ତେଲେଙ୍ଗାନାରେ ଏନକାଉଣ୍ଟର; ୬ ଜଣ ନକ୍ସଲବାଦୀଙ୍କ ମୃତ ଦେହ ଉଦ୍ଧାର

Encounter In Bhadradri Kothagudem: ଭଦ୍ରାଦ୍ରି କୋଥାଗୁଡେମ୍ ଏସପି ସୁନୀଲ ଦତ୍ତ କହିଛନ୍ତି ଯେ ତେଲେଙ୍ଗାନା ଗ୍ରେ ହାଉଣ୍ଡସ୍ ଓ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ତେଲେଙ୍ଗାନା ଓ ଛତିଶଗଡର ସୀମାନ୍ତବର୍ତ୍ତୀ କିସ୍ତାରାମ ପଏସ ସୀମାର ଜଙ୍ଗଲ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଏସପି କହିଛନ୍ତି।

୬ ଜଣ ନକ୍ସଲବାଦୀଙ୍କ ମୃତ ଦେହ ଉଦ୍ଧାର

୬ ଜଣ ନକ୍ସଲବାଦୀଙ୍କ ମୃତ ଦେହ ଉଦ୍ଧାର

  • Share this:
News18 Odia Digital

ହାଇଦ୍ରାବାଦ: ସୋମବାର ଦିନ ତେଲେଙ୍ଗାନାର ଭଦ୍ରାଡ୍ରି କୋଥାଗୁଡେମ ଜିଲ୍ଲାର ପେସାଲାପାଡ୍ଡୁ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବଳଙ୍କ ସହ ଗୁଳି ବିନିମୟରେ ଚାରି ଜଣ ମହିଳାଙ୍କ ସମେତ ଅତି କମରେ ଛଅ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି । ଭଦ୍ରାଦ୍ରୀ କୋଥାଗୁଡେମ୍ ଏସପି ସୁନୀଲ ଦତ୍ତ କହିଛନ୍ତି ଯେ ତେଲେଙ୍ଗାନାରୁ ତେଲେଙ୍ଗାନା ଗ୍ରେହାଉଣ୍ଡ ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି।

ତେଲେଙ୍ଗାନା ଓ ଛତିଶଗଡର ସୀମାନ୍ତବର୍ତ୍ତୀ କିସ୍ତାରାମ ପିଏସ ସୀମାର ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟରରେ ଛଅ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଏସପି କହିଛନ୍ତି। ଅପରେସନ୍ ଜାରି ରହିଛି, ସେମାନେ ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ସେ ସୂଚନା ଦେଇଛନ୍ତି ।

କୁହାଯାଉଛି ଯେ ଏହି ଘଟଣା ସକାଳ ୬.୩୦ ରୁ ସାତଟା ମଧ୍ୟରେ ଘଟିଛି। ସେ କହିଛନ୍ତି ଯେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଆନ୍ତଃ ରାଜ୍ୟ ମିଳିତ ଅପରେସନ୍ ତେଲେଙ୍ଗାନାର ଗ୍ରେହାଉଣ୍ଡ୍ ଫୋର୍ସ ଦ୍ୱାରା କରାଯାଇଥିଲା । ଛତିଶଗଡର DRG ଓ CRPF ବାହିନୀ ଦ୍ୱାରା ସହାୟତା ପ୍ରଦାନ କରାଯାଇଥିଲା । ପୋଲିସ କହିଛି ଯେ ମାଓବାଦୀମାନେ ଚେର୍ଲା ଏରିଆ କମିଟିର ଓ ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ନେତା ମଧ୍ୟ ଅଛନ୍ତି ।

ସମସ୍ତ ନକ୍ସଲମାନଙ୍କ ପରିଚୟ ବାକି ରହିଲା

ପେସାଲପାଡ୍ଡୁ ଅଞ୍ଚଳରେ ମାଓବାଦୀଙ୍କ ଏକ ଶିବିର ସମ୍ପର୍କରେ ସେ ସୂଚନା ପାଇଛନ୍ତି ବୋଲି ଏସପି କହିଛନ୍ତି। ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ଏସପି କହିଛନ୍ତି- 'ସୂଚନା ଥିଲା ଯେ ସେମାନେ ପୋଲିସ ଉପରେ ଆକ୍ରମଣ କରିବା ପାଇଁ IED ପ୍ରସ୍ତୁତ କରୁଛନ୍ତି। ଛତିଶଗଡ ଓ ତେଲେଙ୍ଗାନା ଗ୍ରେହାଉଣ୍ଡସ୍ ଦ୍ୱାରା ଏକ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା ଓ ମାଓବାଦୀ ଗୋଷ୍ଠୀ ସହିତ ଏନକାଉଣ୍ଟର ସକାଳ ୬:୩୦ ରୁ ୭ଟା ମଧ୍ୟରେ ହୋଇଥିଲା । ଅତିକମରେ ଛଅ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ରିପୋର୍ଟ ଅନୁଯାୟୀ, ବସ୍ତରର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଗୁପ୍ତଚର ଆଧାରରେ ଏହି ଅପରେସନ ଆରମ୍ଭ ହୋଇଛି। ମୁଖ୍ୟ କାର୍ଯ୍ୟ ତେଲେଙ୍ଗାନା ଫୋର୍ସ ଦ୍ୱାରା ନିଆଯାଇଛି। CRPF ଓ DRGର ଆମର ଯବାନମାନେ କିସ୍ତରାମ ଅଞ୍ଚଳରେ ସାହାଯ୍ୟ କରିଥିଲେ ।
Published by:Lipina Das
First published: