ନିଜର ସହର ଗଢ଼ିବେ ଏଲ୍‌ନ ମସ୍କ: ତେବେ କେଉଁ ସ୍ଥାନରେ ଗଢ଼ିବେ ?

ଏଲ୍‌ନ ମସ୍କ ଯେଉଁଠାରେ ନୂଆ ସହର ନିର୍ମାଣ କରିବାକୁ ଯାଉଛନ୍ତି ତାହା ଏକ ନଦୀ କୂଳ । ତେବେ କାହିଁକି ଏକ ନୂଆ ସହର ଗଢିବାକୁ ଯୋଜନା କଲେ ଜାଣନ୍ତୁ ।

ନିଜର ସହର ଗଢ଼ିବେ ଏଲ୍‌ନ ମସ୍କ: ତେବେ କେଉଁ ସ୍ଥାନରେ ଗଢ଼ିବେ ?

ନିଜର ସହର ଗଢ଼ିବେ ଏଲ୍‌ନ ମସ୍କ: ତେବେ କେଉଁ ସ୍ଥାନରେ ଗଢ଼ିବେ ?

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ନୂଆ ସହର ବସାଇବେ ବିଶ୍ବର ଦ୍ବିତୀୟ ଧନୀ ଶିଳ୍ପପତି ଏଲ୍‌ନ ମସ୍କ (elon musk) । ଟେସ୍‌ଲା କମ୍ପାନୀର ମାଲିକ ମସ୍କ, ନିଜର ଏକ ସହର ନିର୍ମାଣ କରିବା ପାଇଁ ବିଚାର କରୁଛନ୍ତି । ଏନେଇ ୱାର୍ଲଡ ଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଲ୍‌ନ ମସ୍କ ଏବଂ ତାଙ୍କ କମ୍ପାନୀ (company) ସହ ଜଡ଼ିତ ସଂସ୍ଥା ଗୁଡ଼ିକ ଏମିତି ଏକ ସହର ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଠି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ମିଳବ । ଏନେଇ କାମ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତେବେ କେଉଁଠି ଓ କେମିତି ହେବ ମସ୍କଙ୍କ ନୂଆ ସହରର (new city) ରୂପରେଖ ତାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ମସ୍କଙ୍କ ନୂଆ ସହର ପାଇଁ ଟେକ୍ସାସରେ ୧,୦୦୦ ଏକରରୁ ଅଧିକ ଜମି ଅଧିଗ୍ରହଣ କରାଯାଉଛି । ଯେଉଁଠି ମସ୍କଙ୍କ କମ୍ପାନୀର କର୍ମଚାରୀମାନେ (workers) ରହିବେ ଓ ସେହିଠାରୁ ଅଫିସ କାର୍ଯ୍ୟ କରିବେ । ୱାର୍ଲଡ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଅଷ୍ଟିନ ନିକଟରେ ୩, ୫୦୦ ଏକର ଜମି ଅଧିଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମସ୍କଙ୍କ ନୂଆ ସହରର ନାଁ ‘ସ୍ନେଲବ୍ରୁକ୍’ରଖାଯିବ ।

