ଟ୍ୱିଟରର CEO ପଦକୁ ବାଏ ବାଏ କହିବେ ଏଲନ ମସ୍କ

୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଟ୍ୱିଟରର CEO ପଦକୁ ବାଏ ବାଏ କହିବେ ଏଲନ ମସ୍କ

ଟ୍ୱିଟରର CEO ପଦକୁ ବାଏ ବାଏ କହିବେ ଏଲନ ମସ୍କ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ (CEO) ପଦକୁ ଖୁବଶୀଘ୍ର ବାଏ ବାଏ କହିବେ ଏଲନ ମସ୍କ । ଏ ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିସହ କିଏ ଟ୍ୱିଟରର ପରବର୍ତ୍ତୀ ସିଇଓ ହେବ ସେ ନେଇ ସୂଚନା ଦେଇଛନ୍ତି ମସ୍କ । ଜଣେ ମହିଳା ଏହି ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ୬ ସପ୍ତାହ ମଧ୍ୟରେ କାର୍ଯ୍ୟଭାର ସମ୍ଭାଳିବା ସମ୍ଭାବନା ରହିଛି ।

ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି। ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏଲନ ମସ୍କ ଟ୍ୱିଟର କିଣିବା ପରଠୁ ଏହାର ସିଇଓ ପଦ ସମ୍ଭାଳି ଆସିଛନ୍ତି। ତେବେ ସେ ଟ୍ୱିଟରର ସ୍ଥାୟୀ ସିଇଓ ନୁହନ୍ତି ଓ ଏଥିପାଇଁ ନୂଆ ମୁହଁ ସନ୍ଧାନ ଚାଲିଥିବା ପୂର୍ବରୁ ବହୁ ଥର ସୂଚନା ଦେଇ ସାରିଛନ୍ତି । କୌଣସି ବି କମ୍ପାନୀର ସିଇଓ ଭୂମିକା ତୁଲାଇବାକୁ ଇଚ୍ଛୁକ ନ ଥିବା ମସ୍କ କହିବା ସହ ଖୁବଶୀଘ୍ର ଟ୍ୱିଟରକୁ ନୂଆ ସିଇଓ ମିଳିବ ବୋଲି କହିଥିଲେ। ଏହାପରେ ତାଙ୍କ ଭୂମିକା ବି ବଦଳିଯିବ ବୋଲି ମସ୍କ ସୂଚନା ଦେଇଥିଲେ।

ଏହି ଖବର ପଢ଼ନ୍ତୁ- ପୁଣି ବଢିଲା ପେଟ୍ରୋଲ ଦର: ଜାଣନ୍ତୁ କେଉଁଠି ରହିଛି କେତେ ରେଟ୍
Published by:Soubhagya Mishra
First published: