News18 Odia Digital
Salary Hike: ଫେସବୁକ୍, ଟ୍ୱିଟର ସମେତ ଅନ୍ୟାନ୍ୟ କମ୍ପାନୀରେ ଛଟେଇ ହେବାର ଖବର ମଧ୍ୟରେ ଭାରତୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।
ଏକ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଭାରତୀୟ କର୍ମଚାରୀଙ୍କ ଦରମା ୧୫ରୁ ୩୦ ପ୍ରତିଶତ ବୃଦ୍ଧି (Salary Hike) ପାଇପାରେ। କନ୍ସଲେଟିଂ ଫାର୍ମ କର୍ନ ଫେରି ଗ୍ଲୋବାଲର ବେତନ ପୂର୍ବାନୁମାନ ସର୍ଭେରେ ଏହି ସୂଚନା ଦିଆଯାଇଛି।
ଗତ ବର୍ଷ ୯.୪% ବୃଦ୍ଧି ପରେ ୨୦୨୩ରେ ଦକ୍ଷିଣ ଏସୀୟ ଦେଶରେ ହାରାହାରି ଦରମା ୯.୮% ବୃଦ୍ଧି ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ହାଇ-ଟେକ୍ ଶିଳ୍ପ, ଜୀବନ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟସେବା ସହିତ ଜଡିତ କର୍ମଚାରୀଙ୍କ ଦରମା ୧୦%ରୁ ଅଧିକ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
୮୧୮ କମ୍ପାନୀରେ ସର୍ଭେ କରାଯାଇଛିକନ୍ସଲେଟିଂ ଫାର୍ମ କର୍ନ ଫେରି ଗ୍ଲୋବାଲ ଭାରତର ୮୧୮ଟି କମ୍ପାନୀରେ ୮ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି ଏକ ସର୍ଭେ କରିଥିଲା, ଯାହା ଆଧାରରେ ଏହି ସମ୍ଭାବନା ପ୍ରକାଶ ପାଇଥିଲା।
ଏହି ରିପୋର୍ଟରେ ଭାରତରେ ୯.୮%, ଅଷ୍ଟ୍ରେଲିଆରେ ୩.୫%, ଚୀନରେ ୫.୫%, ହଙ୍ଗକଙ୍ଗରେ ୩.୬%, ଇଣ୍ଡୋନେସିଆରେ ୭%, କୋରିଆରେ ୪.୫%, ମାଲେସିଆରେ ୫%, ନ୍ୟୁଜିଲ୍ୟାଣ୍ଡରେ ୩.୮% ବୃଦ୍ଧି ଘଟିଛି। ଫିଲିପାଇନ୍ସରେ ୫.୫%, ସିଙ୍ଗାପୁରରେ ୪%, ଥାଇଲ୍ୟାଣ୍ଡରେ ୫%, ଭିଏତନାମରେ ୮% ବୃଦ୍ଧି ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।