ଏଲ୍‌ନ ମସ୍କ ଯେଉଁଠାରେ ନୂଆ ସହର ନିର୍ମାଣ କରିବାକୁ ଯାଉଛନ୍ତି, ସେହି ସ୍ଥାନ ତାଙ୍କ କମ୍ପାନୀ ବେରିଂ ଏବଂ ସ୍ପେସ୍‌ଏକ୍ସ କାରଖାନା ନିକଟରେ ରହିଛି । ଏହି ସ୍ଥାନ ଟେକ୍ସାସର କୋଲୋରାଡୋ ନଦୀ କୂଳରେ ଅବସ୍ଥିତ । ଏହି ଠାରେ ମସ୍କଙ୍କ କମ୍ପାନୀର କର୍ମଚାରୀମାନେ ରହିବେ ଏବଂ ପାଖରେ ଥିବା ସଂସ୍ଥା ଗୁଡ଼ିକରେ କାମ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ନୂଆ ସହରରେ ୧୦୦ରୁ ଅଧିକ ବିଲ୍‌ଡିଂ ନିର୍ମାଣ କରାଯିବ । ଯେଉଁଠାରେ ଖେଳ ପଡ଼ିଆ ଓ ସୁଇମିଂପୁଲ୍‌ର ବ୍ୟବସ୍ଥା ରହିବ ।
ବର୍ତ୍ତମାନ କାଲିଫର୍ଣ୍ଣିଆରେ ରହିଛି ଏଲ୍‌ନ ମସ୍କଙ୍କ କମ୍ପାନୀ ‘ଟେସ୍‌ଲା’ର ହେଡ୍‌କ୍ବାର୍ଟର୍ସ । ୨୦୨୦ରେ ମସ୍କ ଘୋଷଣା କରିଥିଲେ କି, ତାଙ୍କ କମ୍ପାନୀ‘ଟେସ୍‌ଲା’ର ମୁଖ୍ୟ କାର୍ଯ୍ୟଳୟ ଓ ଘରକୁ ସେ କାଲିଫର୍ଣ୍ଣିଆରୁ ଟେକ୍ସାସକୁ ସ୍ଥାନାନ୍ତର କରିବେ । ସେହି ଆନୁଯାୟୀ, ୨୦୨୨ରେ ଅଷ୍ଟିନ ସହର ନିକରଟରେ ଟେସ୍‌ଲା କମ୍ପାନୀର ନୂଆ ଗିଗା ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି । କିନ୍ତୁ ସ୍ପେସ୍‌ଏକ୍ସ ଓ ବେରିଙ୍ଗ କମ୍ପାନୀର ଟେକ୍ସାସରେ ଏହି ସୁବିଧା ରହିଛି ।

ନିଜ କର୍ମଚାରୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ ମସ୍କ । କୁହାଯାଉଛି, କି ୨ଟି ବେଡରୁମ୍‌ ଥିବା ଘର ପାଇଁ କର୍ମଚାରୀଙ୍କୁ ମାସକୁ ମାତ୍ର ୬୫ ହଜାର ଟଙ୍କା ଦେବାକୁ ପଡ଼ିବ । ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରଖାଯାଇଛି । ଯଦି କର୍ମଚାରୀମାନେ କମ୍ପାନୀ ଛାଡ଼ୁଛନ୍ତି କିମ୍ବା ସେମାନଙ୍କୁ ଛଟେଇ କରାଯାଉଛି, ତାହେଲେ ୩୦ ଦିନ ଭିତରେ ସେମାନଙ୍କୁ ଏହି ଘର ଛାଡ଼ିବା ପାଇଁ ପଡ଼ିବ ।

ଏହି ଖବର ପଢ଼ନ୍ତୁ- http://୨୪ ପାଇଁ ଷ୍ଟ୍ରାଟେଜି: ଆକ୍ଟିଭ୍ ମୋଡରେ ପଲିଟିକାଲ କ୍ୟାମ୍ପ୍

ଟେକ୍‌ କମ୍ପାନୀ ଗୁଡ଼ିକ ନିଯୁକ୍ତି ଦେବା ସମୟରେ କର୍ମଚାରୀମାନଙ୍କୁ ନିଜ କ୍ୟାମ୍ପସରେ ରହିବା ପାଇଁ ଅଫର ଦେଇଥାନ୍ତି । ଯେଉଁଥିପାଇଁ କର୍ମଚାରୀମାନେ ଅଧିକ ସମୟ ଧରି ଅଫିସରେ ରହି କାମ କରିବାକୁ ଉତ୍ସାହିତ ହୋଇଥାନ୍ତି । ଏଲ୍‌ନ ମସ୍କ ମଧ୍ୟ ଏହି ଧାରାରେ ନିଜକୁ ସାମିଲ କରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ତାଛଡ଼ା କର୍ମଚାରୀଙ୍କୁ ନିଜ ଟାଉନସିପ୍‌ରେ ରଖିଲେ ଖର୍ଚ୍ଚ ମଧ୍ୟ କମିବ ।

ରିପୋର୍ଟ- ସତ୍ୟ ନାରାୟଣ ମଲ୍ଲିକ
Published by:Soubhagya Mishra
First published: