Labour Policy: ଖୁସି ଖବର...ଓଭରଟାଇମ୍‌ କାମ କଲେ ମିଳିବ ଦୁଇ ଗୁଣା ଦରମା

Labour Policy: ଖୁସି ଖବର...ଓଭରଟାଇମ୍‌ କାମ କଲେ ମିଳିବ ଦୁଇ ଗୁଣା ଦରମା

Labour Policy: ଖୁସି ଖବର...ଓଭରଟାଇମ୍‌ କାମ କଲେ ମିଳିବ ଦୁଇ ଗୁଣା ଦରମା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Labour Policy : କର୍ମଚାରୀଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ଖୁସି ଖବର । ଏଣିକି ଅଫିସ୍‌ରେ ଓଭରଟାଇମ୍‌ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ପରିଶ୍ରମର ଫଳ ( Employees to get double salary on overtime ) । ଗୋଟିଏ ଦିନରେ ୮ ଘଣ୍ଟାରୁ ଅଧିକ କାମ କରିବା କିମ୍ବା ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରୁଥିଲେ, ଏହାକୁ ଓଭରଟାଇମ ( overtime ) ବୋଲି ଗ୍ରହଣ କରାଯିବ ।

ତେଣୁ ଏଥିପାଇଁ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ଦରମା । ଓଭରଟାଇମ୍‌ ( overtime ) କରୁଥିବା କର୍ମଚାରୀମାନଙ୍କୁ ( Employees) ସର୍ବନିମ୍ନ ଦରମା ଆଧାରରେ ଘଣ୍ଟା ହିସାବରେ ଦୁଇ ଗୁଣା ପର୍ଯ୍ୟନ୍ତ ଅତିରିକ୍ତ ଦରମା ପ୍ରଦାନ କରାଯାଇପାରେ । ଏ ନେଇ ଏକ ନୂଆ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ।

ପ୍ରସ୍ତାବ ଅନୁସାରେ, କୌଣସି କର୍ମଚାରୀ ଦିନକୁ ୧୨ ଘଣ୍ଟାରୁ ଅଧିକ କାମ କରି ପାରିବେ ନାହିଁ । ସେହିପରି ସପ୍ତାହରେ ଲଗାତାର ୭ ଦିନ କିମ୍ବା ୬୦ ଘଣ୍ଟାରୁ ଅଧିକ କାମ କରିବେ ନାହିଁ ବୋଲି କୁହାଯାଇଛି । ତେବେ ସରକାରଙ୍କ ଏହି ପ୍ରସ୍ତାବ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । କର୍ମଚାରୀମାନଙ୍କ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏହି ନୂଆ ପ୍ରସ୍ତାବରେ କର୍ମଚାରୀଙ୍କ ପାଇଁ ଆହୁରି ଅନେକ ବ୍ୟବସ୍ଥା କରାଯାଇଛି । ବର୍ଷକୁ କର୍ମଚାରୀମାନଙ୍କୁ କିଛି ଛୁଟି ପ୍ରଦାନ କରିବାକୁ କାର୍ଯ୍ୟାଳୟ ବାଧ୍ୟ ବୋଲି ଏହି ପ୍ରସ୍ତାବରେ କହିଛନ୍ତି ଦିଲ୍ଲୀ ସରକାର । ଏହାବ୍ୟତୀତ କର୍ମଚାରୀଙ୍କୁ ଜଏନିଙ୍ଗ ଲେଟର ଓ ଅଭିଜ୍ଞତା ସାର୍ଟିଫିକେଟ୍‌ ସହିତ ସେମାନଙ୍କର ସାଲାରି ସ୍ଲିପ୍‌ ଦେବା ବାଧ୍ୟତାମୂଳକ ।

ପଢନ୍ତୁ ଏହି ଖବର : Best Scheme: ଡାକଘରର ବଡ଼ ସ୍କିମ୍... ମାସକୁ ୧୨ ହଜାର ଜମା କରନ୍ତୁ; ମିଳିବ ୧ କୋଟି

ଏହାସହିତ ରାଜ୍ୟ ବାହାରେ କର୍ମଚାରୀମାନଙ୍କ ପାଇଁ ଅଫିସ୍‌ ତରଫରୁ ବାର୍ଷିକ ଗୋଟିଏ ଯାତ୍ରା ଭତ୍ତା ପ୍ରଦାନ କରିବାକୁ ପଡିବ । ତେବେ ଏହି ଟଙ୍କାରେ ଜଣେ ବ୍ୟକ୍ତି ବସ୍ କିମ୍ବା ଟ୍ରେନରେ ନିଜ ଘରକୁ ଯାଇ ଆସିବାର ଖର୍ଚ୍ଚ ମେଣ୍ଟାଇ ପାରୁଥିବା ଟଙ୍କା ଅଫିସ ଦେବ ବୋଲି ଘୋଷଣା ହୋଇଛି । ତେବେ ସବୁଠୁ ମୁଖ୍ୟ ମେଡିକାଲ ସୁବିଧା ମିଳିବା ଆବଶ୍ୟକ । କର୍ମଚାରୀଙ୍କ ରକ୍ତ, ପରିସ୍ରା ଓ ଏକ୍-ରେ ସହିତ ଅନ୍ୟାନ୍ୟ ଯାଞ୍ଚ କରିବାକୁ ପଡିବ । ତେବେ ଏସବୁର ତଦାରଖ ପାଇଁ ଶ୍ରମ ବିଭାଗର ଇନ୍ସପେକ୍ଟର ଏହାର ନିରୀକ୍ଷଣ କରିବେ ବୋଲି ପ୍ରସ୍ତାବରେ କୁହାଯାଇଛି ।

ପଢନ୍ତୁ ଏହି ଖବର : ବରବାଦ କରିଦେବ ବାସି ଚକଟା ଅଟା; କରନ୍ତୁ ନାହିଁ ଏହି ଭୁଲ୍‌ !
Published by:Sujit Swain
First published: