News18 Odia Digital
ବେଙ୍ଗାଲୁରୁ: ଆଇଟି ହବ୍ ନାମରେ ପରିଚିତ ବେଙ୍ଗାଲୁରୁରେ ପ୍ରବଳ ବର୍ଷା। ବର୍ତ୍ତମାନ ବର୍ଷା ପାଇଁ ପୁଣି ଥରେ ଜଳପ୍ରବାହର ସମ୍ମୁଖୀନ ହୋଇଛି ସହରବାସୀ। ସହରରେ ବର୍ଷା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। ପରିସ୍ଥିତି ଏପରି ଯେ ଲୋକ ଘରୁ ବାହାରକୁ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ରାସ୍ତାରୁ ନେଇ ବେସମେଣ୍ଟ ପର୍ଯ୍ୟନ୍ତ କୃତିମ ନଦୀ ସୃଷ୍ଟି ହୋଇଛି।
ସହରର ପୂର୍ବ, ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳରେ ଅନେକ ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁ ସ୍ଥାନରେ ଜଳ ଦୃଶ୍ୟମାନ ହେଉଛି। ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ ଏଠାରେ ୟୋଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଏହା ସହ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ଚେତାବନୀ ମଧ୍ୟ ଦେଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।
ଲଗାତାର ବର୍ଷା ହେତୁ ବେଙ୍ଗାଲୁରୁର ସେଶାଦ୍ରିପୁରମ୍ ଅଞ୍ଚଳରେ ନାମମା ମେଟ୍ରୋର କାନ୍ଥ ଭୁଶୁଡି ପଡ଼ିଛି। ଏହି କାରଣରୁ ଅନେକ ଯାନ କ୍ଷତିଗ୍ରସ୍ତ ହୋଇଛି। ଶିବାଜିନଗର ଓ ଇନ୍ଦିରାନଗରରେ ମଧ୍ୟ ବର୍ଷା ପରେ ଲୋକଙ୍କ ଘର ପାଣିରେ ବୁଡ଼ି ରହିଛି। ଘରଗୁଡ଼ିକର ତଳ ମହଲାରେ ସମ୍ପୂର୍ଣ୍ଣ ବୁଡ଼ି। ରାସ୍ତା ନଦୀରେ ପରିଣତ ହୋଇଛି।
ଲୋକ ସୋସିଆଲ ମିଡ଼ିଆରେ ସହରରେ ବର୍ଷା ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି। ବେଙ୍ଗାଲୁରୁରେ ବର୍ଷା ପରିସ୍ଥିତିକୁ ଦର୍ଶାଇ ଜଣେ ବ୍ୟକ୍ତି ଏକ ଭିଡିଓ ଟ୍ବିଟ କରିଛନ୍ତି। ସେ ଲେଖିଛନ୍ତି ଯେ ଏହା ଏକ ନଦୀ ନୁହେଁ, ଏହା ଏକ ତଳ ମହଲା।
ପ୍ରକାଶ ଥାଉକି ଗତ ୧୩ ତାରିଖରେ ସିଏମ ବାସଭରାଜ ବୋମ୍ମାଇ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ଓ ଉଦ୍ଧାର କାର୍ଯ୍ୟ ତ୍ବରାନିତ୍ବ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ପାଣିପାଗ ବିଭାଗ କର୍ଣ୍ଣାଟକ ବ୍ୟତୀତ ତାମିଲନାଡୁ, ପୁଡୁଚେରୀ, କେରଳ ଭଳି ଦକ୍ଷିଣ ରାଜ୍ୟଙ୍କୁ ମଧ୍ୟ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ବିଭାଗ ତରଫରୁ କୁହାଯାଇଛି ଯେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବର୍ଷା ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।