୧ ଏପ୍ରିଲରୁ ଚାକିରୀ କରୁଥିବା ଲୋକଙ୍କୁ କରିବାକୁ ପଡିବ ୫ ଘଣ୍ଟା କାମ ଓ ବଢ଼ିବ PF; ଜାଣନ୍ତୁ ସରକାରଙ୍କ ପ୍ଲାନ?
ଯଦି ଆପଣ ମଧ୍ୟ ଚାକିରୀ କରନ୍ତି ତେବେ ୧ ଏପ୍ରିଲରୁ କିଛି ବଡ଼ ପରିବର୍ତ୍ତନ ହୋଇପାରେ । ଯାହା ଫଳରେ ଆପଣଙ୍କର PF, କାର୍ଯ୍ୟ ସମୟ ଓ ଦରମା ଆଦି ଅନେକ କିଛିରେ ପରିବର୍ତ୍ତନ ହେବ । ଏହା ବ୍ୟତୀତ ଆପଣଙ୍କର ଗ୍ରାଚ୍ୟୁଇଟି ଓ PF ମଧ୍ୟ ବୃଦ୍ଧି ପାଇବ ।

୧ ଏପ୍ରିଲରୁ ହୋଇପାରେ ଏହି ପରିବର୍ତ୍ତନ
- News18 Odia
- Last Updated: March 30, 2021, 10:56 AM IST
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଚାକିରୀ କରନ୍ତି ତେବେ ୧ ଏପ୍ରିଲରୁ କିଛି ବଡ଼ ପରିବର୍ତ୍ତନ ହୋଇପାରେ । ଯାହା ଫଳରେ ଆପଣଙ୍କର PF, କାର୍ଯ୍ୟ ସମୟ ଓ ଦରମା ଆଦି ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହା ବ୍ୟତୀତ ଆପଣଙ୍କର ଗ୍ରାଚ୍ୟୁଇଟି ଓ PF ମଧ୍ୟ ବୃଦ୍ଧି ପାଇବ । ଏହା ସହିତ ଟେକ୍ ହୋମ ସେଲାରୀ ହ୍ରାସ ପାଇବ ।ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଏହି ବିଲ୍ ନିୟମର ଆଲୋଚନା ଏବେବି ଜାରି ରହିଛି । ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନିଟି ବେତନ କୋଡ୍ ବିଲ୍ (କୋଡ୍ ଅଫ୍ ୱେଜ୍ ବିଲ୍) ଯୋଗୁଁ ଏହି ପରିବର୍ତ୍ତନ ହୋଇପାରେ । ଏହି ବିଲ୍ ଚଳିତ ବର୍ଷ ୧ ଏପ୍ରିଲରୁ ଲାଗୁ ହେବାର ସମ୍ଭାବନା ରହିଛି ।
କେଉଁ ପ୍ରକାରର ପରିବର୍ତ୍ତନ ହୋଇପାରେ-
୧. ବେତନରେ ପରିବର୍ତ୍ତନ ଆସିବ
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ ୩ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ
୨. PF ବୃଦ୍ଧି ହୋଇପାରେ
ଏହା ବ୍ୟତୀତ ନୂତନ ନିୟମ ଅନୁଯାୟୀ ଆପଣଙ୍କର PF ରେ ବୃଦ୍ଧି ଘଟିବ ଓ ଆପଣଙ୍କ ହାତର ଦରମା ହ୍ରାସ ପାଇବ । ମୌଳିକ ବେତନ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଏହି ପରିବର୍ତ୍ତନ ପରେ ଅଧିକାଂଶ ଲୋକଙ୍କ ଦରମାରେ ପରିବର୍ତ୍ତନ ହୋଇପାରେ । ମୌଳିକ ବେତନ ବୃଦ୍ଧି କରି ଆପଣଙ୍କ PF ମଧ୍ୟ ବୃଦ୍ଧି ପାଇବ କାରଣ ଏହା ଆପଣଙ୍କ ମୌଳିକ ବେତନ ଉପରେ ଆଧାରିତ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ
୩. ୧୨ ଘଣ୍ଟା କାମ କରିବାର ପ୍ରସ୍ତାବ
ଏହା ବ୍ୟତୀତ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ କୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ଏକ୍ସଟ୍ରା ସମୟ ମଧ୍ୟରେ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଓଭର ଟାଇମରେ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ରହିଛି । ସମ୍ପ୍ରତି ଯଦି ଆପଣ ୩୦ ମିନିଟରୁ କମ୍ ସମୟ ପାଇଁ ଅତିରିକ୍ତ କାର୍ଯ୍ୟ କରନ୍ତି ତେବେ ଏହା ଓଭରଟାଇମରେ ଗଣନା କରାଯାଏ ନାହିଁ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା
୪. ୫ ଘଣ୍ଟା କାମ କରିବା ପରେ ଅଧ ଘଣ୍ଟା ବିରତି
ଏହା ବ୍ୟତୀତ ୫ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର କାମ କରିବା ଉପରେ ପ୍ରତିବନ୍ଧକ ଲଗାଯିବ । ସରକାର ବିଶ୍ୱାସ କରନ୍ତି ଯେ କର୍ମଚାରୀମାନଙ୍କୁ ୫ ଘଣ୍ଟା କାମ କରିବା ପରେ ଅଧ ଘଣ୍ଟା ବିରତି ଦିଆଯିବା ଉଚିତ୍ ।
୫. ଅବସର ରାଶି ବୃଦ୍ଧି ପାଇବ
PF ର ପରିମାଣ ବୃଦ୍ଧି ସହିତ ଅବସର ରାଶି ମଧ୍ୟ ବୃଦ୍ଧି ପାଇବ । ଅବସର ପରେ ଲୋକମାନେ ଏହି ରାଶିରୁ ବହୁତ ସାହାଯ୍ୟ ପାଇବେ । PF ଓ ଗ୍ରାଚ୍ୟୁଇଟି ବୃଦ୍ଧି କରିବା ଦ୍ୱାରା କମ୍ପାନୀଗୁଡିକର ଦର ମଧ୍ୟ ବୃଦ୍ଧି ପାଇବ କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଅବଦାନ ଦେବାକୁ ପଡିବ ।