କଣ ଗୁଗଲର ସହ-ପ୍ରତିଷ୍ଠାତାଙ୍କ ପତ୍ନୀଙ୍କୁ ଡେଟ କରୁଛନ୍ତି ଏଲୋନ ମସ୍କ?
News18 Odia Digital
Elon Musk and Nicole Shanahan Affair: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ଏଲୋନ୍ ମସ୍କ ତାଙ୍କ କାର୍ଯ୍ୟ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ମସ୍କଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳିଛି ଯେ ଗୁଗଲର ସହ-ପ୍ରତିଷ୍ଠାତା ସର୍ଗେଇ ବ୍ରିନଙ୍କ ପତ୍ନୀ ନିକୋଲ ଶନହାନଙ୍କ ସହ ଏଲୋନ୍ ମସ୍କ ବର୍ତ୍ତମାନ ରିଲେସନସିପରେ ଅଛନ୍ତି।
ନିକୋଲ ସିହ୍ନାଙ୍କଠାରୁ ଛାଡ଼ପତ୍ର ପାଇଁ ସର୍ଗେଇ ବ୍ରିନ ଫାଇଲ କରିଛନ୍ତି
ଗୁଗଲର ସହ-ପ୍ରତିଷ୍ଠାତା ସର୍ଗେଇ ବ୍ରିନ କିଛି ମାସ ପୂର୍ବରୁ ନିକୋଲଙ୍କଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଏଲୋନ୍ ମସ୍କଙ୍କ ସହ ତାଙ୍କ ପତ୍ନୀଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ବ୍ରିନ ଏହି ପଦକ୍ଷେପ ନେଇଥିଲେ।
ସର୍ଗେଇ ବ୍ରିନ୍ ଏଲୋନ୍ ମସ୍କଙ୍କୁ ସାହାଯ୍ୟ କରିଥିଲେ
ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କ ଓ ସର୍ଗେଇ ଦୀର୍ଘ ସମୟ ଧରି ବନ୍ଧୁ ଥିଲେ ଓ ବ୍ରିନ୍ ୨୦୦୮ରେ ଆର୍ଥିକ ସଙ୍କଟ ସମୟରେ ଏଲୋନ୍ ମସ୍କର ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାକୁ ବୁଡ଼ିଯିବାରୁ ରକ୍ଷା କରିଥିଲେ।
ଏହିପରି ମସ୍କ ଓ ନିକୋଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା
ଏଲୋନ୍ ମସ୍କ ଓ ସର୍ଗେଇ ଘନିଷ୍ଠ ବନ୍ଧୁ ଥିଲେ ଓ ମସ୍କ ସିଲିକନ୍ ଭ୍ୟାଲିରେ ବ୍ରିନଙ୍କ ଘରକୁ ବାରମ୍ବାର ଯାଉଥିଲେ। ଏହି ସମୟ ମଧ୍ୟରେ, ମସ୍କ ଓ ବ୍ରିନଙ୍କ ପତ୍ନୀ ନିକୋଲଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା। ରିପୋର୍ଟ ଅନୁଯାୟୀ, ମସ୍କ ଓ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରିମସଙ୍କ ବ୍ରେକଅପ୍ ହେବା ପରେ ଏଲୋନ୍ ମସ୍କ ଓ ନିକୋଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
ସମ୍ପର୍କ ପରେ ବ୍ରିନ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ
ତାଙ୍କ ପତ୍ନୀ ନିକୋଲଙ୍କ ସହ ମତଭେଦ ଦର୍ଶାଇ ସର୍ଗେଇ ବ୍ରିନ ଚଳିତ ବର୍ଷ ଜାନୁଆରୀରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ଏହି ମାମଲା ସହ ଜଡିତ ଲୋକ କହିଛନ୍ତି ଯେ ଏଲୋନ୍ ମସ୍କ ଓ ନିକୋଲଙ୍କ ମଧ୍ୟରେ ସମ୍ପର୍କ ଜଣାପଡ଼ିବା ପରେ ବ୍ରିନ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିନଙ୍କ ଓକିଲ ଏ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି। ଏଥିସହିତ ଏଲୋନ୍ ମସ୍କ ଓ ନିକୋଲଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
କିଛି ଦିନ ପୂର୍ବରୁ ଯାଆଁଳା ଶିଶୁଙ୍କ ଖୁଲାସା
କିଛି ଦିନ ପୂର୍ବେ ଏକ ରିପୋର୍ଟରେ ଏଲୋନ୍ ମସ୍କଙ୍କ ଯାଆଁଳା ଶିଶୁଙ୍କ ମା' ତାଙ୍କଙ୍କ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀ ବୋଲି ପ୍ରକାଶ ପାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।