବ,’’ ସେ କହିଛନ୍ତି । ଅନ୍ୟ ପକ୍ଷରେ ଶକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନର ୩୯୦ ନିୟୁତ ୟୁନିଟର ବିଦ୍ୟୁତ୍ ବ୍ୟବହାର ପ୍ରାୟ ଦୁଇ ପ୍ରତିଶତ ବା ୭୨ ନିୟୁତ ୟୁନିଟ୍ ହ୍ରାସ ପାଇ ଶନିବାର ଦିନ ୩୮୨.୮ ନିୟୁତ ୟୁନିଟ୍ ହୋଇଥିଲା । ଇତି ମଧ୍ୟରେ କୋଇଲା ଅଭାବ ମଧ୍ୟରେ ସାରା ଦେଶରେ ବିଦ୍ୟୁତ ଯୋଗାଣରେ ଉନ୍ନତି ଘଟିଛି ।

ଏହା ବି ପଢ଼ନ୍ତୁ | UPରେ ମହିଳା ଫେସବୁକରେ CMଙ୍କୁପ୍ଲିଜ୍ ହେଲ୍ପ ମି, ସର୍ଲେଖିଲେ, ତାପରେ ଆତ୍ମହତ୍ୟା କଲେ

ତଥ୍ୟ ଅନୁଯାୟୀ ଦେଶରେ ଅକ୍ଟୋବର ୮ ଶୁକ୍ରବାର ଦିନ ବିଦ୍ୟୁତ୍ ବ୍ୟବହାର ୩୯୦ ନିୟୁତ ୟୁନିଟ୍ ଥିଲା, ଯାହା ଚଳିତ ମାସ (ଅକ୍ଟୋବର ୧ରୁ ୯ ପର୍ଯ୍ୟନ୍ତ) ସର୍ବାଧିକ ଥିଲା । ଦେଶରେ ଚାଲିଥିବା କୋଇଲା ସଙ୍କଟ ମଧ୍ୟରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ଚିନ୍ତାର ବିଷୟ ପାଲଟିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୋଏଡ଼଼ାରେ ଭଙ୍ଗାଯିବ ୪୦ ମହଲା ବିଶିଷ୍ଟ ଟ୍ବିନ୍ ଟାୱାର୍; ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ୍

ହେଲେ କୋଇଲା ଭଣ୍ଡାର ହ୍ରାସ ହେବାର କାରଣ କ’ଣ? ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଭଣ୍ଡାର ହ୍ରାସ ହେବାର ଚାରୋଟି କାରଣ ଅଛି – ଅର୍ଥନୀତିର ପୁନରୁଉଦ୍ଧାର ଯୋଗୁଁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇବା, କୋଇଲା ଖଣିରେ ପ୍ରବଳ ବର୍ଷା କୋଇଲା ଉତ୍ପାଦନ ଓ ପରିବହନ ଉପରେ ପ୍ରତିକୂଳ ପ୍ରଭାବ, କୋଇଲା ଦାମରେ ଭୀଷଣ ବୃଦ୍ଧି ଓ ମୌସୁମୀ ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ନ ଥିବା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବେଶୀ ମୋଟି ହୋଇଯାଉଥିବାରୁ ଏହି ଅଭିନେତ୍ରୀଙ୍କୁ 'Body Shaming' ସାମ୍ନା କରିବାକୁ ପଡି଼ଥିଲା

ଶକ୍ତି ମନ୍ତ୍ରୀ ଆର.କେ. ସିଂ ଦିଲ୍ଲୀର ବିଜୁଳି ବିତରଣ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଦ୍ୟୁତ୍ ଉତ୍ପାଦନ ସମେତ ତାପଜ କାରଖାନାର କୋଇଲା ଭଣ୍ଡାରର ସ୍ଥିତି ସମୀକ୍ଷା କରିଛନ୍ତି ବୋଲି ଶକ୍ତି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି । ଦିଲ୍ଲୀର ବିତରଣ କମ୍ପାନୀଗୁଡ଼ିକୁ ନିଜ ଚାହିଦା ଅନୁଯାୟୀ ବିଦ୍ୟୁତ ଦିଆଯିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | କ୍ରିକେଟର୍ଶୋଏବ୍ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’

ଶକ୍ତି ମନ୍ତ୍ରଣାଳୟ ଚେତାବନୀ ବି ଦେଇଛି ଯେ ଯଦି କୌଣସି ବିଦ୍ୟୁତ୍ ବିତରଣ କମ୍ପାନୀ ପି.ପି.ଏ. ଅନୁଯାୟୀ ବିଦ୍ୟୁତ୍ ଉପଲବ୍ଧତା ସତ୍ତ୍ୱେ ଲୋଡ୍‌ ସେଡିଂ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Published by:Anand S.T. Das
First published: